ETV Bharat / entertainment

Ghoomer: ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ବତନ୍ତ୍ର ସ୍କ୍ରିନିଂ, 4ର୍ଥ ଦିନରେ ଏତିକି ଆୟ କଲା ଫିଲ୍ମ - ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ବତନ୍ତ୍ର ସ୍କ୍ରିନିଂ

ଅଭିଷେକ ବଚ୍ଚନ ଏବଂ ସାୟାମି ଖେରଙ୍କ ଫିଲ୍ମ ଘୁମର ଆୟ କମ ଥିଲେ ସୁଦ୍ଧା ଲୋକମାନେ ଫିଲ୍ମର ପ୍ରଶଂସା କରୁଛନ୍ତି। ଫିଲ୍ମ 4ର୍ଥ ଦିନ ମଧ୍ୟରେ ମାତ୍ର 4 କୋଟି ଆୟ କରିପାରିଛି। ଏହାରି ମଧ୍ୟରେ ନିର୍ମାତାମାନେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରିଛନ୍ତି। ଅଧିକ ପଢନ୍ତୁ,

Ghoomer: ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ବତନ୍ତ୍ର ସ୍କ୍ରିନିଂ, 4ର୍ଥ ଦିନରେ ଏତିକି ଆୟ କଲା ଫିଲ୍ମ

author img

By

Published : Aug 21, 2023, 7:35 PM IST

ହାଇଦ୍ରାବାଦ: ଆର ବାଲ୍କିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଘୁମର' ଶେଷରେ ବଡ ପରଦାରେ ମୁକ୍ତିଲାଭ କରିଛି ଏବଂ ଫିଲ୍ମ ଆୟ ଏତେଟା ନ ହୋଇଥିଲେ ସୁଦ୍ଧା ଦର୍ଶକ ଫିଲ୍ମକୁ ପସନ୍ଦ କରୁଛନ୍ତି । ଅଭିଷେକ ବଚ୍ଚନ ଏବଂ ସାୟାମି ଖେରଙ୍କ ଅଭିନୀତ ଚଳଚ୍ଚିତ୍ର ବିଶ୍ବ କ୍ରିକେଟ୍‌ ଆଇକନ୍ ଦ୍ୱାରା ପ୍ରଶଂସିତ ହୋଇଥିବାବେଳେ ଏହି ଚଳଚ୍ଚିତ୍ର କ୍ରିଟିକ୍‌ ଏବଂ ଦର୍ଶକଙ୍କ ମଧ୍ୟରେ ଭଲ ପ୍ରତିକ୍ରିୟା ପାଉଛି । ଏହାରି ମଧ୍ୟରେ ନିର୍ମାତାମାନେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରିଛନ୍ତି ।

ଭାମଲା ଫାଉଣ୍ଡେସନ ସହ ମିଶି ଘୁମରର ନିର୍ମାତା ହୋପ୍ ପ୍ରଡକ୍ସନ୍ସ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଛନ୍ତି। ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ଅଭିଷେକ ବଚ୍ଚନ, ସାୟାମି ଖେର, ଆର ବାଲ୍କି ଏବଂ ଅସିଫ ଭାମଲା ମଧ୍ୟ ଉପସ୍ଥିତ ରହିଥିଲେ । ଯେଉଁଠାରେ ସେମାନେ ପିଲାମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିବା ସହ ଫିଲ୍ମକୁ ଉପଭୋଗ କରିଥିଲେ । ସେପଟେ ଘୁମର୍‌ ବକ୍ସ ଅଫିସ୍ ସଂଗ୍ରହ କହିବାକୁ ଗଲେ, ଏହା ରିଲିଜ୍ ହେବାର ପ୍ରଥମ ଦିନରେ ମାତ୍ର 0.85 କୋଟି ରୋଜଗାର କରିଥିଲା । 2ୟ ଦିନ ଫିଲ୍ମଟି 1.1 କୋଟି ଟଙ୍କା ରୋଜଗାର କରିଥିଲା । ଏବଂ ତୃତୀୟ ଦିନରେ ଫିଲ୍ମଟି 1.52 କୋଟି ଟଙ୍କା ବ୍ୟବସାୟ କରିଥିଲା । ତେବେ ସାକ୍‌ନିଲ୍କଙ୍କ ଅନୁଯାୟୀ, ବର୍ତ୍ତମାନ ଚତୁର୍ଥ ଦିନରେ ଫିଲ୍ମ 0.72 କୋଟି ବ୍ୟବସାୟ କରିପାରେ ଏବଂ ଏହା ସହିତ ଘୁମରର ମୋଟ ସଂଗ୍ରହ 4.19 କୋଟି କଲେକ୍ସନ ହୋଇଛି ।

ଘୁମର'ର କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ କ୍ରୀଡ଼ା ଭିତ୍ତିକ ଫିଲ୍ମ ଅଟେ । ଏହା ହଙ୍ଗେରୀର ଡାହାଣହାତ ସୁଟର ସ୍ୱର୍ଗତ କୈରୋଲି ଟାକଙ୍କ ଜୀବନ କାହାଣୀ ଉପରେ ଆଧାରିତ । ଯିଏ ଗୋଟିଏ ହାତ ହରାଇବା ପରେ ଦିବ୍ୟାଙ୍ଗ ପାଲିଟି ଥିଲେ । କିନ୍ତୁ ତଥାପି, ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେ ବାମ ହାତରେ ଦୁଇଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ ।

ଏହା ମଧ୍ୟ ପଢନ୍ତୁ: ସାୟାମି ଖେରଙ୍କୁ ଚିଠି ଲେଖି ପ୍ରଶଂସା କଲେ ବିଗ ବି, ଫଟୋ ସେୟାର କରି ହୃଦୟସ୍ପର୍ଶୀ ନୋଟ୍ ଲେଖିଲେ ଅଭିନେତ୍ରୀ

ଏହି ଚଳଚ୍ଚିତ୍ରରେ ସାୟାମୀ ଖେର, ଅଙ୍ଗଦ ବେଦୀ ଏବଂ ଶବାନା ଆଜମୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସାୟାମୀ ଜଣେ ଭିନ୍ନକ୍ଷମ କ୍ରିକେଟର ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି । ଯିଏ ଏକ ସମୟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରନ୍ତି ଏବଂ ପରେ ଦେଶର ଜଣେ ମହାନ ଖେଳାଳି ଭାବେ ସଫଳତା ହାସଲ କରନ୍ତି । ଫିଲ୍ମରେ ସାୟାମୀ କୈରୋଲି ଟାକଙ୍କ ଭୂମିକାରେ ଅଭିନୟ କରିଛନ୍ତି । କୋଚ୍ ଭାବେ (ଅଭିଷେକ ବଚ୍ଚନ) ତାଙ୍କୁ ଦେଶ ପାଇଁ ଖେଳିବାକୁ ପରାମର୍ଶ ଦେଇଛନ୍ତି । ଏହାପରେ ସେ ହାର ନ ମାନି ପୁଣି ଖେଳି ଦେଶ ପାଇଁ ଗୌରବ ଆଣନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.