ETV Bharat / entertainment

ବାହୁବଲୀଙ୍କ ଜନ୍ମଦିନକୁ ଉତ୍ସବ ଭଳି ପାଳିଲେ ଫ୍ୟାନ୍ସ: କାଟିଲେ କେକ୍‌, ପୋଷ୍ଟରରେ ଚଢାଇଲେ ମାଳ

author img

By ETV Bharat Odisha Team

Published : Oct 23, 2023, 7:48 PM IST

Updated : Oct 23, 2023, 7:55 PM IST

ପ୍ରଭାସଙ୍କ ଆଜି ୪୪ତମ ଜନ୍ମଦିନ । ଏହି ଖାସ୍ ଅବସରରେ ଫ୍ୟାନ୍ସମାନେ ନିଆରା ଢଙ୍ଗରେ ଅଭିନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଫ୍ୟାନ୍ସମାନେ ଏପରି ପାଳିଲେ ବାହୁବଲୀଙ୍କ ଜନ୍ମଦିନ, 230 ଫୁଟ କଟ୍ଆଉଟ୍ କରି ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସ ଆଜି ତାଙ୍କର 44ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ପର୍ବଠାରୁ କମ୍ ନୁହେଁ । ସାଉଥରେ ଅଭିନେତା ପ୍ରଭାସଙ୍କ ଜନ୍ମଦିନର ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ପ୍ରଭାସଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ସେମାନଙ୍କର ପ୍ରିୟ ତାରକାଙ୍କୁ ଅନେକ ଜନ୍ମଦିନର ଶୁଭେଚ୍ଛା ଦେଉଛନ୍ତି । କେବଳ ଏତିକି ନୁହେଁ, କେଉଁଟି କେକ କାଟି ତ କେଉଁଠି ପ୍ରଭାସଙ୍କ ହୋଡିଂରେ ଫୁଲମାଳା ଚଢାଇ ଧୁମଧାମରେ ସେଲିବ୍ରେସନ କରିଛନ୍ତି । ଆଉ କିଛି ଫ୍ୟାନ୍ସ ଅଭିନେତାଙ୍କୁ ଏକ ନିଆରା ଉପହାର ଭେଟି ଦେଇଛନ୍ତି । ତେବେ ସେଲିବ୍ରେସନର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ହାଇଦ୍ରାବାଦର କୁକଟପଲିରେ ସୁପରଷ୍ଟାରର ଏକ ବିରାଟ କଟଆଉଟ୍ ପ୍ରସ୍ତୁତ କରାଯାଇଛି । ସୁପରଷ୍ଟାରଙ୍କ ଏହି କଟଆଉଟ 230 ଫୁଟର ଅଟେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି ଯେ ଏହା ଆମ ଦେଶରେ ପ୍ରଥମ ଥର ପାଇଁ ଏହା ହୋଇଛି, ଯେଉଁଠାରେ ଫିଲ୍ମ ଷ୍ଟାରର ଏତେ ବଡ଼ କଟଆଉଟ୍ ପ୍ରସ୍ତୁତ କରାଯାଇଛି । ଏହି ସମୟରେ ବାଣ ଫୁଟାଇ ନାଚି ଗାଇ ଫ୍ୟାନ୍ସ ଅଭିନେତାଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆଉ ଏକ ଭିଡିଓରେ କିଛି ଫ୍ୟାନ୍ସ ପ୍ରଭାସଙ୍କ ପୋଷ୍ଟରରେ ବିୟର ଢାଳି ଅଭିନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏବଂ ଏହି ଭିଡିଓର କ୍ୟାପସନରେ ଲେଖା୍ଛି ଯେ, ଡାଏ ହାର୍ଡ ଫ୍ୟାନ୍ସ ଅନ୍ତରା ବାବୁ । ସେହିପରି ଆଉ କିଛି ଫ୍ୟାନ୍ସ କେକ କାଟି ଅଭିନେତାଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି । ଅନେକ ଜାଗାରେ ଫ୍ୟାନ୍ସ ବାଜା ବଜାଇ ଡ୍ୟାନ୍ସ କରି ପ୍ରଭାସଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଆଉ କିଛି ଫ୍ୟାନ୍ସ କ୍ଷୀରରେ ପ୍ରଭାସଙ୍କ ପୋଷ୍ଟରକୁ ଗାଧୋଇ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜନ୍ମଦିନରେ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ଭେଟି, ସାଲାରର ନୂଆ ପୋଷ୍ଟର ରିଲିଜ

ଅଭିନେତାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ ଆଜିକାଲି ପ୍ରଭାସ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର' ପାଇଁ ଶିରୋନାମାରେ ରହିଛନ୍ତି। ଏହି ଫିଲ୍ମ 28 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ପ୍ରଭାସଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ସାଲାର ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଛି । ପୋଷ୍ଟରରେ ପ୍ରଭାସ କେବଳ ଗୋଟିଏ ନୁହେଁ ଦୁଇଟି ନୁହେଁ ଅନେକ ଅବତାରରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହି ପୋଷ୍ଟର ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ତାଙ୍କ ଲୁକକୁ ପ୍ରଶଂସା କରୁଛନ୍ତି ।

Last Updated : Oct 23, 2023, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.