ETV Bharat / entertainment

ଫାଇଟର ୨ୟ ଗୀତ 'ଇସ୍କ ଜେସା କୁଛ' ରିଲିଜ, ହ୍ରିତିକ-ଦୀପିକାଙ୍କ ଲଭ କେମଷ୍ଟ୍ରି ଜିତିଲା ଫ୍ୟାନ୍ସଙ୍କ ମନ

author img

By ETV Bharat Odisha Team

Published : Dec 22, 2023, 5:19 PM IST

Fighter song Ishq Jaisa Kuch out: 'ଫାଇଟର୍'ର ଦ୍ୱିତୀୟ ଗୀତ 'ଇସ୍କ ଜେସା କୁଛ' ରିଲିଜ୍ ହୋଇଛି । ଗୀତରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ରୋମାନ୍ସ ଦର୍ଶକଙ୍କ ହୃଦୟ ଜିତିଛି ।

ଫାଇଟର ୨ୟ ଗୀତ 'ଇଶ୍କ ଜେସା କୁଛ' ରିଲିଜ, ହ୍ରିତିକ-ଦୀପିକାଙ୍କ ଲଭ କେମଷ୍ଟ୍ରି ଜିତିଲା ଫ୍ୟାନ୍ସଙ୍କ ମନ

ହାଇଦ୍ରାବାଦ: ହ୍ରିତିକ ରୋଶନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଫାଇଟର' ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ । ଏହି ଫିଲ୍ମରେ ପ୍ରଥମ ଅନସ୍କ୍ରିନ ଯୋଡି ଦୀପିକା ପାଦୁକୋନ ଏବଂ ହ୍ରିତିକ ରୋଶନଙ୍କୁ ଏକାଠି ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ସମସ୍ତ ଚରିତ୍ରର ଲୁକ, ଟିଜର ଏବଂ ପ୍ରଥମ ଗୀତ ରିଲିଜ ହୋଇଥିଲା । ଯାହା ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମର ୨ୟ ଗୀତ 'ଇସ୍କ ଜେସା କୁଛ' ରିଲିଜ କରିଛନ୍ତି । ଗୀତରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଲଭ ରୋମାନ୍ସ ଦର୍ଶକଙ୍କୁ ଫିଦା କରିଛି ।

  • " class="align-text-top noRightClick twitterSection" data="">

ଏହି ଗୀତରେ ବିଶାଲ-ଶେଖର, ଶିଳ୍ପା ରାଓ ଏବଂ ମେଲୋ ଡି ନିଜର ସ୍ୱର ଦେଇଥିବା ବେଳେ ଗୀତକୁ ବିଶାଲ ଏବଂ ଶେଖର ରଚନା କରିଛନ୍ତି । ବୋସ୍କୋ-ସିଜର ଏହାକୁ କୋରିଓଗ୍ରାଫ କରିଛନ୍ତି । ଗୀତରେ ଦୀପିକା ଏବଂ ହ୍ରିତିକଙ୍କ ଜବରଦସ୍ତ ରୋମାନ୍ସ ସହ ଉଭୟଙ୍କ ହଟ୍ ଲୁକ ଏବଂ ଡ୍ୟାନ୍ସ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଗୀତ ରିଲିଜ ହେବା ମାତ୍ରେ ଭାଇରାଲ ହୋଇଛି । ରିଲିଜର ୨ ଘଣ୍ଟା ମଧ୍ୟରେ ୭ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି ।

'ଫାଇଟର' ନିର୍ଦ୍ଦେଶନା ଦେଇଛନ୍ତି 'ପଠାନ ଏବଂ ୱାର' ଫିଲ୍ମ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ୱାର ଏବଂ ପଠାନଙ୍କ ଦମଦାର ସଫଳତା ପରେ ସିଦ୍ଧାର୍ଥ ପୁଣି ଏହି ଫିଲ୍ମ ସହ ଇତିହାସ ରଚିବାକୁ ପ୍ରସ୍ତୁତ ଅଛନ୍ତି । ଏବଂ ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, ସୁନୀଲ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିବେ । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ ।

ଏହା ମଧ୍ୟ ପଢନ୍ତୁ: ହ୍ରିତିକ-ଦୀପିକାଙ୍କ ରୋମାନ୍ସ ଦେଖି ଫ୍ୟାନ୍ସ ଫିଦା, ଏମିତି କହିଲେ ନେଟିଜେନ୍ସ

ତେବେ ୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ୨୫ ଜାନୁଆରୀ ୨୦୨୪ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ସୂଚନା ଥାଉ କି, ଚଳିତ ବର୍ଷ ଜାନୁଆରୀ ୨୫ରେ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବା ନେଇ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.