ETV Bharat / entertainment

Gadar 2: ରାକ୍ଷୀପୂର୍ଣ୍ଣିମାରେ ଗଦର 2 ଅଫର, 2ଟି ଟିକେଟ୍ ସହ 2ଟି ଫ୍ରି

author img

By ETV Bharat Odisha Team

Published : Aug 29, 2023, 8:00 PM IST

ଗଦର 2 ବକ୍ସ ଅଫିସରେ ଧମାକା କରୁଛି। ଏହାରି ମଧ୍ୟରେ ଫିଲ୍ମର ନିର୍ମାତା ଦର୍ଶକଙ୍କୁ ଏକ ବଡ଼ ଅଫର ଦେଇଛନ୍ତି। ବର୍ତ୍ତମାନ ଦର୍ଶକ ପୁରାପରିବାର ସହ ଫିଲ୍ମକୁ ଉପଭୋଗ କରିପାରିବେ। ଅଧିକ ପଢନ୍ତୁ,

ରାକ୍ଷୀପୂର୍ଣ୍ଣିମାରେ ଗଦର 2 ଅଫର, 2ଟି ଟିକେଟ୍ ସହ 2ଟି ଫ୍ରି

ହାଇଦ୍ରାବାଦ: ଗତ 18 ଦିନ ଧରି ବକ୍ସ ଅଫିସରେ ଧମାକା କରୁଥିବା ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ଫିଲ୍ମ 'ଗଦର 2' ଏବେ ବି ଭଲ ପ୍ରଦର୍ଶନ କରୁଛି। ଏହି ଫିଲ୍ମ ଅଗଷ୍ଟ 11 ରେ ମୁକ୍ତିଲାଭ କରିଥିଲା ​​ଏବଂ ଏହି 18 ଦିନ ମଧ୍ୟରେ ଏହି ଫିଲ୍ମ ବକ୍ସ ଅଫିସରେ 450 କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିଛି। ତେବେ ଏହି ଫିଲ୍ମ ଖୁବଶୀଘ୍ର 500କୋଟି ଆୟ କରିବାକୁ ଯାଉଛି। ଏହି ସଫଳତା ମଧ୍ୟରେ ଫିଲ୍ମର ନିର୍ମାତା ଏକ ବଡ ଅଫରର ଘୋଷଣା କରିଛନ୍ତି। ରାକ୍ଷୀପୂର୍ଣ୍ଣିମା ଅବସରରେ ସନ୍ନି ଦେଓଲଙ୍କ ଫିଲ୍ମ ପାଇଁ 'BUY 2 GET 2' ର ଅଫର ଜାରି କରାଯାଇଛି। ଅର୍ଥାତ୍ ଯଦି ଆପଣ ଏହି ଚଳଚ୍ଚିତ୍ର ପାଇଁ ଦୁଇଟି ଟିକେଟ୍ କିଣନ୍ତି, ତେବେ ଆପଣଙ୍କୁ ମାଗଣାରେ ଦୁଇଟି ଟିକେଟ୍ ମିଳିବ।

ଚଳଚ୍ଚିତ୍ର ଗଦର 2 ଭାରତୀୟ ସିନେମାର ପ୍ରଥମ ଚଳଚ୍ଚିତ୍ର ହୋଇପାରିଛି, ଯାହା ଅତି କମ ସମୟ ମଧ୍ୟରେ 450 କୋଟି ଟଙ୍କା ରୋଜଗାର କରିଛି। ଏହି ଧାରାବାହିକରେ 'ଗଦର 2' ମଧ୍ୟ ଶାହାରୁଖ ଖାନଙ୍କ 1000 କୋଟି ଚଳଚ୍ଚିତ୍ର 'ପଠାନ' ଏବଂ ଦକ୍ଷିଣର ମେଗା ବ୍ଲକବଷ୍ଟର ଚଳଚ୍ଚିତ୍ର 'ବାହୁବଲୀ 2' କୁ ପଛରେ ପକାଇଛି। 'ଗଦର ୨'ର ଏହି ଦମଦାର ସଫଳତା ଦେଖି ବର୍ତ୍ତମାନ ଦର୍ଶକଙ୍କ ପାଇଁ ଏହି ଅଫର ଯୋଗାଇଛନ୍ତି। 'ଗଦର ୨' ନିର୍ମାତା ସେମାନଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଖୁସି ଖବର ଦେଇଛନ୍ତି। ଏବଂ କ୍ୟାପସନରେ ଲେଖିଛନ୍ତି 'ଏହି ରାକ୍ଷୀପୂର୍ଣ୍ଣିମା, ପୁରା ପରିବାର ପାଇଁ କିଛି ବିଶେଷ କରନ୍ତୁ, 2ଜଣଙ୍କ ସହ 2ଟି ଟିକେଟ୍ ବୁକ୍ କରନ୍ତୁ, ଲିଙ୍କକୁ ଯାଇ ଅଫର୍ର ମଜା ଉଠାନ୍ତୁ। ଏହି ଅଫର କେବଳ ସେପ୍ଟେମ୍ବର 3 ଯାଏଁ ଉପଲବ୍ଧ।

ଏହା ମଧ୍ୟ ପଢନ୍ତୁ: ଆଉ ଫିଲ୍ମ ନିର୍ମାଣ କରିବି ନାହିଁ, ମୁଁ ଦେବାଳିଆ ହୋଇଯାଉଛି: ସନ୍ନି ଦେଓଲ

ଗଦର ୨ ବକ୍ସ ଅଫିସ ସଂଗ୍ରହ:

ଗଦର 2 ଏହାର ତୃତୀୟ ସୋମବାର (ଅଗଷ୍ଟ 28) ରେ 4.70 କୋଟି ସଂଗ୍ରହ କରିଛି। ଏହି ଚଳଚ୍ଚିତ୍ରର ମୋଟ 18 ଦିନିଆ ସଂଗ୍ରହ 460.65 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ଚଳଚ୍ଚିତ୍ର ପ୍ରଥମ ସପ୍ତାହରେ 284.63 କୋଟି, ଦ୍ୱିତୀୟ ସପ୍ତାହରେ 134.47 କୋଟି ଏବଂ ତୃତୀୟ ସପ୍ତାହରେ 15 ଦିନରେ 7.10 କୋଟି, 16 ଦିନରେ 13.75 କୋଟି ଏବଂ 17 ଦିନରେ 16.10 କୋଟି ଆୟ କରିଛି। ଆଜି ଅଗଷ୍ଟ 29 ରେ ଅର୍ଥାତ୍ ଏହାର 19 ତମ ଦିନରେ, ଏହା 5.55 କୋଟି ଟଙ୍କା ବ୍ୟବସାୟ କରିଛି। ତେବେ ଫିଲ୍ମର ମୋଟ ଆୟ 465.35 କୋଟି କୁ ବୃଦ୍ଧି ପାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.