ETV Bharat / entertainment

Dream Girl 2: 70କୋଟି ନିକଟତର ଡ୍ରିମଗାର୍ଲ 2, 7ଦିନରେ ଏତିକି କଲେକ୍ସନ୍‌

author img

By ETV Bharat Odisha Team

Published : Aug 31, 2023, 6:50 PM IST

ଆୟୁଷ୍ମାନ ଖୁରାନାଙ୍କ ନୂଆ ଚଳଚ୍ଚିତ୍ର ଡ୍ରିମ୍ ଗାର୍ଲ ୨ ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି । ଓପନିଂ ଦିନଠାରୁ ଫିଲ୍ମ ଭଲ ପ୍ରଦର୍ଶନ କରୁଛି। ଫିଲ୍ମ 5 ଦିନ ମଧ୍ୟରେ 50 କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଖୁବଶୀଘ୍ର 70କୋଟି ଆୟ କରିବାକୁ ଯାଉଛି । ଅଧିକ ପଢନ୍ତୁ

70କୋଟି ନିକଟତର ଡ୍ରିମଗାର୍ଲ 2, 7ଦିନରେ ଏତିକି କଲା ଆୟ

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ଫିଲ୍ମ ହେଉଛି 'ଡ୍ରିମ୍ ଗାର୍ଲ'। ବର୍ତ୍ତମାନ 25 ଅଗଷ୍ଟରେ ଏହାର ସିକ୍ବେଲ 'ଡ୍ରିମ୍ ଗାର୍ଲ 2' ରିଲିଜ୍ ହୋଇଛି। ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ରିଲିଜର ପ୍ରଥମ ସପ୍ତାହରେ ଫିଲ୍ମ ବେଶ ଲୋକପ୍ରିୟତା ସହ ପ୍ରଶଂସା ସାଉଁଟିଛି । ଏହି ଫିଲ୍ମ ଏବେ 70କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।

ଓପନିଂ ଦିନ ଠାରୁ 'ଡ୍ରିମ୍ ଗାର୍ଲ 2' କୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ଦେଖିବାକୁ ମିଳିଛି । ଡ୍ରିମ୍ ଗାର୍ଲ ୨ ରିଲିଜ୍ ହେବାର ଏକ ସପ୍ତାହ ବିତି ଗଲାଣି । ଓପନିଂ ଦିନଠାରୁ ଫିଲ୍ମ ଭଲ ରୋଜଗାର କରିଥିବା ବେଳେ ବର୍ତ୍ତମାନ 7ମ ଦିନର ଆୟ ସାମ୍ନାକୁ ଆସିଛି । 7ମ ଦିନରେ ଫିଲ୍ମ ଅର୍ଥାତ୍ ପ୍ରଥମ ଗୁରୁବାର ଦିନ ଫିଲ୍ମ 6.50କୋଟି ରୋଜଗାର କରିଛି । ଏହିପରି ଫିଲ୍ମ ମୋଟ 66 କୋଟି ରୋଜଗାର କରିଛି । ଫିଲ୍ମର ଦମଦାର ପ୍ରଦର୍ଶନକୁ ଦେଖି କୁହାଯାଇପାରିବ ଯେ, ଫିଲ୍ମ ଆସନ୍ତାକାଲି ମଧ୍ୟରେ 70କୋଟିରୁ ଅଧିକ ଆୟ କରିପାରେ ।

ଡ୍ରିମ ଗାର୍ଲ 2 ଓପନିଂ ଦିନରେ ଫିଲ୍ମ ପ୍ରାୟ 10.69 କୋଟି ଟଙ୍କା ରୋଜଗାର କରିଥିଲା । ଏହାପରେ 2ୟ ଦିନ ଅର୍ଥାତ ଶନିବାର ଦିନ ଏହା 14.02 କୋଟି ଟଙ୍କା ରୋଜଗାର କରିଥିଲା । ତୃତୀୟ ଦିନ ଅର୍ଥାତ ପ୍ରଥମ ରବିବାରରେ ଫିଲ୍ମ ସର୍ବାଧିକ 16 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା । ତେବେ ସୋମବାର ଫିଲ୍ମର ଆୟରେ ହ୍ରାସ ଘଟିଥିଲା । ଏହା ମାତ୍ର 4.70 କୋଟି ଟଙ୍କା ରୋଜଗାର କରିଥିଲା । ପରେ ପୁଣି ଫିଲ୍ମ ମଙ୍ଗଳବାର ଦିନ ଏହି ଫିଲ୍ମ 5.87 କୋଟି ଟଙ୍କା ଆୟ କରିଥିଲା । ଏହିପରି ଫିଲ୍ମ 5ଦିନ ମଧ୍ୟରେ 50କୋଟି କ୍ଲବରେ ସାମିଲ ହୋଇପାରିଥିଲା । ବୁଧବାର ଦିନ ଅର୍ଥାତ 6ଷ୍ଠ ଦିନରେ 7.5କୋଟି ଆୟ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଡ୍ରିମ ଗାର୍ଲ-2ରେ କାଷ୍ଟ ନହେବା ନେଇ ତାତିଲେ ନୁସରତ, ଦେଲେ ଏଭଳି ପ୍ରିତିକ୍ରିୟା

ଡ୍ରିମ୍ ଗାର୍ଲ 2 ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ହେଉଛି ଡ୍ରିମ୍ ଗାର୍ଲର ସିକ୍ୱେଲ୍ ଯାହା 2019ରେ ରିଲିଜ ହୋଇଥିଲା । ଚଳଚ୍ଚିତ୍ରର ପ୍ରଥମ ପାର୍ଟ ବକ୍ସ ଅଫିସରେ 200 କୋଟିରୁ ଅଧିକ ରୋଜଗାର କରିଥିଲା ​​। ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନୁସରତ ଭରୁଚ୍ଚାଙ୍କୁ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ନୁସରତଙ୍କ ବଦଳରେ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମ ସହ ଅନନ୍ୟା ଏବଂ ଆୟୁଷ୍ମାନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି। ଆୟୁଷ୍ମାନ, ଅନନ୍ୟାଙ୍କ ବ୍ୟତୀତ ପରେଶ ରାୱଲ, ବିଜୟ ରାଜ, ଅନୁ କପୁର, ଅଭିଷେକ ବାନାର୍ଜୀ, ରାଜପାଲ ଯାଦବ, ମଞ୍ଜୋତ୍ ସିଂଙ୍କ ସହ ଅନେକ କଳାକାର ଡ୍ରିମ୍ ଗାର୍ଲ 2 ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଶାଣ୍ଡିଲିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.