ହାଇଦ୍ରାବାଦ: ଜାମିନରେ ଫେରିବା ପରେ ସୁପରମଡେଲ ତଥା ହଲିଉଡ ଅଭିନେତ୍ରୀ ଗିଗି ହାଦିଦ ସୋସିଆଲ ମିଡିଆରେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଛନ୍ତି । ଲେଖିଛନ୍ତି,'ଶେଷ ଭଲ ତ ସବୁଭଲ ।' ଗଞ୍ଜେଇ ଜବତ ମାମଲାରେ ଗିଗିଙ୍କୁ ଗିରଫ କରାଯାଇଥିଲା । ସୁପରମଡେଲ କେମାନ ଦ୍ୱୀପପୁଞ୍ଜର ଛୁଟିଦିନରୁ ଫେରୁଥିବାବେଳେ କଷ୍ଟମ୍ସ ଅଫିସର ତାଙ୍କ ଲଗେଜରେ ନିଶା ଜାତୀୟ ଦ୍ରବ୍ୟ ଜବତ କରିଥିଲା । ଗତ ସପ୍ତାହରେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ଗିଗିଙ୍କୁ ଶୀଘ୍ର ମଧ୍ୟ ଜାମିନ ପାଇଥିଲେ ।
ଗିଗି ଇନଷ୍ଟାଗ୍ରାମରେ ଗିରଫଦାରୀ ଉପରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି । ସେ କେମାନ୍ ଦ୍ୱୀପପୁଞ୍ଜରେ ନିଆଯାଇଥିବା ତାଙ୍କର ଛୁଟିଦିନର ଫଟୋ ଏବଂ ଭିଡିଓ ଗୁଡିକୁ ସେୟାର କରିଛନ୍ତି । ଏହି ପୋଷ୍ଟରେ ଗିଗି ବିକିନି ପିନ୍ଧି ସମୁଦ୍ର କୂଳରେ ଜଣେ ବନ୍ଧୁଙ୍କ ସହ ଉପଭୋଗ କରିବାର ଏକ ଭିଡିଓ ରହିଛି । ସେ କ୍ୟାପସନରେ ଲେଖିଛନ୍ତି, 'ଶେଷ ଭଲ ତ ସବୁ ଭଲ ।' ଗିଗିଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ୟୁଜର୍ସ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, "ମୋତେ ଏହା ଭାବି ଭଲ ଲାଗିଲା ଯେ, ସେ ଜାମିନ ପାଇବା ପରେ ଏହା ପୋଷ୍ଟ କରୁଛନ୍ତି ।"
ମିଡିଆ ରିପୋର୍ଟ ଅନୁଯାୟୀ, 28 ବର୍ଷୀୟ ଗିଗି ହାଦିଦ ଏବଂ ତାଙ୍କ ସାଙ୍ଗ ଏକ ଘରୋଇ ବିମାନରେ କେମାନ୍ ଦ୍ୱୀପପୁଞ୍ଜରେ ପହଁଚିଥିଲେ। ବିମାନବନ୍ଦରରେ ଅଫିସରମାନେ ତାଙ୍କ ବ୍ୟାଗ ଯାଞ୍ଚ କଲା ବେଳେ ଗଞ୍ଜେଇ ଏବଂ ନିଶା ଜାତୀୟ ପଦାର୍ଥ ପାଇଥିଲେ । ଯାହା ଫଳରେ ଜୁଲାଇ 10ରେ ତାଙ୍କୁ ଗିରଫ କରାଯାଇଥିଲା । ପରେ କଏଦୀ ଡିଟେସନ କେନ୍ଦ୍ରକୁ ନିଆଯିବା ପରେ ତାଙ୍କ ଜାମିନ ନାମଞ୍ଜୁର ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ଶାହାରୁଖ-ଐଶ୍ବର୍ଯ୍ୟାଙ୍କ ସହ ଫଟୋ କଲେ ସେୟାର, କହିଲେ ମୁଁ କେବେ ଭୁଲି ପାରିବି ନାହିଁ
ଦୁଇ ଦିନ ପରେ, ଜୁଲାଇ 12ରେ ସେ କୋର୍ଟରେ ହାଜର ହୋଇ ନିଜର ଅପରାଧ ସ୍ୱୀକାର କରିଥିଲେ । ଉଭୟଙ୍କୁ 1,000 ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତାଙ୍କ ବିରୋଧରେ କୌଣସି ଅତିରିକ୍ତ ଅଭିଯୋଗ ହୋଇ ନଥିଲା । ତାଙ୍କ ମୁଖପାତ୍ର ଇଙ୍କୁ କହିଛନ୍ତି, ‘‘ଗିଗି ମେଡିକାଲ ଲାଇସେନ୍ସ ସହ NYC ରେ ଆଇନଗତ ଭାବରେ କିଣାଯାଇଥିବା ଗଞ୍ଜେଇ ସହ ଯାତ୍ରା କରୁଥିଲେ । 2017 ଠାରୁ ଗ୍ରାଣ୍ଡ କେମାନରେ ଚିକିତ୍ସା ବ୍ୟବହାର ପାଇଁ ମଧ୍ୟ ଏହା ଆଇନଗତ ଅଟେ । ଗିଗିଙ୍କ ରେକର୍ଡ ପରିଷ୍କାର ଏବଂ ଜେଲରୁ ମୁକୁଳିବା ପରେ ସେ ତାଙ୍କ ଛୁଟିଦିନକୁ ଉପଭୋଗ କରିଥିଲେ ।’’