ETV Bharat / entertainment

koffee with karan: ଆର୍ଯ୍ୟନଙ୍କ ଗିରଫଦାରୀ ନେଇ ପ୍ରଥମଥର ମୁହଁ ଖୋଲିଲେ ଗୌରୀ ଖାନ

author img

By

Published : Sep 22, 2022, 10:50 PM IST

କଫି ଓ୍ବିଥ୍‌ କରଣ ସିଜନ 7 ରେ ସୁପରଷ୍ଟାର ଶାହରୁଖଙ୍କ ଗୌରୀ ଖାନ ପହଞ୍ଚିଛନ୍ତି । ଏହି ସୋରେ ଗୌରୀ ପୁଅ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ଗିରଫଦାରୀକୁ ନେଇ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ଆର୍ଯ୍ୟନଙ୍କ ଗିରଫଦାରୀକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଗୌରୀ ଖାନ

ହାଇଦ୍ରାବାଦ: ଏଥର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ପ୍ରସିଦ୍ଧ ଚାଟ୍ ସୋ 'କଫି ଓ୍ବିଥ୍‌ କରଣ ସିଜନ 7' ରେ ସୁପରଷ୍ଟାର ଶାହରୁଖ ଖାନଙ୍କ ଷ୍ଟାଇଲିଷ୍ଟ ତଥା ଗ୍ଲାମରସ ପତ୍ନୀ ଗୌରୀ ଖାନ ପହଞ୍ଚିଛନ୍ତି। ଏହି ସୋ’ରେ ଗୌରୀ ଖାନ ପୁଅ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ଗିରଫଦାରୀକୁ ନେଇ ମୁହଁ ଖୋଲିଛନ୍ତି।

  • " class="align-text-top noRightClick twitterSection" data="">

ପୁରୁଣା ଦିନକୁ ମନେ ପକାଇଲେ କରଣ

ଏହି ସୋ’ରେ କରଣ ଗୌରୀଙ୍କୁ ସେହି ଦିନର କଥା ମନେ ପକାଇଛନ୍ତି, ଯେଉଁଦିନ ତାଙ୍କ ବଡ଼ ପୁଅ ଆର୍ଯ୍ୟନ ଖାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ସାଧାରଣ କଏଦୀମାନଙ୍କ ସହ ଦିନ କାଟିଥିଲେ । ଏନେଇ କରଣ କହିଛନ୍ତି, ଶାହାରୁଖଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ସମୟ ଥିଲା । ଏହା କେବଳ ବୃତ୍ତିଗତ ଭାବରେ ନୁହେଁ ବ୍ୟକ୍ତିଗତ ଭାବରେ ଯାହା ଘଟିଥିଲା ​​ତାହା ଅତ୍ୟନ୍ତ ଦୁଃଖଦାୟକ ଥିଲା । ଏକ ପରିବାର ଭାବରେ, ମୁଁ ବୁଝିପାରୁଛି ଯେ ଏହା ସବୁ ସହଜ ନଥିଲା । ମୁଁ ତୁମକୁ ଜଣେ ମାଆ ଏବଂ ଶାହାରୁଖଙ୍କୁ ପିତା ରୂପରେ ଭଲ ଭାବରେ ଜାଣେ ଏବଂ ଆମେ ଗୋଟିଏ ପରିବାର । କିନ୍ତୁ ଗୌରୀ, ମୁଁ ତୁମକୁ ଏହି ସମୟରେ ବହୁତ ଶକ୍ତିଶାଳୀ ଦେଖିଲି । ତୁମେ ଏ ବିଷୟରେ କ'ଣ କହିବ ଏପରି କଷ୍ଟ ସମୟରେ ନିଜକୁ ସମ୍ଭାଳିବା ତାହା ପୁଣି ସେତେବେଳେ, ଯେତେବେଳେ ପରିବାର ଉପରେ ସମସ୍ୟାର ପାହାଡ ଲଦି ହୋଇପଡିଥିଲା ?

ଗିରଫ ଉପରେ ଗୌରୀଙ୍କ ବୟାନ

ଏନେଇ ଗୌରୀ କହିଛନ୍ତି, "ମୁଁ ବର୍ତ୍ତମାନ ବି କହିବି ତାହା ଆମ ପାଇଁ ଖୁବ୍‌ ଯନ୍ତ୍ରଣାଦାୟକ ସମୟ ଥିଲା, ପିତାମାତା ହୋଇଥିବା ଦୃଷ୍ଟିରୁ ଆମ ଉପରେ ବିତିଥିବା ସମୟ ସହନଶୀଳ ନୁହେଁ, କିନ୍ତୁ ବର୍ତ୍ତମାନ ଆମେ ଏକ ଭଲ ସ୍ଥାନରେ ଅଛୁ, ଆମକୁ ସମସ୍ତଙ୍କୁ ଭଲ ପାଇବା ମିଳୁଛି। ଏହି କଷ୍ଟ ସମୟରେ ନିଜ ଲୋକଙ୍କ ସହିତ, ଯେଉଁମାନେ ଆମକୁ ଜାଣିନଥିଲେ, ସେମାନେ ମଧ୍ୟ ନିଃସ୍ୱାର୍ଥପର ଭାବରେ ଆମକୁ ସମର୍ଥନ କରିଥିଲେ, ମୁଁ ଏହି ଭଲପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟ ମନେ କରୁଛି, ଯେଉଁମାନେ ଆମ ପାଇଁ ପ୍ରାର୍ଥନା କରିଥିଲେ ଏବଂ ଏହି କଷ୍ଟ ସମୟ ଭିତରେ ଆମକୁ ସମର୍ଥନ କରିଥିଲେ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.