ETV Bharat / entertainment

Gadar-2 Vs Omg-2 Day 15: କମିଲା ଆୟ, ଏତିକି ସଂଗ୍ରହ କଲା ସନ୍ନି ଏବଂ ଅକ୍ଷୟଙ୍କ ଫିଲ୍ମ

author img

By ETV Bharat Odisha Team

Published : Aug 25, 2023, 8:34 PM IST

ଗଦର 2 ଏବଂ ଓଏମଜି 2ର ବର୍ତ୍ତମାନ 3ୟ ସପ୍ତାହ ଆରମ୍ଭ ହୋଇଛି। ଗତ ଦୁଇ ସପ୍ତାହରେ ଫିଲ୍ମ ବେଶ ଭଲ ରୋଜଗାର କରିଥିବା ବେଳେ 3ୟ ସପ୍ତାହର ପ୍ରଥମ ଦିନରେ ଉଭୟ ଫିଲ୍ମର ଆୟ ହ୍ରାସ ପାଇଛି । ତେବେ ଜାଣନ୍ତୁ, କେଉଁ ଫିଲ୍ମ କେତେ ସଂଗ୍ରହ କରିଛି?

କମିଲା ଫିଲ୍ମର ଆୟ, 15 ଦିନରେ ଏତିକି ସଂଗ୍ରହ କଲା ସନ୍ନି ଏବଂ ଅକ୍ଷୟଙ୍କ ଫିଲ୍ମ

ହାଇଦ୍ରାବାଦ: ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ଗଦର-2 ନିକଟରେ 400 କୋଟି କ୍ଲବରେ ସାମିଲ ହୋଇଥିଲା । ଏହି ସଫଳତାର ସହ ଫିଲ୍ମ ଏବେ ପଠାନ ଏବଂ ବାହୁବଳୀ ପରି ରେକର୍ଡ ସୃଷ୍ଟି କରିଛି । ବର୍ତ୍ତମାନ ଏହି ଫିଲ୍ମ ତୃତୀୟ ସପ୍ତାହରେ ଏଣ୍ଟ୍ରି କରିଛି । ଦ୍ବିତୀୟ ସପ୍ତାହର ଆରମ୍ଭରେ ଫିଲ୍ମ ବମ୍ପର କଲେକ୍ସନ୍‌ ସହ ସଫଳତା ହାସଲ କରିଥିବା ବେଳେ କିନ୍ତୁ ତୃତୀୟ ସପ୍ତାହରେ ପ୍ରଥମ ଦିନରେ ଫିଲ୍ମର ଆୟରେ ହ୍ରାସ ଘଟିଛି । ସେପଟେ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି-2 ମଧ୍ୟ ଦୁଇ ସପ୍ତାହ ମଧ୍ୟରେ ଭଳ ପ୍ରଦର୍ଶନ କରି 100କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ 3ୟ ସପ୍ତାହରେ ପୁଣି କମିଛି ଆୟ ।

ଏକାସାଙ୍ଗେ ଅଗଷ୍ଟ 11ରେ ରିଲିଜ କରିଥିଲା ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2। ବର୍ତ୍ତମାନ ଉଭୟ ଫିଲ୍ମର ରିଲିଜକୁ 15 ଦିନ ବିତିଗଲାଣି। 15ଦିନରେ ଅର୍ଥାତ 3ୟ ସପ୍ତାହ ଆରମ୍ଭରେ ଫିଲ୍ମରେ ଆୟରେ ହ୍ରାସ ଦେଖିବାକୁ ମିଳିଛି । ସାକ୍‌ନିକ୍‌ ରିପୋର୍ଟ ଅନୁଯାୟୀ, ଗଦର-2 15 ଦିନରେ ଅର୍ଥାତ ଶୁକ୍ରବାର 8.40 କୋଟି ଆୟ କରିଛି । ଯାହା ଏପର୍ଯ୍ୟନ୍ତ ଫିଲ୍ମର ସବୁଠାରୁ କମ୍‌ ଆୟ କରିଥିବା ଦିନ ହୋଇଛି । ଗୁରୁବାର ଯାଏଁ ଫିଲ୍ମର ପ୍ରତିଦିନ ଆୟ 10କୋଟି ଉପରେ ରହିଥିଲା । ବର୍ତ୍ତମାନ ଫିଲ୍ମର ଆୟରେ ହ୍ରାସ ଘଟିଛି। ତେବେ ଗଦର-2 ମୋଟ 425.10 କୋଟି ସଂଗ୍ରହ କରିବାରେ ସଫଳ ହୋଇଛି । ସେପଟେ ଓଏମଜି-2 ଫିଲ୍ମ କିଛି ଦିନରୁ 10କୋଟିରୁ କମ ଆୟ କରୁଥିବା ବେଳେ 15ତମ ଦିନରେ ଅର୍ଥାତ ଶୁକ୍ରବାର ଏହି ଫିଲ୍ମ ମାତ୍ର 1.25 କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ ସଂଗ୍ରହ 127.42 କୋଟିକୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ନୂଆ ପାର୍ଲାମେଣ୍ଟରେ ଗଦର 2 ଫିଲ୍ମର ସ୍ପେଶାଲ ସ୍କ୍ରିନିଂ

ବର୍ତ୍ତମାନ ଅନେକ ଫିଲ୍ମ ରିଲିଜ ହୋଇଛି । ଗଦର-2 ଓଏମଜି-2 ସହ ଜେଲର ରିଲିଜ ହୋଇଥିଲା । ସେପଟେ ଅଗଷ୍ଟ 25 ଅର୍ଥାତ ଆଜି ଡ୍ରିମ୍‌ ଗାର୍ଲ-2, ଅକେଲି ଏବଂ 24ରେ କିଙ୍ଗ ଅଫ୍‌ କୋଠା ଭଳି ଫିଲ୍ମ ରିଲିଜ ହୋଇଛି । ଡ୍ରିମ୍‌ ଗାର୍ଲ-2ରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେ ନଜର ଆସିଥିବା ବେଳେ ଏହି କମେଡି ଫିଲ୍ମ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରୁଛି । ସେହିପରି ନୁସରତ ଭରୁଚ୍ଚାଙ୍କ ଅଭିନୀତ ଫିଲ୍ମ ଅକେଲି ମଧ୍ୟ ସାଉଥ ସୁପରଷ୍ଟାର ଦୁଲେକର ସଲମାନଙ୍କ ଅଭିନୀତ କିଙ୍ଗ୍‌ ଅଫ କୋଠା ବି ଭଲ ପ୍ରଦର୍ଶନ କରୁଛି । ତେବେ ଏଥିପାଇଁ ଫିଲ୍ମରେ ଗଦର 2 ଓଏମଜି 2 ର କ୍ରେଜ କମିଥିବା ଜଣାପଡୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.