ETV Bharat / entertainment

ଆସୁଛି ସବ୍ୟସାଚୀଙ୍କ ଆଗାମୀ ଚଳଚ୍ଚିତ୍ର ପୁଷ୍କରା, ଫାଷ୍ଟଲୁକ୍‌ ରିଲିଜ

author img

By

Published : Jan 2, 2023, 9:40 PM IST

ନୂଆବର୍ଷରେ ପରଦାକୁ ଆସୁଛି ଓଲିଉଡ଼ ଅଭିନେତା ସବ୍ୟସାଚୀଙ୍କ ଆଗାମୀ ଫିଲ୍ମ 'ପୁଷ୍କରା' (Ollywood Movie Pushkara)। ତେବେ ଆଜି ଏହାର ଫାଷ୍ଟଲୁକ ରିଲିଜ ହୋଇଛି । ଅଧିକ ପଢନ୍ତୁ

First look of Ollywood Movie Pushkara
First look of Ollywood Movie Pushkara
ଆସୁଛି ସବ୍ୟସାଚୀଙ୍କ ଆଗାମୀ ଚଳଚ୍ଚିତ୍ର ପୁଷ୍କରା, ଫାଷ୍ଟଲୁକ୍‌ ରିଲିଜ

ଭୁବନେଶ୍ବର: ନୂଆ ବର୍ଷରେ ବଡ ପରଦାରେ ଆସିବାକୁ ଯାଉଛି ସବ୍ୟସାଚୀ (Ollywood Actor Sabyasachi Mishra)ଙ୍କ ନୂଆ ଚଳଚ୍ଚିତ୍ର 'ପୁଷ୍କରା' (Ollywood Movie Pushkara) । ଆଜି ଚଳଚ୍ଚିତ୍ରର ଫାଷ୍ଟଲୁକ ରିଲିଜ ହୋଇଛି (Pushkara Movie First Look) । ଓଡ଼ିଆ ଉପନ୍ୟାସ ଉପରେ ଏହି ଫିଲ୍ମ ଆଧାରିତ ହୋଇଥିବା ବେଳେ ସବ୍ୟସାଚୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି ।

ଓଡ଼ିଆ ଉପନ୍ୟାସ 'ନଡା ବିନ୍ଦୁ'ରୁ ପ୍ରସ୍ତୁତ ହେବ ଚଳଚିତ୍ର ପୁଷ୍କରା । ଏନେଇ ସବ୍ୟସାଚୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି, "ଏକ ନୂଆ ଓ ରୋମାଞ୍ଚକର ଯାତ୍ରା ନୂଆ ବର୍ଷରେ ଆରମ୍ଭ ହେବାକୁ ଯାଉଛି । କାରଣ ପ୍ରଥମ ଥର ପାଇଁ ଉପନ୍ୟାସରୁ ପ୍ରସ୍ତୁତ ସିନେମାରେ ମୁଁ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛି । ଏହାକୁ ନେଇ ମୁଁ ବହୁତ ଖୁସି । ଉପନ୍ୟାସ ନଡା ବିନ୍ଦୁରୁ ଏହି ସିନେମା ପ୍ରସ୍ତୁତ ହେଉଥିବା ବେଳେ ବଡ ବଜେଟକୁ ନେଇ ଆସୁଛି," ବୋଲି ସେ ଲେଖିଛନ୍ତି ।

ଏହା ବି ପଢନ୍ତୁ-ତୁନିଷାଙ୍କ ଆତ୍ମହତ୍ୟା ପରେ ଶିଜାନଙ୍କ ପରିବାରବର୍ଗଙ୍କ ଚାଞ୍ଚଲ୍ୟକର ବୟାନ

ଏହାସିହତ ଫିଲ୍ମର ଏକ ପୋଷ୍ଟରକୁ ଆଜି ସେ ନିଜ ସୋସିଆଲ ମିଡ଼ିଆ ପେଜରେ ରିଲିଜ କରିଛନ୍ତି । ଏହାକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଅଭିନେତା ସବ୍ୟସାଚୀଙ୍କୁ ଫ୍ୟାନ୍ସମାନେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଫିଲ୍ମକୁ ତରଙ୍ଗ ପ୍ରଡକ୍ସନ ଦ୍ବାରା ନିର୍ମିତ ହୋଇଥିବା ବେଳେ ପୋଷ୍ଟରରେ ସବ୍ୟସାଚୀ ଜଣେ ସାଧୁ ବେଶରେ ପାହାଚରେ ବସିଥିବା ନଜର ଆସିଛନ୍ତି । ଏହାକୁ ନେଇ ଫ୍ୟାନ୍ସମାନେ ବେଶ ଉତ୍ସାହିତ ଥିବା କମେଣ୍ଟରେ ଲେଖିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.