ETV Bharat / entertainment

Gadar 2: ନୂଆ ଭର୍ସନରେ ରିଲିଜ ହେଲା ଫିଲ୍ମର ଗୀତ 'ଉଡ ଜା କାଲେ କାୱା'

author img

By

Published : Jun 30, 2023, 9:08 AM IST

ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଗଦର-୨'ର ଗୀତ 'ଉଡ ଜା କାଲେ କାୱା' ଏକ ନୂଆ ରୂପରେ ରିଲିଜ ହୋଇଛି । ଏହି ଗୀତରେ ବଲିଉଡ ଅଭିନେତା ସନ୍ନି ଦେଓଲ ଏବଂ ଅମୀଷା ପଟେଲ ପୁଣି ଥରେ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଅଧିକ ପଢନ୍ତୁ

ନୂଆ ଭର୍ସନରେ ରିଲିଜ ହେଲା ଫିଲ୍ମର ଗୀତ 'ଉଡ ଜା କାଲେ କାୱା'

ମୁମ୍ବାଇ: ଫିଲ୍ମ 'ଗଦର 2' ସହ ବକ୍ସ ଅଫିସରେ ପୁଣି ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ ଏବଂ ଅମୀଷା ପଟେଲ । ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଚଳଚ୍ଚିତ୍ର 'ଗଦର ଏକ ପ୍ରେମ କଥା'ର ପ୍ରଥମ ଭାଗର କ୍ରେଜ ଆଜି ବି ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଲୋକେ ଏହି ଯୋଡିକୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏହି ଫିଲ୍ମ ହିଟ ବି ହୋଇଥିଲା । ଫିଲ୍ମର ରୋମାଣ୍ଟିକ ଗୀତ 'ଉଡ ଜା କାଲେ କାୱା' ଏବେ ବି ଲୋକଙ୍କୁ ଦିୱାନା କରୁଛି । ତେବେ ବର୍ତ୍ତମାନ 'ଉଡ ଜା କାଲେ କାୱା'ର ସ୍ବିକେଲ ଗତକାଲି(ଗୁରୁବାର) ରିଲିଜ ହୋଇଛି ।

ଗଦର ପ୍ରଥମ ଭାଗର ଗୀତ 'ମେ ନିକଲା ଓ ଗଡି ଲେକେ ଏବଂ ଉଡ ଜା କାଲେ କାୱା' ହିଟ ହୋଇଥିଲା । ତେବେ ନିର୍ମାତା ଆଜି 22 ବର୍ଷ ପରେ ଗଦର 2 ର ଗୀତ 'ଉଡ ଜା କାଲେ କାୱା' ନୂଆ ଭର୍ସନ ରିଲିଜ କରିଛନ୍ତି । ଏହି ଗୀତରେ ବଲିଉଡ ଅଭିନେତା ସନ୍ନି ଦେଓଲ ଏବଂ ଅମୀଷା ପଟେଲ ପୁଣି ଥରେ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଏହା ସହିତ, 'ଉଡ ଜା କାଲେ କାୱା' 22 ବର୍ଷ ପୂର୍ବେ ଆସିଥିବା 'ଗଦର ଏକ ପ୍ରେମ କଥା'କୁ ପୁଣି ଥରେ ମନେ ପକାଇ ଦେଇଛି ।

  • " class="align-text-top noRightClick twitterSection" data="">

ସୂଚନା ଅନସାରେ, ଉଦିତ ନାରାୟଣ ଏବଂ ଅଲକା ଗଦର ଏକ ପ୍ରେମ କଥାର ମୂଳ ଗୀତ 'ଉଡ ଜା କାଲେ କାୱା' ନିଜ ସ୍ବର ଦେଇଥିଲେ। ବର୍ତ୍ତମାନ ମିଥୁନ୍ ଏହି ଗୀତର ନୂଆ ସଂସ୍କରଣକୁ ପୁନଃନିର୍ମାଣ କରିଛନ୍ତି । ମୂଳ ଗୀତକୁ ଉତ୍କଳ ସିଂ ରଚନା କରିଥିଲେ ଏବଂ ଗୀତଗୁଡ଼ିକ ଆନନ୍ଦ ବକ୍ସିଙ୍କ ଦ୍ୱାରା ଲେଖାଯାଇଥିଲା । ଭିଡିଓରେ 'ଗଦର- ଏକ ପ୍ରେମ କଥା'ର ଝଲକ ପ୍ରଦର୍ଶିତ ହୋଇଛି ଯେଉଁଥିରେ ତାରା ସିଂ ଏବଂ ସକିନା ସେମାନଙ୍କର ପୁରୁଣା ଦିନକୁ ମନେ ପକାଉଥିବାର ନଜର ଆସିଛନ୍ତି । ତେବେ ମୂଳ ଗୀତ ଭଳି ଏହି ନୂଆ ଭର୍ସନ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି।

ଏହା ମଧ୍ୟ ପଢନ୍ତୁ: 'ଗଦର-୨'ର ଟିଜର ଆଉଟ୍‌, ପୁଣି ସ୍କ୍ରିନ୍‌ରେ ଦେଖିବାକୁ ମିଳିବ ତାରା ସିଂଙ୍କ ଜଲୱା

ସୂଚନା ଥାଉ କି, 'ଗଦର 2' ଅଗଷ୍ଟ 11ରେ ରିଲିଜ ହେବ । ପ୍ରଥମ ଭାଗରେ ଟ୍ରକ୍ ଡ୍ରାଇଭର ତାରା ସିଂ ଭୁମିକାରେ ଅଭନୟ କରିଥିଲେ ସନ୍ନି ଦେଓଲ । ତାଙ୍କ ସକିନା ଭୁମିକାରେ ଥିଲେ ଅମୀଷା ପଟେଲ । ଫିଲ୍ମରେ ତାରା ପାକିସ୍ତାନୀ ପତ୍ନୀ ସାକିନାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କର ସଂଗ୍ରାମ କରିଥିଲେ । ସେହିପରି ଗଦର-2 ଟିଜରରେ 1971 ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଦର୍ଶାଯାଇଛି । ହେଲେ ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ପାକିସ୍ତାନ ଯିବେ । ଗଦର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ଗଦରରେ ଚରଣଜିତ ଭୂମିକାରେ ନଜର ଆସିବେ । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ ସିହ୍ନା ନଜର ଆସିବେ । ଏହି ଫିଲ୍ମ ସନ୍ଦୀପ ରେଡ୍ଡୀ ଭଙ୍ଗା ନିର୍ଦ୍ଦେଶିତ ଫିଲ୍ମ ଆନିମୋଲ ଏବଂ ଅକ୍ଷୟ କୁମାର ଅଭିନୀତ ଫିଲ୍ମ OMG-2 ସହ କଡା ଟକ୍କର ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.