ETV Bharat / entertainment

ଭାଇଜାନଙ୍କ ଏଣ୍ଟ୍ରିରେ ହଲ ଭିତରେ ବାଣ ଫୁଟାଇଲେ ଫ୍ୟାନ୍ସ, 2 ଜଣଙ୍କ ନାଁରେ ମାମଲା ରୁଜୁ

author img

By ETV Bharat Odisha Team

Published : Nov 13, 2023, 4:35 PM IST

Updated : Nov 13, 2023, 4:56 PM IST

Tiger 3: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଷ୍ଟାରର ଫିଲ୍ମ ଟାଇଗର ୩କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ଏକ ଥିଏଟରରେ ଟାଇଗର ୩ ଦେଖୁଥିବା ଫ୍ୟାନ୍ସ ଥିଏଟରରେ ବାଣ ଫୁଟାଇଥିଲେ । ଏହି ମାମଲାରେ ସ୍ଥାନୀୟ ପୋଲିସ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ

Tiger 3: ସଲମାନଙ୍କ ଏଣ୍ଟ୍ରିରେ ଥିଏଟରରେ ବାଣ ଫୁଟାଇଲେ ଫ୍ୟାନ୍ସ, ଦୁଇ ଜଣକୁ ଗିରଫ କଲା ପୋଲିସ
Tiger 3: ସଲମାନଙ୍କ ଏଣ୍ଟ୍ରିରେ ଥିଏଟରରେ ବାଣ ଫୁଟାଇଲେ ଫ୍ୟାନ୍ସ, ଦୁଇ ଜଣକୁ ଗିରଫ କଲା ପୋଲିସ

ଭାଇଜାନଙ୍କ ଏଣ୍ଟ୍ରିରେ ହଲ ଭିତରେ ବାଣ ଫୁଟାଇଲେ ଫ୍ୟାନ୍ସ, 2 ଜଣଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ଦିୱାଲୀରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର ୩' ଭଲ ପ୍ରଦର୍ଶନ କରୁଛି । ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ସଲମାନଙ୍କ ଫ୍ୟାନ୍ସମାନେ 'ଟାଇଗର୩' ସହ ଦିୱାଲୀ ସେଲିବ୍ରେସନ କରିଛନ୍ତି । ଥିଏଟରରେ ଫିଲ୍ମ ଦେଖି ଉତ୍ସାହିତ ହୋଇଥିଲେ ଫ୍ୟାନ୍ସ । ସଲମାନ ଖାନଙ୍କ ଏଣ୍ଟ୍ରିରେ ବାଣ ଫୁଟାଇ ସେଲିବ୍ରେଟ କରିଥିଲେ । ଘଟଣାରେ ପୋଲିସ ୨ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ସେପଟେ ଘଟଣା ନେଇ ପ୍ରତିକ୍ରିୟା ଦେଇଛନ୍ତି ସଲମାନ ଖାନ । ସେ କହିଛନ୍ତି, 'ଏହା ବହୁତ ବିପଦପୂର୍ଣ୍ଣ ।'

  • I'm hearing about fireworks inside theaters during Tiger3. This is dangerous. Let's enjoy the film without putting ourselves and others at risk. Stay safe.

    — Salman Khan (@BeingSalmanKhan) November 13, 2023 " class="align-text-top noRightClick twitterSection" data=" ">

ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ମାଲେଗାଓଁର ଏକ ସିନେମା ହଲରେ 'ଟାଇଗର ୩' ଦେଖୁଥିବା ଦର୍ଶକଙ୍କ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଏଠାରେ ଦର୍ଶକ ଦିୱାଲୀଙ୍କୁ 'ଟାଇଗର ୩' ସହ ଥିଏଟରରେ ପାଳନ କରିଥିଲେ ଏବଂ ଥିଏଟର ଭିତରେ ବାଣ ମଧ୍ୟ ଫୁଟାଇଥିଲେ । ଘଟଣାସ୍ଥଳରୁ ଆସିଥିବା ଭିଡିଓରେ ଦେଖାଯାଇଛି ଯେ 'ଟାଇଗର ୩' ପାଳନ କରିବା ସହ କିଛି ଦର୍ଶକ ଥିଏଟରରେ ବାଣ ଫୁଟାଇଥିଲେ । ହଲ ଭିତରେ ସଲମାନ ଖାନଙ୍କ ଏଣ୍ଟ୍ରି ସମୟରେ ବାଣ ଫୁଟାଇଥିଲେ ଫ୍ୟାନ୍ସ । ଫଳରେ ଅନେକ ଦର୍ଶକ ଡରିବା ସହ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ଘଟଣା ନେଇ ସ୍ଥାନୀୟ ପୋଲିସ ଅଜଣା ଦର୍ଶକଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରି ଗିରଫ କରିଛି ।

ପୋଲିସର କହିବା ଅନୁଯାୟୀ ଏହା ଏକ ବଡ ଦୁର୍ଘଟଣା । ଏହି ମାମଲାରେ ସ୍ଥାନୀୟ ପୋଲିସ ୨ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଥିସହ ବାବତ ଛାୱନୀ ପୋଲିସ ଷ୍ଟେସନରେ ଧାରା ୧୧୨ ଅନୁଯାୟୀ ମୋହନ ଥିଏଟର ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସେପଟେ ସଲମାନ ଖାନ ତାଙ୍କ ଇନଷ୍ଟା ଷ୍ଟୋରୀ ଏବଂ ଏକ୍ସ ପୋଷ୍ଟରେ ଘଟଣା ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି, ମୁଁ ଟାଇଗର 3ର ସ୍କ୍ରିନିଂ ସମୟରେ ଥିଏଟରରେ ବାଣ ଫୁଟାଇବା ବିଷୟରେ ଶୁଣିଛି, ଏହା ଅତ୍ୟନ୍ତ ବିପଜ୍ଜନକ, ନିଜକୁ କିମ୍ବା ଅନ୍ୟ କାହାକୁ ବିପଦରେ ପକାଇ ଫିଲ୍ମକୁ ଉପଭୋଗ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ଏହା ମଧ୍ୟ ପଢନ୍ତୁ: ୨ୟ ଦିନରେ ଜବାନ ପଠାନର ରେକର୍ଡ ଭାଙ୍ଗିବ ଟାଇଗର ୩ ! ଏତିକି କରିପାରେ କଲେକ୍ସନ

ଟାଇଗର ୩ ହେଉଛି YRF ଗୁପ୍ତଚର ବ୍ରହ୍ମାଣ୍ଡର ପଞ୍ଚମ ଚଳଚ୍ଚିତ୍ର । ପ୍ରଥମ ଦିନରେ ଫିଲ୍ମ ୪୪.୫ କୋଟି ଆୟ କରିଥିବା ବେଳେ ଆଜି ୨ୟ ଦିନରେ ମଧ୍ୟ ବମ୍ପର କଲେକ୍ସନ କରିବ ବୋଲି ଆଶା କରାଯାଉଛି । ସଲମାନ ଏବଂ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଇମ୍ରାନ ହାସମି ଆକ୍ସନ୍ ପ୍ୟାକ୍ ହୋଇଥିବା ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନ ମଧ୍ୟ କ୍ୟାମିଓ ରୋଲରେ ନଜର ଆସିଛନ୍ତି । ତେବେ ଏହା ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସାରା ବିଶ୍ୱରେ ମୁକ୍ତିଲାଭ କରିଛି ।

Last Updated : Nov 13, 2023, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.