ETV Bharat / entertainment

'ମା ତୁଝେ ସଲାମ' ଗାଇଲେ ବିଦେଶୀ ଫ୍ୟାନ୍ସ, ଗାଡି ଅଟକାଇ ଗୀତ ଶୁଣିଲେ ରହମାନ

author img

By ETV Bharat Odisha Team

Published : Jan 13, 2024, 3:43 PM IST

Girl song in front of AR Rahman : ଗାୟକ ଏ. ଆର୍ ରହମାନ୍ ସମଗ୍ର ବିଶ୍ୱରେ ଅଗଣିତ ପ୍ରଶଂସକ ଅଛନ୍ତି | ଏହି ସମୟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବିଦେଶୀ ଝିଅ ଏ.ଆର୍ ରହମାନଙ୍କ ସାମ୍ନାରେ ତାଙ୍କ ଗୀତ 'ମା ତୁଝେ ସଲାମ' ଗାଉଥିବାର ନଜର ଆସିଛନ୍ତି। ଅଧିକ ପଢନ୍ତୁ

Girl song in front of AR Rahman
Girl song in front of AR Rahman

ମୁମ୍ବାଇ: ଓସ୍କାର ପୁରସ୍କାର ବିଜେତା ତଥା ସଙ୍ଗୀତକାର ଏ ଆର ରେହମାନ୍‌ ସଂଗୀତ ଜଗତରେ ଏକ ବଡ଼ ନାମ । ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନକୁ ଛୁଇଁଲା ଭଳି ଅନେକ ଗୀତ ଦେଇଛନ୍ତି । ସଙ୍ଗୀତକାର ଏ. ଆର୍ ରହମାନ୍ ହେଉଛନ୍ତି ସ୍ୱରର ବାଦଶାହ । ଏଥିରକେ କୌଣସି ସନ୍ଦେହ ନାହିଁ । ତାଙ୍କର ଏହି ଚମତ୍କାର ସ୍ୱର ପାଇଁ କେବଳ ଭାରତ ନୁହେଁ ସାରା ଦେଶରେ ତାଙ୍କର ଫ୍ୟାନ୍ସ ରହିଛନ୍ତି । ଏହାରି ମଧ୍ୟରେ ସଙ୍ଗୀତକାର ଏ ଆର ରେହମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ସାମ୍ନାରେ ଜଣେ ବିଦେଶୀ ଫ୍ୟାନ ତାଙ୍କ ଗୀତ ଗାଉଥିବାର ନଜର ଆସିଛନ୍ତି ।

ତେବେ ଏ. ଆର୍ ରହମାନ ଏବଂ ତାଙ୍କ ବିଦେଶୀ ପ୍ରଶଂସକଙ୍କ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଦେଶୀ ପ୍ରଶଂସକ ଏକ ଗୀତ ଗାଉଥିବାର ଦେଖାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏ.ଆର୍ ରହମାନ କାରରେ ବସିଛନ୍ତି ଏବଂ ତାଙ୍କର ବିଦେଶୀ ପ୍ରଶଂସକ ଏକ ଗିତାର ନେଇ ଆସି ମା ତୁଝେ ସଲାମ ଗୀତ ଗାଇବା ଆରମ୍ଭ କରିଛନ୍ତି। ଏ.ଆର୍ ରହମାନ ତାଙ୍କ ପ୍ରଶଂସକଙ୍କ ଗୀତରେ ବେଶ୍ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ସେ ତୁରନ୍ତ ମୋବାଇଲ୍ ବାହାର କରି ଏହାର ଏକ ଭିଡିଓ କରିବା ଆରମ୍ଭ କରିଥିଲେ । ଏହାପରେ ସେହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ବାସ୍ତବରେ ଏ. ଆର୍ ରହମାନଙ୍କୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଯେତିକି ଭଲ ପାଆନ୍ତି ସେ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କୁ ସେତିକି ଭଲ ପାାନ୍ତି ।

ଏହା ମଧ୍ୟ ପଢନ୍ତୁ - ୫୭ ବର୍ଷରେ ପାଦ ଥାପିଲେ ଏଆର ରେହମାନ, ଜନ୍ମଦିନରେ ଛୁଟିଲା ଶୁଭେଚ୍ଛା

ଏହା ମଧ୍ୟ ପଢନ୍ତୁ - ଅଟୋରିକ୍ସାରେ ପହଞ୍ଚିଲେ ଏ ଆର ରେହମାନ, ନାଗର ଦରଘା ମହୋତ୍ସବରେ ଦେଲେ ଯୋଗ

ଫିଲ୍ମ ଇଣ୍ଡଷ୍ଟ୍ରିର ଗ୍ରେଟ ମ୍ୟୁଜିସିଆନ ଓ କମ୍ପୋଜର ଏ. ଆର ରହମାନ ନିକଟରେ ସୁସାଇଡକୁ ନେଇ ନିଜର ମନ୍ତବ୍ୟ ଦେଇଥିଲେ । ଏହି ସମୟରେ ସେ ଛାତ୍ରମାନଙ୍କୁ କହିଥିଲେ ଯେ ଏହି ଚିନ୍ତାଧାରାକୁ କିପରି ମୁକାବିଲା କରାଯାଇପାରିବ। ଏ. ଆର୍ ରହମାନଙ୍କ ଓ୍ବାର୍କଫଣ୍ଟ କଥା କହିବାକୁ ଗଲେ ଗାୟକଙ୍କୁ ଶେଷ ଥର ପାଇଁ ଫିଲ୍ମ 'ପିପ୍ପା' ପାଇଁ ସଙ୍ଗୀତ ଦେଇଥିବାର ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ଇଶାନ ଖଟ୍ଟର ଏବଂ ମୃନାଲ ଠାକୁର ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ସେ 'ସ୍ଲମ ଡଗ୍ ମିଲିୟନାର' ପାଇଁ ଗୋଟିଏ ବର୍ଷରେ ୨ଟି ଓସ୍କାରର ବିଜେତା ହୋଇଥିଲେ। ଏହାସହ ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ମଧ୍ୟ ପାଇଛନ୍ତି ଏ ଆର ରେହମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.