ETV Bharat / entertainment

୩୦୦ କୋଟି କ୍ଲବରେ ସାମିଲ ହେଲା ଡଙ୍କି

author img

By ETV Bharat Odisha Team

Published : Dec 29, 2023, 10:23 AM IST

Dunki Box Office Day 8: ଶାହାରୁଖ ଖାନ ଚଳିତ ବର୍ଷ ପଠାନ-ଜବାନ ପରେ ଡଙ୍କି ସହ ପରଦାରେ ନଜର ଆସିଛନ୍ତି । ତେବେ ଏହି ଫିଲ୍ମ ପଠାନ-ଜବାନ ପରି ରେକର୍ଡ ବ୍ରେକ କରିନାହିଁ । କିନ୍ତୁ ଫିଲ୍ମକୁ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି । ଡଙ୍କି ରିଲିଜର ୮ମ ଦିନରେ ବିଶ୍ବରେ ୩୦୦କୋଟି ପାର୍ କରିଛି । ଅଧିକ ପଢନ୍ତୁ

ବିଶ୍ବରେ ୩୦୦ କୋଟି କ୍ଲବରେ ସାମିଲ ହେଲା କିଙ୍ଗ ଖାନଙ୍କ ଫିଲ୍ମ 'ଡଙ୍କି'

ହାଇଦ୍ରାବାଦ: ପିକେ ଏବଂ ସଞ୍ଜୁ ପରି ହିଟ୍ ଫିଲ୍ମ ପରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ଲାଟେଷ୍ଟ ଫିଲ୍ମ 'ଡଙ୍କି'ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଶାହରୁଖ ଖାନ ଏବଂ ତାପସୀ ପନ୍ନୁ ଅଭିନୟ କରିଛନ୍ତି । ଡଙ୍କିର ଟ୍ରେଲର ରିଲିଜ ପରେ ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ପାଇଥିଲା । ହେଲେ ରିଲିଜ ପରେ ଏହି ଫିଲ୍ମ ଆଶା ଠାରୁ କମ ଆୟ କରୁଛି । ତଥାପି ରିଲିଜର ୮ମ ଦିନରେ ବିଶ୍ବରେ ୩୦୦କୋଟି ପାର୍ କରି ସଫଳତା ହାସଲ କରିଛି ।

ସାକନିକଙ୍କ ରିପୋର୍ଟ ଅନୁସାରେ, 'ଡଙ୍କି' ରିଲିଜର ୮ମ ଦିନ ମଧ୍ୟରେ ବିଶ୍ବରେ ୩୦୦କୋଟି ପାର୍ କରି ସଫଳତା ହାସଲ କରିଛି । ଫିଲ୍ମ ବିଶ୍ବବ୍ୟାପୀ ମୋଟ ୩୦୫ କୋଟି ଆୟ କରିଛି । ସେପଟେ ଭାରତର ରୋଜଗାର ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ୮ମ ଦିନରେ ମାତ୍ର ୯ କୋଟି ଆୟ କରିଛି । ଫଳରେ ଫିଲ୍ମ ମୋଟ ଆୟ ୧୬୧.୦୧ କୋଟିକୁ ବୃଦ୍ଧି ପାଇଛି ।

'ଡଙ୍କି': ବକ୍ସ ଅଫିସ କଲେକ୍ସନ

  • ଡିସେମ୍ବର ୨୧, ପ୍ରଥମ ଦିନ- ୨୯.୨ କୋଟି
  • ଡିସେମ୍ବର ୨୨, ଦ୍ବିତୀୟ ଦିନ- ୨୦.୧୨ କୋଟି
  • ଡିସେମ୍ବର ୨୩, ତୃତୀୟ ଦିନ- ୨୫.୬୧ କୋଟି
  • ଡିସେମ୍ବର ୨୪, ଚତୁର୍ଥ ଦିନ- ୩୦.୭ କୋଟି
  • ଡିସେମ୍ବର ୨୫, ପଞ୍ଚମ ଦିନ- ୨୪.୩୨ କୋଟି
  • ଡିସେମ୍ବର ୨୬, ଷଷ୍ଠ ଦିନ- ୧୧.୫୬ କୋଟି
  • ଡିସେମ୍ବର ୨୭, ସପ୍ତମ ଦିନ- ୧୦.୫ କୋଟି
  • ଡିସେମ୍ବର ୨୮, ଅଷ୍ଟମ ଦିନ- ୯ କୋଟି

ତେବେ ଫିଲ୍ମର ମୋଟ କଲେକ୍ସନ ୧୬୧.୦୧ କୋଟି

ଏହା ମଧ୍ୟ ପଢନ୍ତୁ: 'ଡଙ୍କି' ପରେ ଆଗାମୀ ଫିଲ୍ମ କ'ଣ ? ଏମିିତି କହିଲେ ଶାହରୁଖ...

ସୂଚନା ଥାଉ କି, ଭାରତର ପ୍ରାୟ ୪ ହଜାର ସ୍କ୍ରିନରେ ୧୫ ହଜାରରୁ ଅଧିକ ଶୋ' ସହ ଡଙ୍କି ରିଲିଜ ହୋଇଛି । ତଥାପି ଆଶା ଠାରୁ କମ ଆୟ କରୁଛି ଏହି ଫିଲ୍ମ । କାରଣ ଡଙ୍କି ସହ ବର୍ତ୍ତମାନ ସାଲାର ରିଲିଜ ହୋଇଛି । ଡିସେମ୍ବର ୨୧ରେ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ରିଲିଜ ହୋଇଛି । ଅପରପକ୍ଷରେ ଡିସେମ୍ବର ୨୨ରେ ପ୍ରଭାସଙ୍କ ଫିଲ୍ମ ସାଲାର ରିଲିଜ ହୋଇଛି । ଯାହା ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି ଏବଂ ବିଶ୍ବରେ ୫୦୦ କୋଟିରୁ ଅଧିକ ଆୟ କରିଛି ।

ସାଲାର କ୍ରେଜ ଆଗରେ ଡଙ୍କି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଥିବା କୁହାଯାଉଛି । ତେବେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ଶାହାରୁଖ ରାଜକୁମାର ହିରାନୀ, ତାପସୀ ଏବଂ ବିକିଙ୍କ ସହ ପ୍ରଥମ ଥର ପାଇଁ ଫିଲ୍ମରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.