ETV Bharat / entertainment

Diwali Dhamaka: ଦୀପାବଳିରେ ହେବ ଷ୍ଟାର ଲଢେଇ, ଆସୁଛି ଏସବୁ ଫିଲ୍ମ

author img

By

Published : Mar 15, 2023, 10:04 AM IST

ଚଳିତବର୍ଷ ଦିପାବଳୀରେ ମନୋରଞ୍ଜନରେ ଧମାକା ଦେଖିବାକୁ ମିଳିବ । ଏକାଠି ରିଲିଜ ହେବାକୁ ଯାଉଛି ସଲମାନ, ଅଜୟ, ଅକ୍ଷୟ ଏବଂ କାର୍ତ୍ତିକଙ୍କ ଫିଲ୍ମ । ଅଧିକ ପଢନ୍ତୁ

ଦିପାବଳୀରେ ରିଲିଜ ହେବ ସଲମାନ, ଅଜୟ, ଅକ୍ଷୟ ଏବଂ କାର୍ତ୍ତିକଙ୍କ ଫିଲ୍ମ

ହାଇଦ୍ରାବାଦ: ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ମନୋରଞ୍ଜନ କ୍ଷେତ୍ରରେ ଚଳିତବର୍ଷ ଦିପାବଳୀରେ ଫିଲ୍ମି ଧମାକା ଦେଖିବାକୁ ମିଳିବ । ଦିପାବଳୀରେ 4 ବଲିଉଡ ତାରକାଙ୍କ ଦମଦାର ଫିଲ୍ମ ସିନେମା ହଲରେ ଏକାଠି ରିଲିଜ ହେବାକୁ ଯାଉଛି । ସଲମାନଙ୍କ ଆଗାମୀ ଚଳଚ୍ଚିତ୍ର 'ପ୍ରେମ କି ଶାଦୀ', ଅଜୟ ଦେବଗାନଙ୍କ `ସିଙ୍ଘମ-3', ଅକ୍ଷୟ କୁମାରଙ୍କ`ହେରା-ଫେରି 3' ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ`ଭୁଲ ଭୁଲେୟା-3' ଏକାସାଙ୍ଗେ ରିଲିଜ ହେବାକୁ ଯାଉଛି । ତେବେ ଏଥର ଦିପାବଳୀରେ କଡା ଟକ୍କର ସହ ଫିଲ୍ମି ଧମାକା ଦେଖିବାକୁ ମିଳିବ ବୋଲି ଜଣାପଡୁଛି । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅଭିନେତା ଓ ଫ୍ୟାନ୍ସ ।

ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ପ୍ରେମ କି ଶାଦୀ'

'ପ୍ରେମ କି ଶାଦୀ'

ସୂଚନା ଅନୁସାରେ, ନିକଟରେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ପ୍ରେମ କି ଶାଦୀ'ର ନେଇ ଘୋଷଣା ହୋଇଥିଲା । ଏହି ଫିଲ୍ମଟି ସୂରଜ ବଡଯାତ୍ୟାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବ । କୁହାଯାଉଛି ଯେ ଏହି ଚଳଚ୍ଚିତ୍ର ଦିପାବଳୀ 2024 ଅବସରରେ ରିଲିଜ ହେବ । ତେବେ ସୂରଜ ଏବଂ ସଲମାନଙ୍କ ଯୋଡି ଅନେକ ହିଟ୍ ଫିଲ୍ମ ଦେଇ ସଫଳତା ହାସଲ କରିଛନ୍ତି । ଯେଉଁଥିରେ ହମ୍ ଆପକେ ହେ କୋନ୍, ମେନେ ପ୍ୟାର୍ କିୟା ଏବଂ ହମ୍ ସାଥ୍ ସାଥ୍ ହେ ସାମିଲ ରହିଛି । ବର୍ତ୍ତମାନ ଏହି ଯୋଡି ପୁଣି `ପ୍ରେମ କି ଶାଦୀ' ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ଜିତିବାରେ ସଫଳ ହେବ ବୋଲି ଆଶା କରାଯାଉଛି ।

ଦିପାବଳୀରେ ରିଲିଜ ହେବ ଅଜୟ ଦେବଗନଙ୍କ ଫିଲ୍ମ `ସିଙ୍ଘମ-3'

‘ସିଙ୍ଘମ-3'

ଆକ୍ସନ୍ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ `ସିଙ୍ଘମର ପ୍ରଥମ ଭାଗ, ଦ୍ବିତୀୟ ଭାଗ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ସେ ବର୍ତ୍ତମାନ ଅଭିନେତା ଅଜୟ ଦେବଗନଙ୍କ ସହ`ସିଙ୍ଘମ-3' ପାଇଁ ପ୍ରସ୍ତୁତ ହେଉଛନ୍ତି । ରୋହିତ ଏବଂ ଅଜୟଙ୍କ ଯୋଡି ବକ୍ସ ଅଫିସରେ ସର୍ବଦା ଏକ ହିଟ୍ ରହିଆସିଛି । ଏହି ଯୋଡି ସିଙ୍ଘମ ବ୍ୟତୀତ ଗୋଲମାଲ, ଗୋଲମାଲ ଏଗେନ, ଗୋଲମାଲ ରିର୍ଟନ୍ସ ଏବଂ ବୋଲ ବଚ୍ଚନ ଭଳି ଅନେକ ହିଟ ଫିଲ୍ମରେ ନିଜର ଜଲୱା ଦେଖାଇ ଲୋକପ୍ରିୟତା ସାଉଁଟିପାରିଛନ୍ତି । ବର୍ତ୍ତମାନ ସିଙ୍ଘମର ତୃତୀୟ ଭାଗ 2024 ଦିପାବଳୀରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଅଜୟଙ୍କ ବିପକ୍ଷରେ ଅଭିନେତ୍ରୀ ଦୀପିକା ପାଦୁକୋନ ନଜର ଆସିବେ ବୋଲି କୁହାଯାଉଛି ।

ଦିପାବଳୀରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ଫିଲ୍ମ `ହେରା-ଫେରି 3'

`ହେରା-ଫେରି 3'

ସିନେ ପ୍ରେମୀମାନେ ହେରା-ଫେରି 3ର ସୁଟିଂ ବିଷୟରେ ଶୁଣିବା ଦିନ ଠାରୁ ସେମାନେ କେବଳ ଏହି ଚଳଚ୍ଚିତ୍ରର ରିଲିଜକୁ ଅପେକ୍ଷା କରି ରହିଛନ୍ତି । ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ହେରା-ଫେରି 3 ମଧ୍ୟ ପୁଣି ପ୍ରଶଂସକମାନଙ୍କୁ ହସାଇବାକୁ ଅଣ୍ଟା ଭିଡୁଥିବା ବେଳେ ଏହା ଚଳିତବର୍ଷ ଦିପାବଳୀରେ ରିଲିଜ ହେବାକୁ ଯାଉଛି । ହିନ୍ଦୀ ସିନେମାର ତ୍ରି-ଆଇକନିକ୍ (ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ, ପରେଶ ରାୱଲ)ଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ । ଏଥିସହ ଏହି ଫିଲ୍ମରେ ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରାଇବ ବୋଲି ଆଶା ରହିଛି ।

କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ `ଭୁଲ ଭୁଲେୟା-3'

`ଭୁଲ ଭୁଲେୟା-3'

ଦୀପାବଳିରେ ଫେରିବେ 'ରୁହ ବାବା' । ବାସ୍ତବରେ, ଆମେ କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଚଳଚ୍ଚିତ୍ର ଭୁଲ ଭୁଲେୟାର ତୃତୀୟ ଭାଗ ବିଷୟରେ କହୁଛୁ, ଯାହାର ଟିଜର ନିକଟରେ ରିଲିଜ ହୋଇଥିଲା । କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ ଭୁଲେୟା ଅଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ । ଏହି ଫିଲ୍ମର ସଫଳତା ପରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଏକ ଭିନ୍ନ ପରିଚୟ ମିଳିଥିଲା । ଫଳରେ ନିର୍ମାତାମାନେ କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ଭୁଲ ଭୁଲେୟା-3 ଘୋଷଣା କରିଛନ୍ତି । ଏହି ଫିଲ୍ମଟି ମଧ୍ୟ ଦର୍ଶକ ଦିପାବଳୀରେ ଦେଖିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.