ETV Bharat / entertainment

'ସାଲାର' କ୍ରେଜ ଆଗରେ ଚାଲୁନି 'ଡଙ୍କି'ର ଯାଦୁ, ୫ ଦିନରେ ଏତିକି କଲେକ୍ସନ କଲା କିଙ୍ଗ ଖାନଙ୍କ ଫିଲ୍ମ

author img

By ETV Bharat Odisha Team

Published : Dec 26, 2023, 2:05 PM IST

Dunki Bo Collection Day 5: ଶାହରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ବର୍ତ୍ତମାନ ପ୍ରଭାସଙ୍କ ଫିଲ୍ମ 'ସାଲାର' ସହ କଡା ପ୍ରତିଦ୍ବନ୍ଦ୍ବିତା କରୁଛି । 'ସାଲାର' କ୍ରେଜ ଦିନକୁ ଦିନ ବଢୁଥିବା ବେଳେ 'ଡଙ୍କି' ଦର୍ଶକଙ୍କ ମନ ଜିତିବାରେ ବିଫଳ ହେଉଛି । ଏହି ଫିଲ୍ମ ୫ ଦିନରେ କେତେ ଆୟ କରିଛି? ଜାଣନ୍ତୁ,

'ସାଲାର' କ୍ରେଜ ଆଗରେ ଚାଲୁନି 'ଡଙ୍କି'ର ଯାଦୁ, ୫ ଦିନରେ ଏତିକି କଲେକ୍ସନ କଲା କିଙ୍ଗ ଖାନଙ୍କ ଫିଲ୍ମ
'ସାଲାର' କ୍ରେଜ ଆଗରେ ଚାଲୁନି 'ଡଙ୍କି'ର ଯାଦୁ, ୫ ଦିନରେ ଏତିକି କଲେକ୍ସନ କଲା କିଙ୍ଗ ଖାନଙ୍କ ଫିଲ୍ମ

ହାଇଦ୍ରାବାଦ: ଶାହାରୁଖ ଖାନ ଚଳିତ ବର୍ଷ ଶେଷ ଫିଲ୍ମ ତଥା ୩ୟ ଫିଲ୍ମ 'ଡଙ୍କି' ସହ ପରଦାକୁ ଫେରିଛନ୍ତି । ଏହି ଫିଲ୍ମ ଡିସେମ୍ବର ୨୧ରେ ରିଲିଜ ହୋଇଥିଲା । ଫିଲ୍ମର ଟ୍ରେଲରକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିବା ବେଳେ କିନ୍ତୁ ଫିଲ୍ମ ଥିଏଟରରେ ଯାଦୁ ଦେଖାଇପାରୁନି । କାରଣ ବର୍ତ୍ତମାନ ଏହି ଫିଲ୍ମ ଡିସେମ୍ବର ୨୨ରେ ରିଲିଜ ହୋଇଥିବା ପ୍ରଭାସଙ୍କ ଫିଲ୍ମ 'ସାଲାର' ସହ ପ୍ରତିଦ୍ବନ୍ଦ୍ବିତା କରୁଛି । ଯାହା ୨୫୦ କୋଟିରୁ ଅଧିକ ଆୟ କରି ବକ୍ସ ଅଫିସରେ ଧମାକା କରୁଛି । କିନ୍ତୁ ସେପଟେ ଡଙ୍କି ୧୫୦ କୋଟି ଆୟ କରିବାରେ ମଧ୍ୟ ସକ୍ଷମ ହୋଇପାରିନି ।

  • " class="align-text-top noRightClick twitterSection" data="">

ସୂଚନା ଅନୁସାରେ, ଡଙ୍କି କିଙ୍ଗ ଖାନଙ୍କ ପୂର୍ବ ଫିଲ୍ମ ପଠାନ-ଜବାନ ପରି ଧମାକା କରିବ ବୋଲି କୁହାଯାଉଥିଲା । ହେଲେ ଡଙ୍କି ତାହା କରିପାରୁନଥିବା ବେଳେ ଆଶା ଠାରୁ ମଧ୍ୟ କମ ରୋଜଗାର କରୁଛି । ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁସାରେ, ଡଙ୍କି ୨୯.୨ କୋଟି ଟଙ୍କା ସହ ଓପେନିଂ କରିଥିବା ବେଳେ ୨ୟ ଦିନରେ ୨୦.୧୨ କୋଟି, ୩ୟ ଦିନରେ ୨୫.୬୧ କୋଟି, ୪ର୍ଥ ଦିନରେ ୩୦.୭ କୋଟି ଏବଂ ୫ମ ଦିନରେ ୨୨.୫୦ କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ ଆୟ ୧୨୮.୧୩କୁ ବୃଦ୍ଧି ପାଇଛି । ସେପଟେ ବିଶ୍ବରେ ୨୧୧.୧୩ କୋଟି କଲେକ୍ସନ୍‌ କରିଛି ।

ତେବେ ଡଙ୍କି ପ୍ରଥମ ଦିନରେ ବିଶ୍ୱରେ ୧୦୩. ୪କୋଟି , ୨ୟ ଦିନରେ ୧୫୭.୨୨ କୋଟି ଏବଂ ୩ୟ ଦିନରେ ୨୧୧.୧୩ କୋଟି ଆୟ କରିବାରେ ସଫଳ ହୋଇଛି । ହେଲେ ସାଲାର୍‌ଠାରୁ ବହୁ ଦୂରରେ ରହିଛି । ସାଲାର ଭାରତରେ ୨୫୦କୋଟିରୁ ଅଧିକ ଆୟ କରିବା ବେଳେ ବିଶ୍ବରେ ୪୦୦କୋଟି ପାର୍ କରିଛି । ତେବେ ସାଲାର ଆଗରେ ଶାହାରୁଖଙ୍କ ଫିଲ୍ମ ଡଙ୍କି ଯାଦୁ ଦେଖାଇବାରେ ଅସଫଳ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: କିଙ୍ଗ ଖାନଙ୍କ ପ୍ରେମରେ ବିକି କୌଶଲ, କହିଲେ- 'କ୍ୟାଟ୍ରିନାଙ୍କୁ ବିବାହ ନକରିଥିଲେ....

ସୂଚନା ଥାଉକି, ଡଙ୍କି ଫିଲ୍ମଟି ବିଦେଶ ଯିବାକୁ ଇଚ୍ଛା କରୁଥିବା ଏକ ବନ୍ଧୁଗୋଷ୍ଠୀର କାହାଣୀକୁ ଦର୍ଶାଇଛି । ଏଥିସହ ଏହା ସମ୍ପୂର୍ଣ୍ଣ କମେଡି, ଭାବନାତ୍ମକ ଏବଂ ଡ୍ରାମାରେ ଭରପୁର ରହିଛି । ଏହି ଫିଲ୍ମରେ କିଙ୍ଗ୍‌ ଖାନଙ୍କ ସମେତ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀ, ଅନିଲ ଗ୍ରୋଭର, ବିକ୍ରମ କୋଚର, ଏବଂ ଦିଆ ମିର୍ଜାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଶାହାରୁଖଙ୍କ ସହ ରାଜକୁମାର ହିରାନୀ, ବିକି ଏବଂ ତାପସୀ ପ୍ରଥମ ଥର କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.