ETV Bharat / entertainment

'ପୁଷ୍ପା ୨' ଠାରୁ 'ଫାଇଟର'; ୨୦୨୪ରେ ଧମାକା କରିବ ଏହି ସୁପରଷ୍ଟାରଙ୍କ ଫିଲ୍ମ

author img

By ETV Bharat Odisha Team

Published : Dec 31, 2023, 5:44 PM IST

Biggest Films Of 2024: ଆଉ ମାତ୍ର କେଇ ଘଣ୍ଟା ପରେ ଅପ ସରିଯିବ ୨୦୨୩ । ଆରମ୍ଭ ହେବ ନୂଆ ବର୍ଷ । ତେବେ ୨୦୨୩ରେ ଅନେକ ସୁପରଷ୍ଟାର ନିଜ ଫିଲ୍ମ ସହ ବଡ ପରଦାରେ ଧମାକା କରିଥିବା ବେଳେ ବର୍ତ୍ତମାନ ୨୦୨୪ରେ ମଧ୍ୟ ଅନେକ ଷ୍ଟାର ନିଜର ଜଲୱା ଦେଖାଇବାକୁ ପ୍ରସ୍ତୁତ ହୋଇରହିଛନ୍ତି । ତେବେ ୨୦୨୪ ବର୍ଷ କେଉଁ ଫିଲ୍ମ ରିଲିଜ ହେବ । ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା...

'ପୁଷ୍ପା ୨' ଠାରୁ 'ଫାଇଟର'; ୨୦୨୪ରେ ଧମାକା କରିବ ଏହି ସୁପରଷ୍ଟାରଙ୍କ ଫିଲ୍ମ
'ପୁଷ୍ପା ୨' ଠାରୁ 'ଫାଇଟର'; ୨୦୨୪ରେ ଧମାକା କରିବ ଏହି ସୁପରଷ୍ଟାରଙ୍କ ଫିଲ୍ମ

ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ନୂଆ ବର୍ଷକୁ ସ୍ବାଗତ କରିବେ ଲୋକେ । ତେବେ ବର୍ଷ ୨୦୨୩ ସରିବାକୁ ଯାଉଛି ସତ ହେଲେ ଲୋକଙ୍କୁ ମନୋରଞ୍ଜନ କରିବାର ସୁଯୋଗ ଏମିତି ଜାରି ରହିବ । ୨୦୨୩ ବର୍ଷ ପରେ ୨୦୨୪ରେ ମଧ୍ୟ ଅନେକ ଫିଲ୍ମ ବଡ ପରଦା ସହ ଓଟିଟି ପ୍ଲାଟଫର୍ମରେ ଧମାକା କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ଫିଲ୍ମ ଗୁଡିକୁ ଫ୍ୟାନ୍ସ ମାନେ ମଧ୍ୟ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ୨ ଠାରୁ ଆରମ୍ଭ କରି ପ୍ରଭାସଙ୍କ ଫିଲ୍ମ କଲ୍କି ୨୮୯୮ AD , ହ୍ରିତିକ ରୋଶନଙ୍କ ଫାଇଟର ଠାରୁ ଅଜୟ ଦେବଗମନଙ୍କ ସିଙ୍ଘମ ଏଗେନ ଫିଲ୍ମ ପରି ଅନେକ ସୁପରଷ୍ଟାରଙ୍କ ଫିଲ୍ମ ୨୦୨୪ରେ ରିଲିଜ ହେବ । ତେବେ ଫିଲ୍ମ ଗୁଡିକ କେବେ ରିଲିଜ ହେବ କ'ଣ । ତାହା ବିଷୟରେ ସମ୍ପର୍ଣ୍ଣ ତଥ୍ୟ ଜାଣନ୍ତୁ,

  • " class="align-text-top noRightClick twitterSection" data="">
  • ମେରି ଖ୍ରୀଷ୍ଟମାସ: ଜାନୁଆରୀ ୧୨, ୨୦୨୪ରେ ରିଲିଜ ହେବ ମେରୀ ଖ୍ରୀଷ୍ଟମାସ । କ୍ୟାଟ୍ରିନା କୈଫ ଏବଂ ଶ୍ରୀରାମ ରାଘବନଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର 'ମେରୀ ଖ୍ରୀଷ୍ଟମାସ'। ଏବଂ ବିଜୟଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି କ୍ୟାଟ୍ରିନା । ଏହି ଫିଲ୍ମ ସହ କ୍ୟାଟ୍ରିନା ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । କ୍ୟାଟ୍ରିନା ଏବଂ ସେଥୁପଥୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ହିନ୍ଦୀ ସଂସ୍କରଣରେ ସଞ୍ଜୟ କପୁର, ବିନୟ ପାଠକ, ପ୍ରତୀମା କନ୍ନନ ଏବଂ ଟିନୁ ଆନନ୍ଦ ନଜର ଆସିବାକୁ ଥିବା ବେଳେ ତାମିଲ ସଂସ୍କରଣରେ ରାଧିକା ସରତକୁମାର, ଶାନମୁଗାରାଜା, କେଭିନ ଜୟ ବାବୁ ଏବଂ ରାଜେଶ ୱିଲିୟମ୍ସ ପ୍ରମୁଖ ଅଭିନୟ କରିଛନ୍ତି ।

  • ଫାଇଟର: ୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ୨୫ ଜାନୁଆରୀ ୨୦୨୪ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି 'ପଠାନ ଏବଂ ୱାର' ଫିଲ୍ମ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ଭାୟାକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, ସୁନୀଲ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିବେ । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବେ ହ୍ରିତିକ ।
  • ମେଁ ଅଟଲ ହୁଁ: 2024 ମେ' ମାସ ୧୯ ତାରିଖରେ 'ମେଁ ଅଟଲ୍ ହୁଁ' ବଡ଼ ପରଦାରେ ମୁକ୍ତିଲାଭ କରିବ । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଦିନରୁ ଆରମ୍ଭ କରି ଯୁବାବସ୍ଥା, ରାଜନୈତିକ କ୍ୟାରିୟର ତଥା ଭାରତକୁ ଏକ ମହାନ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କର ଅବଦାନ ବିଷୟରେ ଦର୍ଶାଯାଇଛି । ଏହି ଫିଲ୍ମରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ପଙ୍କଜ ତ୍ରିପାଠୀ ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

  • ଯୋଦ୍ଧା: ୧୫ ମାର୍ଚ୍ଚ ୨୦୨୪ରେ ସିନେମା ହଲରେ ରିଲିଜ ହେବ ଯୋଦ୍ଧା । ପୁଷ୍କର ଓଝା ଏବଂ ସାଗର ଆମ୍ବରେ ମିଳିତ ଉଦ୍ୟମରେ ଏହି ଫିଲ୍ମକୁ ପ୍ରସ୍ତୁତ କରୁଥିବା ବେଳେ କରଣ ଜୋହର ଏହାର ନିର୍ମାତା ଅଟନ୍ତି । ତେବେ ଏହି ଚଳଚ୍ଚିତ୍ରରେ ଦିଶା ପାଟାନି ଏବଂ ରାଶି ଖାନ୍ନା ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଏଥିସହ ଫିଲ୍ମରେ ସୁନୀଲ ସେଚ୍ଚୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
  • ମେଟ୍ରୋ ଇନ୍‌ ଦିନୋ: ମାର୍ଚ୍ଚ ୨୯, ୨୦୨୪ରେ ରିଲଜ ହେବ ଏହି ଫିଲ୍ମ । ଏହି ଚଳଚ୍ଚିତ୍ରର ମୁଖ୍ୟ ଷ୍ଟାର କାଷ୍ଟ ହେଉଛନ୍ତି ଆଦିତ୍ୟ ରୟ କପୁର ଏବଂ ସାରା ଅଲି ଖାନ । ଆଦିତ୍ୟ ରୟଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନ୍ସ କରିବେ ସାରା । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଭୂଷଣ କୁମାର, ଅନୁରାଗ ବସୁ, କୃଷ୍ଣ କୁମାର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅନୁରାଗ ବସୁ । ଏହି ଚଳଚ୍ଚିତ୍ରରେ ପ୍ରସିଦ୍ଧ ସଂଗୀତଜ୍ଞ ପ୍ରୀତମଙ୍କ ସଙ୍ଗୀତ ରହିବ । ଟି-ସିରିଜର ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହେବାକୁ ଯାଉଛି ।
  • ବଡ଼େ ମିୟାଁ ଛୋଟେ ମିୟାଁ: ଏହି ଫିଲ୍ମ ଏପ୍ରିଲ ୧୦ ଇଦ ଅବସରରେ ରିଲିଜ ହେବ । ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ଅଭିନେତା ଟାଇଗର ଶ୍ରଫ ଏବଂ ମାଲାୟାଲମ୍ ତାରକା ପୃଥ୍ବୀରାଜ ସୁକୁମାରନଙ୍କୁ ଦେଖିବାକୁ ମିଳିବ । ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଫିଲ୍ମ ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଷୀ ଚିଲର୍ ଏବଂ ଆଲାୟା ଏଫ୍ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଓ ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ ।
  • ଚନ୍ଦୁ ଚମ୍ପିଆନ: ଏହି ଫିଲ୍ମ 14 ଜୁନ୍ 2024ରେ ମୁକ୍ତିଲାଭ କରିବ । ଚନ୍ଦୁ ଚମ୍ପିଆନ୍ ଫିଲ୍ମ କ୍ରୀଡ଼ା ଡ୍ରାମା ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁର୍ଲିକାଣ୍ଟ ପେଟକରଙ୍କ ବାୟୋପିକ୍ ଅଟେ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍ ପ୍ରଥମ ଥର ପାଇଁ ଏକ କ୍ରୀଡ଼ା ଡ୍ରାମା ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶକ କବୀର ଖାନ ସାଜିଦ ନାଦିଆଡୱାଲା ଏବଂ ଭର୍ଦା ନାଦିଆଡୱାଲାଙ୍କ ଦ୍ବାରା ନିର୍ମିତ ।
  • ସ୍ତ୍ରୀ-୨: ଏହି ଫିଲ୍ମ ସ୍ତ୍ରୀ ପ୍ରଥମ ଭାଗ ରିଲିଜର ୬ ବର୍ଷ ପରେ ଅର୍ଥାତ୍ ଅଗଷ୍ଟ ୩୧, ୨୦୨୪ରେ ରିଲିଜ ହେବ । ଏହା ସ୍ତ୍ରୀର ସିକ୍ବେଲ ଅଟେ । ନିର୍ଦ୍ଦେଶକ ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ସିକ୍ବେଲରେ ଶ୍ରଦ୍ଧା କପୁର, ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀ ଯଥାକ୍ରମେ ସ୍ତ୍ରୀ, ବିକି ଏବଂ ରୁଦ୍ରଙ୍କ ଭୂମିକାରେ ପୁଣି ଅଭିନୟ କରିବେ ।
  • ସିଙ୍ଘମ ଏଗେନ: ସିଙ୍ଘମ ଏଗେନ ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ମଲ୍ଟି ଷ୍ଟାରର ଫିଲ୍ମ ହୋଇଥିବାରୁ ବକ୍ସ ଅଫିସରେ ଧମାକା କରିବ ବୋଲି କୁହାଯାଉଛି । ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ରଣଭୀର ସିଂ, କରୀନା କପୁର, ଦୀପିକା ପାଦୁକୋନ, ଟାଇଗର ଶ୍ରଫ, ଅକ୍ଷୟ କୁମାରଙ୍କ ସମେତ ଅନେକ ତାରକା ନଜର ଆସିବେ ।

  • ପୁଷ୍ପା ୨: ଏହି ଫିଲ୍ମ ପୁଷ୍ପା: ଦ ରାଇଜ୍‌ର ସିକ୍ବେଲ୍‌ ଅଟେ । ଫିଲ୍ମ 'ପୁଷ୍ପା ୨-ଦ ରୁଲ୍' ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ରିଲିଜ ହେବ । ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବ୍ୟତୀତ ଫାହାଦ୍ ଫସିଲ, ରଶ୍ମିକା ମନ୍ଦାନା, ସୁନୀଲ, ପ୍ରକାଶ ରାଜ, ଜଗପତି ବାବୁ, ଅନୁସୁଆ ଭରଦ୍ୱାଜଙ୍କୁ 'ପୁଷ୍ପା: ଦ ରୁଲ୍'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

  • କାନ୍ତରା: 'କାନ୍ତରା' ଋଷଭ ଶେଟ୍ଟୀଙ୍କ ଏବଂ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ତେବେ ଚଳଚ୍ଚିତ୍ରଟି କେବଳ ଗୋଟିଏ ନୁହେଁ, ୭ଟି ଭାଷାରେ ମୁକ୍ତିଲାଭ କରିବ । ହିନ୍ଦୀ ଏବଂ କନ୍ନଡ଼ ସହିତ ତାମିଲ, ତେଲୁଗୁ, ମାଲାୟାଲମ୍, ଇଂରାଜୀ ଏବଂ ବଙ୍ଗଳା ଭାଷାରେ 'କାନ୍ତରା ଅଧ୍ୟାୟ-1' ରିଲିଜ୍ ହେବ । ଆସନ୍ତା ବର୍ଷ ସାତୋଟି ଭାଷାରେ 'କାନ୍ତରା ଅଧ୍ୟାୟ 1' ରିଲିଜ୍ ହେବ ।
  • କଲ୍‌କି ୨୮୯୮ AD: ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ 12ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ସାଉଥ ଅଭିନେତା ପ୍ରଭାସ, କମଲ ହାସନ, ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, ଦିଶା ପାଟାନୀ ଏବଂ ପଶୁପତିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍‌ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଏହି ଚଳଚ୍ଚିତ୍ରଟି ଭାରତରେ ଏବଂ ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ଼ ଏବଂ ଇଂରାଜୀ ଭାଷାରେ ରିଲିଜ କରିବ ।
  • ମୈଦାନ: ବୋନି କପୁରଙ୍କ ଦ୍ବାରା ନିର୍ମିତ ଫିଲ୍ମ 'ମୈଦାନ'ରେ ଅଜୟ ଦେବଗନଙ୍କ ବ୍ୟତୀତ ସାଉଥ ଅଭିନେତ୍ରୀ ପ୍ରିୟମଣି, ଗଜରାଜ ରାଓ ଏବଂ ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ଅମିତ ଶର୍ମା ନିର୍ଦ୍ଦେଶନା ଦେଇଥିବା ବେଳେ ଏ ଆର୍ ରହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଏହି ଫିଲ୍ମର ରିଲିଜ୍ ତାରିଖ ଅନେକ ଥର ଘୁଞ୍ଚା ଯାଇଥିବା ବେଳେ ବର୍ତ୍ତମାନ ଏହି ଫିଲ୍ମ ୨୦୨୪ରେ ରିଲିଜ କରାଯିବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ୨୩ରେ ଚମକିଲା ଏହି ଷ୍ଟାରଙ୍କ ଭାଗ୍ୟ, ଲୋକପ୍ରିୟତା ସହ ବମ୍ପର କଲେକ୍ସନ କଲା ଫିଲ୍ମ

  • ଏମରଜେନ୍ସି: 'ଏମରଜେନ୍ସି' ବିଷୟରେ କହିବାକୁ ଗଲେ କଙ୍ଗନା ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । କଙ୍ଗନା ରଣାୱତଙ୍କ ଏହି ଫିଲ୍ମ 'ଏମରଜେନ୍ସି' 2023 ଜୁନ୍ 25ରେ ମୁକ୍ତିଲାଭ କରିବ । କଙ୍ଗନା ରଣାୱତ ତାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଅଧୀନରେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ରାଜନୈତିକ ଡ୍ରାମା ଚଳଚ୍ଚିତ୍ରରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା ରାଣାୱତ ନଜର ଆସିବେ । ଅଭିନେତା ଶ୍ରେୟାସ ତଲପଡେ (Shreyas Talpade) 'ଏମରଜେନ୍ସି'ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ ଅନୁପମ ଖେର ଏବଂ ସ୍ବର୍ଗତ ଅଭିନେତା ସତୀଶ କୌଶିକ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.