ହାଇଦ୍ରାବାଦ: ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦୃଶ୍ୟମ ୨'ର ଟିଜର 29 ସେପ୍ଟେମ୍ବରରେ (Drishyam 2 Teaser OUT) ମୁକ୍ତିଲାଭ କରିଛି । ଏହାପୂର୍ବରୁ ସେପ୍ଟେମ୍ବର 28ରେ ଅଜୟ ଦେବଗନ ଫିଲ୍ମର ପୋଷ୍ଟର ରିଲିଜ କରିବା ସମୟରେ ଟିଜରର ରିଲିଜ ତାରିଖ ଘୋଷଣା କରିଥିଲେ । କେଉଁ ଦିନ ଫିଲ୍ମ ରିଲିଜ ହେବ ତାହା ମଧ୍ୟ କୁହାଯାଇଛି । ଏହା ସହିତ ଅଜୟଙ୍କ ଦ୍ୱାରା ରିଲିଜ ହୋଇଥିବା ଫିଲ୍ମର ପୋଷ୍ଟର ବହୁତ ଚମତ୍କାର ହୋଇଛି । ଅଜୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ 'ଦୃଶ୍ୟମ ୨'ର ପୋଷ୍ଟର ରିଲିଜ କରି ଲେଖିଛନ୍ତି, 'ଅକ୍ଟୋବର 2 ଓ 3ରେ କ’ଣ ହୋଇଥିଲା ମନେ ଅଛି ନା ? ବିଜୟ ସଲଗାବକରଙ୍କ ପରିବାର ସହିତ ପୁଣି ଥରେ ଫେରୁଛୁ । ଏହା ସହ ଅଜୟ କହିଛନ୍ତି ଯେ, ଆସନ୍ତାକାଲି ସେପ୍ଟେମ୍ବର 29 ରେ ଫିଲ୍ମର ଟିଜର ରିଲିଜ ହେବ।
କେମିତି ହୋଇଛି ଟିଜର ?
- " class="align-text-top noRightClick twitterSection" data="">
1.22 ମିନିଟର ରିକଲ୍ ଟିଜର ଚଳଚ୍ଚିତ୍ରର ପ୍ରଥମ ଭାଗର ଝଲକ ଦେଖାଯାଇଛି ଏବଂ ଶେଷରେ ଅଜୟ ଦେବଗନ୍ କହିଛନ୍ତି କି, ଏହା ମୋର କନଫେସନ୍ । ଏଥିରୁ ଜଣା ପଡୁଛି କି, ଅଜୟ ଫିଲ୍ମର ଦ୍ୱିତୀୟ ଭାଗରେ ନିଜର ଅପରାଧ ସ୍ୱୀକାର କରୁଥିବା ଦେଖିବାକୁ ମିଳିବ।
ଫିଲ୍ମର ପୋଷ୍ଟର କିପରି ଥିଲା ?
ରିଲିଜ ହୋଇଥିବା ଫିଲ୍ମର ପୋଷ୍ଟରରେ ଅଜୟ ତାଙ୍କ ପରିବାର ସହିତ ଛିଡା ହୋଇଛନ୍ତି । ଅଜୟଙ୍କ ହାତରେ କୋଦାଳ, ଅଜୟଙ୍କ ପତ୍ନୀ ଭୂମିକାରେ ଦକ୍ଷିଣ ଅଭିନେତ୍ରୀ ଶ୍ରୀୟା ସରନ କାନ୍ଧରେ ଏକ ବ୍ୟାଗ ଧରି ଛିଡା ହୋଇଛନ୍ତି । ସେହିଭଳି ଅଜୟଙ୍କ ବଡ଼ ଝିଅର ହାତରେ ଲୁହା ରଡ ଏବଂ ସାନ ଝିଅର ହାତରେ ସିଡି ଡ୍ରାଇଭ ଅଛି । ସମସ୍ତେ ସ୍ବାମୀ ଚିନ୍ମୟାନନ୍ଦ ଜୀଙ୍କର ଆଶ୍ରମ ପେଣ୍ଡାଲ ଆଡକୁ ମୁହାଁଇଛନ୍ତି । ପୋଷ୍ଟରର ବାମ ପାର୍ଶ୍ୱରେ ଫିଲ୍ମ ରିଲିଜ୍ ତାରିଖ 18 ନଭେମ୍ବର 2022 ଲେଖାଯାଇଛି ।
ଏହି ଫିଲ୍ମକୁ ଅଭିଷେକ ପାଠକ ନିର୍ଦ୍ଦେଶନା ଦେଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ (27 ସେପ୍ଟେମ୍ବର) ଅଜୟ ଦେବଗାନ୍ କିଛି ପୁରୁଣା ବିଲ୍ ସେୟାର କରି ପ୍ରଶଂସକଙ୍କ ଉତ୍ସାହ ବଢାଇ ଦେଇଥିଲେ । ଅଜୟ ସେୟାର କରିଥିବା ବିଲ୍ ତାଙ୍କ ଚଳଚ୍ଚିତ୍ର ଦୃଶ୍ୟମ (2015) ସହିତ ଜଡିତ ଥିଲା । ଏହି ଚଳଚ୍ଚିତ୍ରର ଶୀର୍ଷ ସଂଳାପ 'ଅକ୍ଟୋବର 2 ରେ କ’ଣ ହୋଇଥିଲା ?'
ଅଜୟଙ୍କ ଆଗାମୀ ଚଳଚ୍ଚିତ୍ର
'ଦୃଶ୍ୟମ ୨' ବ୍ୟତୀତ ଅଜୟ ଦେବଗନ୍ ଫିଲ୍ମ 'ଭୋଲା' ଏବଂ 'ଥ୍ୟାଙ୍କ୍ ଗଡ୍' ସହିତ ଚର୍ଚ୍ଚାରେ ଅଛନ୍ତି । ଭୋଲା ସାଉଥ ଫିଲ୍ମ କଏଦୀଙ୍କ ସରକାରୀ ହିନ୍ଦୀ ରିମେକ ବୋଲି କୁହାଯାଉଛି । ଏଥି ସହିତ, ଫିଲ୍ମ ଥ୍ୟାଙ୍କ୍ ଗଡ୍ ଏକ ରୋମାଣ୍ଟିକ, ଡ୍ରାମା ଏବଂ କମେଡି ଫିଲ୍ମ, ଯେଉଁଥିରେ ଅଜୟ ଦେବଗନ ଚିତ୍ରଗୁପ୍ତଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଫିଲ୍ମ ଥ୍ୟାଙ୍କ୍ ଗଡ୍ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂ ମୁଖ୍ୟ ଭୂମିକାରେ ଅଛନ୍ତି ।