ହାଇଦ୍ରାବାଦ: ଶାହାରୁଖ ଖାନ, ନାଁ ତ ଆପଣ ନିଶ୍ଚିତ ଶୁଣିଥିବେ । କାରଣ ଏହି ନାଁ କେବଳ ବଲିଉଡରେ ନୁହେଁ, ସାରା ବିଶ୍ବର ଲୋକଙ୍କ ହୃଦୟରେ ରାଜ୍ କରିଥାଏ । ଶାହାରୁଖଙ୍କ ବ୍ୟକ୍ତିତ୍ବ ଏମିତି ଯେ କ’ଣ କହିବୁ, ରାତି ଅଧରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଏକତ୍ରିତ ହୋଇଥିଲେ, କେବଳ ତାଙ୍କ ଝଲକ ପାଇବା ପାଇଁ । ଆଉ ଦେଖିବା ପରେ ତାଙ୍କର ପ୍ରିୟ ତାରକାଙ୍କୁ ସାମ୍ନାରୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଶାହାରୁଖ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିନଥିଲେ, ମଧ୍ୟରାତ୍ରିରେ ସେ ମନ୍ନତ ଛାତରୁ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ।
ମନ୍ନତ ବାହାରେ ଜମିଲା ଫ୍ୟାନ୍ସଙ୍କ ଭିଡ଼
ଶାହାରୁଖ ଖାନଙ୍କ ଜନ୍ମଦିନର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ପଟେ, ଶାହାରୁଖଙ୍କ ବଙ୍ଗଳା ମନ୍ନତ ବାହାରେ ଦିୱାଲୀ ଭଳି ଉତ୍ସବ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ, ଯେଉଁମାନେ ମନ୍ନତ ପହଞ୍ଚିପାରିନଥିଲେ ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରାତି 12ଟା ପୂର୍ବରୁ ମଧ୍ୟ ଶାହାରୁଖ ଖାନଙ୍କ ସହ ଜଡିତ ଅନେକ ହ୍ୟାସଟ୍ୟାଗ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା ।
କିଙ୍ଗ ଖାନ୍ ଷ୍ଟାଇଲରେ ଦେଲେ ଧନ୍ୟବାଦ
ଏହି ସମୟରେ ଶାହାରୁଖ ଖାନ ଏକ କଳା ଟି-ସାର୍ଟ ପିନ୍ଧିଥିଲେ । ଏହି ସମୟରେ, ତାଙ୍କ ସହ ବାହାରକୁ ଆସିଥିବା ତାଙ୍କ ସାନପୁଅ ଅବରାମ ମଧ୍ୟ ଉପସ୍ଥିତ ଥିଲେ, ଯିଏକି ଧଳା ଟି-ସାର୍ଟରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଶାହାରୁଖ ବାଲକୋନୀକୁ ଆସି ହାତ ହଲାଇ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଥିଲେ । ଶାହାରୁଖ ତାଙ୍କ ସିଗ୍ନେଚର ଷ୍ଟାଇଲରେ ପୋଜ୍ ଦେଇ ପ୍ରଶଂସକଙ୍କୁ ଟ୍ରିଟ୍ ଦେଇଥିଲେ ।
ଏହା ବି ପଢନ୍ତୁ: କିଙ୍ଗ ଖାନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ, ଥିଏଟରରେ ଆଜି ରିଲିଜ୍ ହେବ DDLJ
ଖାନଙ୍କ କାମ ବିଷୟରେ କହିବାକୁ ଗଲେ, ଅଭିନେତା ଖୁବ ଶୀଘ୍ର ଫିଲ୍ମ 'ପଠାନ' ମାଧ୍ୟମରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ ହେବାକୁ ଯାଉଛି । ଶାହାରୁଖଙ୍କ ସହ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁକୋନ୍ ମଧ୍ୟ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ SRK ରାଜକୁମାର ହିରାନୀଙ୍କ ସହ ଡଙ୍କି ଫିଲ୍ମରେ ମଧ୍ୟ କାମ କରୁଛନ୍ତି । ଏହି ଫିଲ୍ମରେ ତାପସୀ ପନ୍ନୁ ତାଙ୍କ ସହ ନଜର ଆସିବେ । ଏହା ଆସନ୍ତା ବର୍ଷ ଡିସେମ୍ବର 22 ରେ ପ୍ରେକ୍ଷାଳୟକୁ ଆସିବ । ଏହି ଦୁଇଟି ଚଳଚ୍ଚିତ୍ର ବ୍ୟତୀତ ଶାହରୁଖ ନିର୍ଦ୍ଦେଶକ ଅଟଲେଙ୍କ ସହ ଜବାନ ଫିଲ୍ମରେ ନଜର ଆସିବେ।