ETV Bharat / entertainment

ପଞ୍ଜାବୀ ଗାୟକ ଗିପି ଗ୍ରେୱାଲଙ୍କ ଘରେ ଫାୟାରିଂ, ଭାଇଜାନଙ୍କୁ ବି ଲରେନ୍ସ ବିଷ୍ଣୋଇର ଧମକ !

Firing on Gippy Grewal's Residence: ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାନାଡାର ପଞ୍ଜାବୀ ଗାୟକ ଜିପି ଗ୍ରେୱାଲଙ୍କ ବାସଭବନରେ ଫାୟାରିଂ ହୋଇଥିଲା । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏହି ଘଟଣା ଭିଆଇଥିବା ଜଣାପଡିଛି । ସେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ କରିଛନ୍ତି ଯେଉଁଥିରେ ଘଟଣା ବିଷୟରେ କହିବା ସହ ସେ ସଲମାନ ଖାନଙ୍କୁ ମଧ୍ୟ ପୁଣି ଧମକ ଦେଇଛନ୍ତି । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Nov 26, 2023, 11:43 AM IST

ପଞ୍ଜାବୀ ଗାୟକ ଗିପି ଗ୍ରେୱାଲଙ୍କ ଘରେ ଫାୟାରିଂ, ଭାଇଜାନଙ୍କୁ ବି ଲରେନ୍ସ ବିଷ୍ଣୋଇର ଧମକ!

ହାଇଦ୍ରାବାଦ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ଜିପି ଗ୍ରେୱାଲଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି । ବାସ୍ତବରେ ଏହା କୁହାଯାଉଛି ଯେ, ଶନିବାର ଦିନ କାନାଡ଼ାର ଜିପିଙ୍କ ବଙ୍ଗଳା ଉପରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ବର୍ତ୍ତମାନ ଏହି ଘଟଣାର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଗୋଷ୍ଠୀ ଏହା କରିଥିବା ଜଣାପଡ଼ିଛି । ତେବେ ଏପର୍ଯ୍ୟନ୍ତ ଜିପି ଗ୍ରେୱାଲ୍ ଏହି ପ୍ରସଙ୍ଗରେ କୌଣସି ବିବୃତ୍ତି ଜାରି କରିନଥିବା ବେଳେ ପୂର୍ବ ଯୋଜନାବଦ୍ଧ ଆକ୍ରମଣରେ କୁଖ୍ୟାତ ଗୋଷ୍ଠୀର ସମ୍ପୃକ୍ତି ଥିବା ଲରେନ୍ସ ବିଷ୍ଣୋଇ ନାମକ ଏକ ଫେସବୁକରେ ଏକ ଆକାଉଣ୍ଟ ଘୋଷଣା କରାଯାଇଛି ।

  • -Bishnoi group claims firing at Gippy Grewal’s house in White Rock,Vancouver.

    -Everyone knows Lawrence Bishnoi enjoys BJP’s support in jail,often seeing giving statements suiting the party in power.
    -It won’t be a surprise if it comes to light that BJP govt assigned other target… pic.twitter.com/CxUSbqKfGD

    — 𝔹𝕒𝕛𝕨𝕒𓁆 (@shakkrpara) November 25, 2023 " class="align-text-top noRightClick twitterSection" data=" ">

ଲରେନ୍ସ ବିଷ୍ଣୋଇ ନାମକ ଏକ ଫେସବୁକ ଆକାଉଣ୍ଟ ପକ୍ଷରୁ ଏକ ପୋଷ୍ଟ ସେୟାର କରାଯାଇ କୁହାଯାଇଛି ଯେ କାନାଡାର ଭେଙ୍କ୍ୟୁଭରର ହ୍ବାଇଟ ରକ୍ ଅଞ୍ଚଳରେ ଅବସ୍ଥିତ ଜିପି ଗ୍ରେୱାଲଙ୍କ ବଙ୍ଗଳାରେ ପାୟରିଂ ହୋଇଥିଲା । 'ହାଁଜୀ, ସତ୍ୟଶ୍ରୀ ଅକାଲ ସମସ୍ତଙ୍କୁ ରାମ ରାମ । ଏହି ଘଟଣାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଘଟାଇଛି । ଏଥିସହ ଏହି ପୋଷ୍ଟରେ ସେ ସଲମାନ ଖାନଙ୍କୁ ମଧ୍ୟ ପରୋକ୍ଷରେ ଧମକ ଦେଇଛନ୍ତି ।

ଏହି ପୋଷ୍ଟରେ ଲେଖାଅଛି, "ତୁମେ ସଲମାନ ଖାନଙ୍କୁ ବହୁତ ଭାଇ ଭାଇ ଭଳି ବ୍ୟବହାର କର, ମୋତେ କୁହ ବର୍ତ୍ତମାନ ତୁମର ଭାଇ ତୁମକୁ ବଞ୍ଚାଇବ କି । ଏହା ମଧ୍ୟ ସଲମାନ ଖାନଙ୍କ ଏହି ବାର୍ତ୍ତା ସଲମାନଙ୍କୁ ମଧ୍ୟ ଦେବାକୁ ପଡ଼ିବ ଯେ ତୁମେ ଭ୍ରମରେ ଅଛ ଯେ ଦାଉଦ ତୁମକୁ ସାହାଯ୍ୟ କରିବ । ହେଲେ ତୁମକୁ ଆମଠାରୁ କେହି ରକ୍ଷା କରିପାରିବେ ନାହିଁ । ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁରେ ତୁମେ ଓଭରଆକ୍ଟିଂ କରିଛ, ସମସ୍ତେ ଜାଣିଛନ୍ତି ସେ ଜଣେ ଅହଂକାରୀ ବ୍ୟକ୍ତି ଥିଲା । ସେ କେଉଁ ଅପରାଧୀ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ ।"

ଏହା ପୋଷ୍ଟରେ ଆହୁରି ଲେଖାଯାଇଛି, "ଯେପର୍ଯ୍ୟନ୍ତ ବିକି ମିଡୁଖେଡାରେ ରହୁଥିଲେ, ତୁମେ ବାରମ୍ବାର ତାଙ୍କ ଆଗଫଛରେ ବୁଲୁଥିଲ, ପରେ ତୁମେ ସିଦ୍ଧୁଙ୍କ ପାଇଁ ଅଧିକ ଦୁଃଖିତ ହୋଇଥିଲ । ରାଡରରେ ଏବେ ତୁମେ ବି ଆସିଗଲ । ଏବେ ତୁମକୁ କହିବୁ । ଏହି ଟ୍ରେଲର ତୁମକୁ ଦେଖାଯାଇଛି, ବର୍ତ୍ତମାନ ଫିଲ୍ମ ଖୁବଶୀଘ୍ର ରିଲିଜ ହେବ, ଏଥିପାଇଁ ପ୍ରସ୍ତୁତ ରୁହ । ଯକୌଣସି ଦେଶକୁ ପଳାଅ, ମନେ ରଖ ମୃତ୍ୟୁକୁ କୌଣସି ସ୍ଥାନ ପାଇଁ ଭିସା ନେବାକୁ ପଡ଼ିବ ନାହିଁ । ଏହାକୁ ଯେଉଁଆଡେ ଯିବାକୁ ଇଚ୍ଛା ହେବ ସେ ସେହି ସ୍ଥାନକୁ ଯାଇପାରିବ । ଭଗବାନ ତୁମର ମଙ୍ଗଳ କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ଦେଲା ଲରେନ୍ସ ବିଷ୍ଣୋଇ, କାହିଁକି ଜାଣନ୍ତୁ

ସୂଚନା ଥାଉ କି, ଜିପିଙ୍କ କମେଡି ଫିଲ୍ମ 'ମୌଜା ହି ମୌଜା' ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଦେଖିବାକୁ ମିଳିଥିଲା । ସଲମାନ ଖାନ ଏହି ଫିଲ୍ମର ଟ୍ରେଲରକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି କ୍ରୁ'ମାନଙ୍କୁ ସେମାନଙ୍କ କାମ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.