ETV Bharat / entertainment

'ଗଦର 2' ଏବଂ 'ଓଏମଜି 2' ମିଳିତ କଲେକ୍ସନ 600 କୋଟି ପାର୍, 21 ଦିନରେ ଉଭୟ ଫିଲ୍ମର ଏତିକି ଆୟ

author img

By ETV Bharat Odisha Team

Published : Aug 31, 2023, 8:36 PM IST

ଗଦର 2 ଏବଂ ଓଏମଜି 2 ମିଳିତ ଭାବରେ 3 ସପ୍ତାହ ମଧ୍ୟରେ 600 କୋଟିରୁ ଅଧିକ ଆୟ କରିଛନ୍ତି । ଗଦର 2 ବର୍ତ୍ତମାନ 500 କୋଟି କ୍ଲବରେ ସାମିଲ ହୋବାକୁ ଯାଉଥିବା ବେଳେ ଓଏମଜି 2 ଖୁବଶୀଘ୍ର 150 କୋଟି ଆୟ କରି ସପଳତା ହାସଲ କରିବ । ତେବେ ଉଭୟ ଫିଲ୍ମ 21 ଦିନରେ କେତେ ରୋଜଗାର କରିଛନ୍ତି, ଜାଣନ୍ତୁ

'ଗଦର 2' ଏବଂ 'ଓଏମଜି 2' ମିଳିତ ସଂଗ୍ରହ 600 କୋଟି ପାର୍, 21 ଦିନରେ ଏତିକି ହୋଇଛି ଉଭୟ ଫିଲ୍ମର ଆୟ

ହାଇଦ୍ରାବାଦ: ବକ୍ସ ଅଫିସରେ ଗୋଟିଏ ଦିନରେ ରିଲିଜ ହୋଇଥିବା ଦୁଇଟି ବଲିଉଡ ଚଳଚ୍ଚିତ୍ର ଗଦର ୨ ଏବଂ ଓଏମଜି ୨ ରିଲିଜର 3 ସପ୍ତାହ ବିତିଗଲାଣି । ଉଭୟ ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ଗଦର-2 ବକ୍ସ ଅଫିସରେ 500 କୋଟି କ୍ଲବରେ ସାମିଲ ହେବାକୁ ଯାଉଥିବା ବେଳେ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି-2 150 କୋଟି ଆୟ କରି ସଫଳତା ହାସଲ କରିବାକୁ ଯାଉଛି ।

ଅଗଷ୍ଟ 11ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗଦର-2 ସବୁ ରେକର୍ଡ ପାର କରିଛି । ପଠାନ, RRR, KGF ଏବଂ ବାହୁବଲୀ-2 ଭଳି ବଡ଼ ଫିଲ୍ମର କଲେକ୍ସନ ରେକର୍ଡ ଭାଙ୍ଗିଛି। ଏହି ଚଳଚ୍ଚିତ୍ର ତିନି ସପ୍ତାହ ମଧ୍ୟରେ ମୋଟ 481 କୋଟି ଟଙ୍କା ଆୟ କରିଛି । ଗଦର 2 ଦିନ 21ତମ ଦିନରେ 7.73 କୋଟି ଟଙ୍କା (ଆନୁମାନିକ) ସଂଗ୍ରହ କରିଛି। ଖୁବଶୀଘ୍ର ଗଦର-2 500 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ସୂଚନା ଥାଉ କି, ପଠାନ 28 ଦିନରେ 500 କୋଟି ଟଙ୍କା ରୋଜଗାର କରିଥିବା ବେଳେ ବର୍ତ୍ତମାନ ଏହି ରେକର୍ଡକୁ ଭାଙ୍ଗିବାକୁ ଯାଉଛି ସନ୍ନି ଦେଓଲଙ୍କ ଫିଲ୍ମ । ଗଦର 2 ଏବଂ ଓଏମଜି 2 ମିଳିତ ଭାବେ ବକ୍ସ ଅଫିସରେ 620 କୋଟିରୁ ଅଧିକ ବ୍ୟବସାୟ କରିଛନ୍ତି ।

ଏହି କ୍ରମରେ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ଗଦର 2 ସହ ଦମଦାର ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ଭଲ ପ୍ରଦର୍ଶନ କରୁଛି । ଯୌନ ଶିକ୍ଷା ଉପରେ ନିର୍ମିତ ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ଏହି ଫିଲ୍ମଟି 100 କୋଟି ଅତିକ୍ରମ କରି ବକ୍ସ ଅଫିସରେ ସଫଳତା ହାସଲ କରିଛି । ଏହି ଫିଲ୍ମ ବର୍ତ୍ତମାନ 150 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏଥିସହ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 200 କୋଟିରୁ ଅଧିକ ବ୍ୟବସାୟ କରିଛି । ଓଏମଜି ପ୍ରଥମ ସପ୍ତାହରେ 85 କୋଟି, ଦ୍ୱିତୀୟ ସପ୍ତାହରେ 41.37 କୋଟି ଏବଂ ତୃତୀୟ ସପ୍ତାହରେ ଶୁକ୍ରବାର 2 କୋଟି, ଶନିବାର ଦିନ 3.50 କୋଟି, ରବିବାର ଦିନ 4 କୋଟି, ସୋମବାର 1.20 କୋଟି, ମଙ୍ଗଳବାର ଦିନ ଏବଂ ବୁଧବାର ଦିନ 1.30 କୋଟି ବ୍ୟବସାୟ କରିଥିବା ବେଳେ ଗୁରୁବାର ଦିନ ଅର୍ଥାତ 21ତମ ଦିନରେ 1.60 କୋଟି (ଆନୁମାନିକ) ରୋଜଗାର କରିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ମୋଟ ସଂଗ୍ରହ 141.80 କୋଟିକୁ ବୃଦ୍ଧି ପାଇଛି।

ଏହା ମଧ୍ୟ ପଢନ୍ତୁ: ରିଲିଜ୍‌ ହେଲା ଜବାନର ଧମାକାଦାର ଟ୍ରେଲର, ଶାହାରୁଖଙ୍କ ଆକ୍ସନ ଉଡାଇବ ହୋସ୍‌

ବର୍ତ୍ତମାନ ଗଦର-2କୁ 500 କୋଟି ଏବଂ ଓଏମଜି 2କୁ 150 କୋଟି ଆୟ କରିବାକୁ ମାତ୍ର ଏକ ସପ୍ତାହ ବାକି ଅଛି । କାରଣ ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜବାନ ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବାକୁ ଯାଉଛି । ଆଜି ଅଗଷ୍ଟ 31ରେ, ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ଏକ ଧମାକା ସୃଷ୍ଟି କରିଛି ଏବଂ ବର୍ତ୍ତମାନ କିଛି ଦିନ ମଧ୍ୟରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.