ETV Bharat / entertainment

ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଆର୍ଟ ନିର୍ଦ୍ଦେଶକ ମିଲନ ଫର୍ଣ୍ଣାଣ୍ଡିଜ

author img

By ETV Bharat Odisha Team

Published : Oct 15, 2023, 4:07 PM IST

ଜଣାଶୁଣା ତାମିଲ ଚଳଚ୍ଚିତ୍ର ଆର୍ଟ ନିର୍ଦ୍ଦେଶକ ମିଲନ ଫର୍ଣ୍ଣାଣ୍ଡିଜଙ୍କ ଦେହାନ୍ତ ହୋଇଛି । ସେ ଆଜେରବାଇଜାନରେ ହୃଦଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ତାଙ୍କ ଦେହାନ୍ତରେ ପରିବାରରେ ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ

ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଆର୍ଟ ନିର୍ଦ୍ଦେଶକ ମିଲନ ଫର୍ଣ୍ଣାଣ୍ଡିଜ
ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଆର୍ଟ ନିର୍ଦ୍ଦେଶକ ମିଲନ ଫର୍ଣ୍ଣାଣ୍ଡିଜ

ଚେନ୍ନାଇ: ସାଉଥ ଇଣ୍ଡଷ୍ଟ୍ରିରୁ ଆସିଲା ଆଉ ଏକ ଦୁଃଖଦ ଖବର । ତାମିଲ ସିନେମାର ଲୋକପ୍ରିୟ ଆର୍ଟ ନିର୍ଦ୍ଦେଶକ ମିଲନ ଫର୍ଣ୍ଣାଣ୍ଡିଜଙ୍କ ପରଲୋକ । ସୁଟିଂ ସେଟରେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ତେବେ ତାଙ୍କ ମୃତ୍ୟୁରେ ପରିବାରରେ ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ଆଜେରବାଇଜାନରେ ସୁଟିଂ କରୁଥିବା ସମୟରେ ଆର୍ଟ ନିର୍ଦ୍ଦେଶକ ମିଲନ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ଅଜିଥ କୁମାରଙ୍କ ଅଭିନୀତ 'ଭିଦା ମୁୟାର୍ଚି'ର ସୁଟିଂ ଆଜିରବାଇଜାନରେ ଚାଲିଛି, ଯାହାର ନିର୍ଦ୍ଦେଶନା ମାଗିଜ ଥିରୁମେନି ନିର୍ଦ୍ଦେଶିତ। ଏହି ସମୟରେ ମିଲନ ସୁଟିଂ ପାଇଁ ଯାଉଥିବାବେଳେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ଏହି ଦୁଃଖଦ ଖବର ଶୁଣିବା ପରେ ଅନେକ ସେଲିବ୍ରିଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ମିଲନ ଫର୍ଣ୍ଣାଣ୍ଡିଜ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ସେ 1999ରେ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରାରମ୍ଭରେ ପ୍ରସିଦ୍ଧ ଆର୍ଟ ନିର୍ଦ୍ଦେଶକ ସାବୁ ସିରଲଙ୍କ ସହ କାମ କରିଥିଲେ । ପରେ, ମିଲନ୍ ଅଜିତ କୁମାରଙ୍କ ସିଟିଜେନ (2001), ଥାଲାପାଥି ବିଜୟଙ୍କ ଥାମିଜାନ୍ (2002), ଅଜିତଙ୍କ ରେଡ୍ (2002), ଭିଲେନ୍ (2002) ଏବଂ ଚିଆନ୍ ବିକ୍ରମଙ୍କ ଆନିୟାନ୍ (2005)ରେ ସହକାରୀ ଆର୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ଆର୍ଟ ନିର୍ଦ୍ଦେଶକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'କାଲବା କାଦଲାନ୍' । ଏହି ଚଳଚ୍ଚିତ୍ର 2006 ରେ ମୁକ୍ତିଲାଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ: 80 ବର୍ଷ ବୟସରେ ଆଖି ବୁଜିଲେ ଫିଲ୍ମ ନିର୍ମାତା ପିଭି ଗଙ୍ଗାଧରନ

ମିଲନ୍ ଫର୍ଣ୍ଣାଣ୍ଡିଜ୍ ପରବର୍ତ୍ତୀ ସମୟରେ 'ଓରାମ ପୋ'ରେ କାମ କରିଥିଲେ । ଏହି ଚଳଚ୍ଚିତ୍ର 2007ରେ ମୁକ୍ତିଲାଭ କରିଥିଲା । ସେ ଏପର୍ଯ୍ୟନ୍ତ 30ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଅଜିତଙ୍କ ଅଭିନୀତ ଅନେକ ଚଳଚ୍ଚିତ୍ର ପାଇଁ ସେ ଆର୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଅଜିତକୁମାର ଅଭିନୀତ 'ବିଲା' (2007)ରେ ମିଲନରେ କାମ କରିଥିଲେ । ଏଥିରେ ତାଙ୍କ କାମକୁ ବେଶ ପ୍ରଶଂସା କରାଯାଇଥିଲା । ସୂଚନାଯୋଗ୍ୟ ଯେ ସେ ଅଜିତଙ୍କ ପ୍ରିୟ ଆର୍ଟ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ବିଜ୍ଞାପନ ପାଇଁ ଆର୍ଟ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଶକ୍ତି ମସାଲା, ଆଚି ମସାଲା, ଆରଏମକେଭି ସିଲ୍କ, ସାରଭାନା ଷ୍ଟୋରସ ଏବଂ ପୋଥିସ ଭଳି କମ୍ପାନୀ ପାଇଁ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.