ETV Bharat / entertainment

ଗଦର-2କୁ ପାକିସ୍ତାନୀ ବିରୋଧୀ ଫିଲ୍ମ କୁହାଯିବା ନେଇ ସନ୍ନିଙ୍କ ପ୍ରତିକ୍ରିୟା , ସିନେ ସମୀକ୍ଷକଙ୍କୁ କଡା ଜବାବ

author img

By ETV Bharat Odisha Team

Published : Aug 27, 2023, 8:34 PM IST

ଗଦର-2କୁ ‘ପାକିସ୍ତାନୀ ବିରୋଧୀ’ ଫିଲ୍ମ କହିବା ନେଇ ମୁହଁ ଖୋଲିଛନ୍ତି ସନ୍ନି । କହିଲେ ଫିଲ୍ମକୁ କେବଳ ମନୋରଞ୍ଜନ ଧର୍ମୀ ଭାବରେ ଦେଖିବା ଉଚିତ୍ । ଅଧିକ ପଢନ୍ତୁ

ବକ୍ସ ଅଫିସରେ ଧମାଲ ମଚାଉଛି ସନ୍ନି ଦେଓଲ ଷ୍ଟାରର ମୁଭି ଗଦର-2

ହାଇଦ୍ରାବାଦ: ବକ୍ସ ଅଫିସରେ ଧମାଲ ମଚାଉଛି ସନ୍ନି ଦେଓଲ ଷ୍ଟାରର ମୁଭି ଗଦର-2 । ତେବେ ଗଦର-2 ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଫିଲ୍ମକୁ ଏବେ ଅନେକ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବିରୋଧ କରାଯାଉଛି । ଏହି ଫିଲ୍ମ ଏକ 'ପାକିସ୍ତାନୀ ବିରୋଧୀ' ଏବଂ ମୁସଲମାନମାନଙ୍କୁ ନକରାତ୍ମକ ଚିତ୍ରଣ କରୁଥିବା ଅଭିଯୋଗ କରିଛନ୍ତି କେତେକ ସମାଲୋଚକ । ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ସନ୍ନି । ସନ୍ନି କହିଛନ୍ତି ଗଦର-୨କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ସମାଲୋଚନା ହାସ୍ୟସ୍ପଦ । ଫିଲ୍ମକୁ କେବଳ ମନୋରଞ୍ଜନର ଆଧାରରେ ଦେଖିବା ଉଚିତ୍ ।

  • " class="align-text-top noRightClick twitterSection" data="">

ଇଣ୍ଟରନ୍ଯାସନାଲ ୱେବଲଏଡକୁ ଦେଇଥିବା ଏକ ସାକ୍ଷାତକାରରେ ସନ୍ନ କହିଛନ୍ତି, "ଫିଲ୍ମକୁ ସମୀକ୍ଷା କରୁଥିବା ବ୍ୟକ୍ତି ପ୍ରଥମେ ଫିଲ୍ମକୁ ଭଲଭାବେ ଦେଖିବା ଉଚିତ । ଏହି ଫଲ୍ମ ମୁଖ୍ୟତ ମନୋରଞ୍ଜନ ଧର୍ମୀ । ଫିଲ୍ମରେ କୌଣସି ଦେଶ କି ଜାତିକୁ ଆକ୍ଷେପ କି ଅସମ୍ମନ କରାଯାଇ ନାହିଁ । ଗଦର 2କୁ 'ପାକିସ୍ତାନୀ ବିରୋଧୀ' ଭାବରେ ବିବେଚନା କରିବା ଠିକ୍ ନୁହେଁ । ଫିଲ୍ମର କାହାଣୀ 1947 ମସିହାରେ ବିଭାଜନରୁ ଆସିଥିବା ଶତ୍ରୁତାକୁ ସ୍ୱୀକାର ଦର୍ଶାଇଛି । ହେଲେ ଫିଲ୍ମରେ କିପରି ଧର୍ମ ମଧ୍ୟରେ ପାତରଆନ୍ତର ନକରି ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖିବା ସେନେଇ ଗୁରୁତ୍ୱାରୋପ କରାଯାଇଛି । ଫିଲ୍ମକୁ ବୁଝି ଭଲପାଇବା ଦେଇଥିବା ଦର୍ଶକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।"

ଅଧିକ ପଢନ୍ତୁ: Gadar 2 vs Omg 2: ପୁଣି ଚାଲିଲା ସନ୍ନି ଏବଂ ଅକ୍ଷୟଙ୍କ ଯାଦୁ, 16 ଦିନରେ ଏତିକି ଆୟ କଲା ଉଭୟ ଫିଲ୍ମ

ସନ୍ନି ଦେଓଲ ଆହୁରି ମଧ୍ୟ କହିଛନ୍ତି,"ସେ ତାଙ୍କ ସମସ୍ତ ଫିଲ୍ମରେ ସବୁ ସମ୍ପ୍ରଦାୟର ଲୋକଙ୍କୁ ସମ୍ମାନ ଦେଇ ଆସିଛନ୍ତି । ଫିଲ୍ମରେ ତାରା ସିଂ ମଧ୍ୟ ସବୁ ଧର୍ମକୁ ସମ୍ମାନ ଦୃଷ୍ଟିରେ ଦେଖିଛି । ତେଣୁ ଫିଲ୍ମରେ କୌଣସି ଧର୍ମର ଆପମାନ କରାଯାଇ ନାହିଁ । ଏହାବାଦ ଫିଲ୍ମକୁ ମନୋରଞ୍ଜନ ଉଦ୍ଦେଶ୍ୟରେ ଦେଖାଯିବା ଦରକାର । ଫିଲ୍ମ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଏ । ଏହାକୁ କୌଣସି ଜାତି କି ଧର୍ମ ସହ ତୁଳନା କରି ସମାଲୋଚନା କରିବା ଭୁଲ ।"

ସେହିପରି ଗଦର-2 ଅର୍ଥାତ ବିଷୟରେ କହିବାକୁ ଗଲେ, ଫିଲ୍ମ 5ଶହ କୋଟି କ୍ଲବରେ ସାମିଲ ହୋଇଛି । ଏହି ଫିଲ୍ମ କେଜିଏଫ ଓ ପଠାନର ରେକର୍ଡ ଭାଙ୍ଗି ବକ୍ସ ଅଫିସ କଲେକ୍ସନରେ ନିଜ ଦବଦବା ଜାହିର କରିଛି । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.