ETV Bharat / entertainment

Emmy Awards 2023: ଏକତା କପୁର ରଚିଲେ ଇତିହାସ, ବୀର ଦାସଙ୍କୁ ମିଳିଲା ଶ୍ରେଷ୍ଠ କମେଡି ଆୱାର୍ଡ - ଶେଫାଲୀ ଶାହା ଅଭିନୀତ ଦିଲ୍ଲୀ କ୍ରାଇମ୍ ୨

ନ୍ୟୁୟର୍କରେ ପ୍ରସିଦ୍ଧ ଅନ୍ତର୍ଜାତୀୟ ଏମି ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ କଳା ଏବଂ ମନୋରଞ୍ଜନ ଶିଳ୍ପର ବିଭିନ୍ନ ସ୍ଥାନରୁ ତାରକାମାନେ ୧୪ଟି ବିଭିନ୍ନ ବର୍ଗ ପାଇଁ ମନୋନୀତ ହୋଇଥିଲେ । ଏହି ସମୟରେ ଏକତା କପୁର ଏବଂ ବୀର ଦାସ ଅନ୍ତର୍ଜାତୀୟ ପୁରସ୍କାର ପାଇ ଇତିହାସ ରଚିଛନ୍ତି । ଅଧିକ ପଢନ୍ତୁ,

Emmy Awards 2023: ଏକତା କପୁର ରଚିଲେ ଇତିହାସ, ବୀର ଦାସଙ୍କୁ ମିଳିଲା ଶ୍ରେଷ୍ଠ କମେଡି ଆୱାର୍ଡ

author img

By ETV Bharat Odisha Team

Published : Nov 21, 2023, 11:24 AM IST

ହାଇଦ୍ରାବାଦ: ପ୍ରସିଦ୍ଧ ଅନ୍ତର୍ଜାତୀୟ ଏମି ପୁରସ୍କାର ଦୁନିଆର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହ ମଧ୍ୟରେ ଗଣନା କରାଯାଏ । ନ୍ୟୁୟର୍କରେ ଆୟୋଜିତ ହୋଇଥିବା ୫୧ତମ ଅନ୍ତର୍ଜାତୀୟ ଏମି ଆୱାର୍ଡ ସମାରୋହରେ ଓଟିଟି ପ୍ଲାଟଫର୍ମର ଦୁଇଟି ସିରିଜ୍ ଅନ୍ତର୍ଜାତୀୟ ଏମି ପୁରସ୍କାର ପାଇଁ ମନୋନୀତ ହୋଇଥିଲା । ଶ୍ରେଷ୍ଠ ଧାରାବାହିକ ଭାବେ ବିବେଚିତ ହୋଇଥିବା ଶେଫାଲୀ ଶାହାଙ୍କ 'ଦିଲ୍ଲୀ କ୍ରାଇମ୍ ୨' ଏବଂ ବୀର ଦାସଙ୍କ କମେଡି ସ୍ପେଶାଲ୍ 'ବୀର ଦାସ: ଲ୍ୟାଣ୍ଡିଂ' ମନୋନୀତ ହୋଇଥିଲା । ତେବେ 'ବୀର ଦାସ ଲ୍ୟାଣ୍ଡିଂ' ପାଇଁ ବୀର ଦାସଙ୍କୁ ଶ୍ରେଷ୍ଠ କମେଡି ଆୱାର୍ଡ ପ୍ରଦାନ କରାଯାଇଛି । ଏଥିସହ ବହୁ ନାମାଙ୍କନ ମଧ୍ୟରେ ମନୋରଞ୍ଜନ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏକତା କପୁରଙ୍କୁ ସମ୍ମାନିତ କରାଯାଇଛି ।

ସେପ୍ଟେମ୍ବର ୨୬ରେ ଏମି ପୁରସ୍କାର ପାଇଁ ନାମାଙ୍କନ ଘୋଷଣା କରାଯାଇଥିଲା । ବିଭିନ୍ନ ବର୍ଗରେ ନାମାଙ୍କନ ଘୋଷଣା ହୋଇଥିଲା । କମେଡି ସିରିଜ କାଟାଗୋରୀରେ 'ବୀର ଦାସ: ଲ୍ୟାଣ୍ଡିଂ' ପାଇଁ ବୀର ଦାସଙ୍କୁ ଅନ୍ତର୍ଜାତୀୟ ଏମି ପୁରସ୍କାର ପ୍ରଦାନ କରାଯାଇଛି । ସମାନ ବର୍ଗରେ ହେଟ ଟ୍ରିକ୍ ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ 'ଡେରି ଗାର୍ଲ୍ସ ସିଜନ ୩'କୁ ମଧ୍ୟ ପୁରସ୍କୃତ କରାଯାଇଛି । ସେହିପରି ପ୍ରସିଦ୍ଧ ବ୍ୟବସାୟୀ ଏକତା କପୁର ଏମି ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି । ୫୧ତମ ଅନ୍ତର୍ଜାତୀୟ ଏମି ପୁରସ୍କାରରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଏହି ସମ୍ମାନ ଦିଆଯାଇଛି ।

ଏକତା କପୁରଙ୍କୁ କଳା ଏବଂ ମନୋରଞ୍ଜନ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏକତା କପୁର ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ଏହି ସମ୍ମାନଜନକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସୋସିଆଲ ମିଡିଆରେ ଏକତା ଏହି ପୁରସ୍କାର ପାଇବା ପରେ ତାଙ୍କ ପ୍ରଶଂସକଙ୍କ ସହ ଖୁସି ବ୍ୟକ୍ତ କରିଛନ୍ତି । ପୁରସ୍କାରର କ୍ଲିପ୍ ସେୟାର କରି ସେ ଲେଖିଛନ୍ତି ଯେ, ମୁଁ ଏମି ପୁରସ୍କାର ଘରକୁ ଆଣିଛି । ଏହା ଭାରତ ପାଇଁ ।

ଶ୍ରେଷ୍ଠ ଅଭିନେତା: ମାର୍ଟିନ ଫ୍ରିମ୍ୟାନ (The Responder)

ଶ୍ରେଷ୍ଠ ଅଭିନେତ୍ରୀ: କରଲା ରାଉସ୍ (Dive-La Caida)

ଟିଭି / ମିନି-ସିରିଜ୍: Dive-La Caida

ଶିଶୁ ବର୍ଗ ପାଇଁ ଅନ୍ତର୍ଜାତୀୟ ଏମି ଆୱାର୍ଡ

ଲାଇଭ୍ ଆକ୍ସନ: ହାର୍ଟବ୍ରେକ ହାଇ

ଫେକଚ୍ୟୁଅଲ ଏବଂ ମନୋରଞ୍ଜନ: ବିଲ୍ଟ ଟୁ ସର୍ଭାଇବ

ଆନିମେସନ୍- ସ୍ମଡସ ଆଣ୍ଡ ଦ ସ୍ମୁଜ

ଅନ୍ତର୍ଜାତୀୟ ପୁରସ୍କାର ଡ୍ରାମା ସିରିଜ୍: ଦ ଇମ୍ପ୍ରେସ

ଅନ୍ତର୍ଜାତୀୟ ପୁରସ୍କାର ଡକ୍ୟୁମେଣ୍ଟାରୀ: ମାରିୟୁପୋଲ୍

ସେପଟେ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ମନୋନୀତ ହୋଇଥିବା ଶେଫାଲୀ ଶାହା ଏଥିରୁ ବଞ୍ଚିତ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ କ୍ରାଇମ ସିଜନ ୨ ପାଇଁ ମନୋନୀତ କରାଯାଇଥିଲା । କିନ୍ତୁ ମେକ୍ସିକୋର ଧାରାବାହିକ 'ଲା କାଇଦା' ପାଇଁ ଅଭିନେତ୍ରୀ କାର୍ଲା ସୋଜା ଏହି ପୁରସ୍କାର ଜିତିଛନ୍ତି । ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ଶେଫାଲୀଙ୍କ ବ୍ୟତୀତ ଶୋ 'ଡ୍ରୋମେରେନ' ପାଇଁ କନି ନିଲସେନ୍, 'ଆଇ ହେଟ ସୁଜି ଟୁ' ପାଇଁ ବିଲି ପାଇପର୍, 'ଲା କାଇଦା' ପାଇଁ କାର୍ଲା ସୋଜା ମନୋନୀତ ହୋଇଥିଲେ । 'ଦିଲ୍ଲୀ କ୍ରାଇମ ୨'ରେ ଶେଫାଲି ଶାହା ଡିସିପି ଭର୍ତ୍ତିକା ଚର୍ତୁବେଦୀ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକର ନିର୍ଦ୍ଦେଶନା ଦେଇଛନ୍ତି ତନୁଜ ଚୋପ୍ରା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.