ମୁମ୍ବାଇ: ଆଜୟ ଦେବଗନ ଓ ତବୁ ଷ୍ଟାରର ନିର୍ମିତ ଦୃଶ୍ୟମ୍ର ବେଶ ଲୋକ ପ୍ରିୟତା ହାସଲ କରିଥିଲା । ଏହାର ଦୁଇଟି ପାର୍ଟ ବେଶ ସଫଳ ରହିଥିବା ବେଳେ ବକ୍ସ ଅଫିସରେ କଲେକ୍ସନ ମଧ୍ୟ ଜବରଦସ୍ତ କରିଥିଲା । ତେବେ ଦୃଶ୍ୟମର ଲୋକପ୍ରିୟତା କେବଳ ଦେଶ ନୁହେଁ ବରଂ ବିଦେଶରେ ବଢିବାରେ ଲଗିଛି । ଯାହାକୁ ନେଇ କୋରିଆର ଏକ ଫିଲ୍ମ ବ୍ୟାନର ଦୃଶ୍ୟମକୁ ଅଫିସିଆଲି ରିମେକ କରିବାକୁ ଘୋଷଣା କରିଛି । ରବିବାର ଦିନ କାନ୍ସ ଫିଲ୍ମ ଫେଷ୍ଟିଭାଲର ଇଣ୍ଡିଆ ପାଭିଲିୟନରେ ଫିଲ୍ମ କୋରିଆ ଭାଷାରେ ରିମେକ ହେବା ନେଇ ଘୋଷଣା କରାଯାଇଛି ।
ଦୃଶ୍ୟମ୍ ହେଉଛି ଏକ ଭାରତୀୟ ଫ୍ରାଞ୍ଚାଇଜ୍, ଯାହା ମାଲାୟାଲମ୍, ତାମିଲ୍, କନ୍ନଡ, ତେଲୁଗୁ କିମ୍ବା ହିନ୍ଦୀ ହେଉ ପ୍ରତ୍ୟେକ ଭାରତୀୟ ଭାଷାରେ ସଫଳତା ହାସଲ କରିଛି । ମୂଳ ଦୃଶ୍ୟମ ଫଲ୍ମ ପାନୋରାମା ଷ୍ଟୁଡିଓ ବ୍ୟାନରରେ ନିର୍ମାଣ କରାଯାଇଥିଲା । ତେବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାନୋରାମା ଷ୍ଟୁଡିଓ ଓ କୋରିଆନ ପ୍ରଡ୍ୟୁସର ଜୟ ଚୋଇଙ୍କ ଆନ୍ଥୋଲୋଜି ଷ୍ଟୁଡିଓ ଦୃଶ୍ୟମ୍ର ପ୍ରଥମ ପାର୍ଟକୁ କୋରିଆ ଭାଷାରେ ରିମେକ କରିବା ପାଇଁ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି ।
-
BIGGG NEWS… ‘DRISHYAM’ TO BE REMADE IN KOREAN LANGUAGE: PANORAMA STUDIOS - ANTHOLOGY STUDIOS MAKE OFFICIAL ANNOUNCEMENT AT CANNES… #KumarMangatPathak’s #PanoramaStudios and #AnthologyStudios announce a partnership for the remake of #Drishyam franchise in #Korea.
— taran adarsh (@taran_adarsh) May 21, 2023 " class="align-text-top noRightClick twitterSection" data="
The official… pic.twitter.com/1kw8eRaAN6
">BIGGG NEWS… ‘DRISHYAM’ TO BE REMADE IN KOREAN LANGUAGE: PANORAMA STUDIOS - ANTHOLOGY STUDIOS MAKE OFFICIAL ANNOUNCEMENT AT CANNES… #KumarMangatPathak’s #PanoramaStudios and #AnthologyStudios announce a partnership for the remake of #Drishyam franchise in #Korea.
— taran adarsh (@taran_adarsh) May 21, 2023
The official… pic.twitter.com/1kw8eRaAN6BIGGG NEWS… ‘DRISHYAM’ TO BE REMADE IN KOREAN LANGUAGE: PANORAMA STUDIOS - ANTHOLOGY STUDIOS MAKE OFFICIAL ANNOUNCEMENT AT CANNES… #KumarMangatPathak’s #PanoramaStudios and #AnthologyStudios announce a partnership for the remake of #Drishyam franchise in #Korea.
— taran adarsh (@taran_adarsh) May 21, 2023
The official… pic.twitter.com/1kw8eRaAN6
ଅଜୟ ଦେବଗନଙ୍କ ଦୃଶ୍ୟମ ଫିଲ୍ମ: ଏହି ଫିଲ୍ମ ଏକ ସସପେନ୍ସ ଡ୍ରାମା ଉପରେ ଆଧାରିତ । ଏହି ଫିଲ୍ମରେ ଅଜୟ ଦେବଗନ ସଲଙ୍ଗାୱକର ଭୂମିକାରେ ନଜର ଆସିଥିଲେ । ସେ ଏକ ସାଧାରଣ ପରିବାରିକ ଜୀବନ ବଞ୍ଚୁଥିବା ବେଳେ ତାଙ୍କ ଉପରକୁ ଦୁଃଖର କଳା ବାଦଳ ମାଡି ଆସିଥିଲା । ଅଜାଣତରେ ତାଙ୍କ ପରିବାର ଜଣକୁ ହତ୍ୟା କରିବା ପରେ ଫିଲ୍ମର ଷ୍ଟୋରି ଆରମ୍ଭ ହୋଇଥିଲା । ନିଜ ପରିବାକୁ ରକ୍ଷା କରିବା ସେ କ’ଣ କରିଛନ୍ତି ତାକୁ ନେଇ ଫିଲ୍ମର ସସପେନ୍ସ । ଏହି ଫିଲ୍ମରେ ଅଜୟ ଦେବଗନ୍, ତବୁ, ଶ୍ରେୟା ସରନ ଏବଂ କମଲେଶ ସାୱନ୍ତଙ୍କ ପ୍ରଶଂସନୀୟ ଅଭିନୟ ସହିତ ଏହି ଚଳଚ୍ଚିତ୍ର ଏକ ବଡ଼ ସଫଳତା ହାସଲ କରିଥିଲା । ତେବେ ଦୃଶ୍ୟମ ଫିଲ୍ମର ହିନ୍ଦୀ ଭର୍ସନ ପ୍ରଥମ ପାର୍ଟ ୨୦୧୫ରେ ରିଲିଜ ହୋଇଥିବା ବେଳେ ଦ୍ବୀତିୟ ପାର୍ଟ ୨୦୨୨ରେ ରିଲିଜ ହୋଇଥିଲା ।
ଫିଲ୍ମ ନିର୍ମାତା କୁମାର ମଙ୍ଗତ ପାଠକ କହିଛନ୍ତି,"ଦୃଶ୍ୟମ୍ ଫ୍ରାଞ୍ଚାଇଜ୍ କୋରିଆରେ ତିଆରି ହେଉଥିବାରୁ ମୁଁ ଉତ୍ସାହିତ ଅଛି । ପ୍ରଥମ ଥର ପାଇଁ କୋରୀୟ ଭାଷାରେ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ ହେବାକୁ ?ଯାଉଛି । ଏହାଦ୍ୱାରା ହିନ୍ଦୀ ସିନେମା ବିଶ୍ବ ଦରବାରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିବ । କୋରିଆ ଫିଲ୍ମରୁ ଅନୁପ୍ରାଣିତ ହେଉଥିଲା ବଲିଉଡ କିନ୍ତୁ ବର୍ତ୍ତମାନ ଆମ ଫିଲ୍ମରୁ ପ୍ରେରଣା ପାଉଛି କୋରିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ