ETV Bharat / entertainment

Fitoor Song OUT: ଶମ୍‌ଶେରାର ପ୍ରଥମ ରୋମାଣ୍ଟିକ୍ ଗୀତ ଫିତୁର ରିଲିଜ୍‌ - ରୋମାଣ୍ଟିକ୍ ଗୀତ ଫିତୁର ରିଲିଜ୍‌

ଫିଲ୍ମ ଶମଶେରାର ପ୍ରଥମ ରୋମାଣ୍ଟିକ ଗୀତ ଫିତୁର ଜୁଲାଇ 7ରେ ମୁକ୍ତିଲାଭ କରିଛି । ଏହି ଗୀତରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ଅଣ୍ଡର ୱାଟର ରୋମାନ୍ସ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

ଶମ୍‌ଶେରାର ପ୍ରଥମ ରୋମାଣ୍ଟିକ୍ ଗୀତ ଫିତୁର ରିଲିଜ୍‌, ଦେଖନ୍ତୁ ରଣବୀର-ବାନିଙ୍କ ଅଣ୍ଡର ୱାଟର ରୋମାନ୍ସ

author img

By

Published : Jul 7, 2022, 4:27 PM IST

ହାଇଦ୍ରାବାଦ: ୟଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ 'ଶମଶେରା'ର ପ୍ରଥମ ରୋମାଣ୍ଟିକ ଗୀତ 'ଫିତୁର' ଜୁଲାଇ 7 ରେ ମୁକ୍ତିଲାଭ କରିଛି । ଏହି ଗୀତରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ଅଣ୍ଡର ୱାଟର ରୋମାନ୍ସ ଦେଖିବାକୁ ମିଳୁଛି। ଏହି ଫିଲ୍ମ ଜୁଲାଇ 22ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାପୂର୍ବରୁ ଫିଲ୍ମର ପ୍ରଥମ ଗୀତ 'ଜୀ ହୁଜୁର' ରିଲିଜ ହୋଇଥିଲା ।

  • " class="align-text-top noRightClick twitterSection" data="">

ରୋମାଣ୍ଟିକ୍ ଗୀତ 'ଫିତୁର'କୁ ଅରିଜିତ ସିଂ ଏବଂ ନୀତି ମୋହନ ଗାଇଛନ୍ତି । ଜଣାଶୁଣା ସଂଗୀତକାର ମିଥୁନ ଏହି ଗୀତ ରଚନା କରିଛନ୍ତି ଏବଂ ଫିଲ୍ମର ନିର୍ଦ୍ଦେଶକ କରଣ ମଲହୋତ୍ରା ନିଜେ ଏହି ଗୀତର ଲିରିକ୍ସ ଲେଖିଛନ୍ତି । ଏହି ଗୀତରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ମଧ୍ୟରେ ଥିବା ରୋମାନ୍ସ ଦେଖିବାକୁ ମିଳୁଛି। ଫିଲ୍ମର ଏହି ଗୀତଟି ଏକ ସୁନ୍ଦର ସ୍ଥାନରେ ସୁଟିଂ କରାଯାଇଛି । କହିବାକୁ ଗଲେ ରଣବୀର କପୁର ଏବଂ ବାଣୀ କପୁର ଏହି ଫିଲ୍ମର ପ୍ରମୋସନରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ।

ଶମଶେରା ଫିଲ୍ମ ସହିତ ଦୀର୍ଘ ସମୟ ପରେ ରଣବୀର ବଡ ପରଦାକୁ ଫେରୁଛନ୍ତି। ରଣବୀରଙ୍କୁ ପୂର୍ବରୁ ଫିଲ୍ମ 'ସଞ୍ଜୁ' (2018) ରେ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ରଣବୀର କପୁରଙ୍କ ଦୁଇଟି ଚଳଚ୍ଚିତ୍ର ଶମଶେରା ଏବଂ ବ୍ରହ୍ମାସ୍ତ୍ରର ରିଲିଜ୍ ତାରିଖ ସାମ୍ନାକୁ ଆସିଛି। ଏଥି ସହିତ ରଣବୀର ନିର୍ଦ୍ଦେଶକ ଲଭ ରଂଜନଙ୍କ ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.