ETV Bharat / entertainment

ଦିବ୍ୟା ଖୋସଲାଙ୍କ ମା' ଅନିତା ଖୋସଲାଙ୍କ ପରଲୋକ, ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କଲେ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ତଥା ଟି-ସିରିଜ ମାଲିକାଣୀ ଦିବ୍ୟା ଖୋସଲା କୁମାରଙ୍କ ମା' ଅନିତା ଖୋସଲାଙ୍କ ଦେହାନ୍ତ । ସୋସିଆଲ ମିଡିଆରେ ଅଭିନେତ୍ରୀ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 7, 2023, 11:32 AM IST

ଦିବ୍ୟା ଖୋସଲାଙ୍କ ମା' ଅନିତା ଖୋସଲାଙ୍କ ପରଲୋକ, ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କଲେ ଅଭିନେତ୍ରୀ
ଦିବ୍ୟା ଖୋସଲାଙ୍କ ମା' ଅନିତା ଖୋସଲାଙ୍କ ପରଲୋକ, ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କଲେ ଅଭିନେତ୍ରୀ

ହ୍ରାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ତଥା ଟି-ସିରିଜ ମାଲିକାଣୀ ଦିବ୍ୟା ଖୋସଲା କୁମାରଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର। ଅଭିନେତ୍ରୀଙ୍କ ମା' ଅନିତା ଖୋସଲାଙ୍କ ପରଲୋକ । ସେ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏହି ଖବର ଜାଣିବା ପରେ ଫ୍ୟାନ୍ସ ଏବଂ ଅନେକ ତାରକା ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମବେଦନା ଜଣାଇଛନ୍ତି ।

ଦିବ୍ୟା ଖୋସଲା ଇନଷ୍ଟାଗ୍ରାମରେ ତାଙ୍କ ମା'ଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି । ପୋଷ୍ଟର ପ୍ରଥମ ଫଟୋ ହେଉଛି ଦିବ୍ୟାଙ୍କ ମା’ଙ୍କ କଲ୍ । ସେ ତାଙ୍କ ମା'ଙ୍କ ସହିତ 53 ମିନିଟ୍ 29 ସେକେଣ୍ଡ୍ ପାଇଁ କଥା ହୋଇଥିଲେ । ଅନ୍ୟ ଫଟୋଟିରେ ସେ ତାଙ୍କ ମା’ଙ୍କ ସହ ମଜା କରୁଥିବାର ନଜର ଆସିଛନ୍ତି । ଆଉ ଏକ ଫଟୋରେ ଦିବ୍ୟା ତାଙ୍କ ମା'ଙ୍କୁ ଆଲିଙ୍ଗନ କରୁଥିବା ବେଳେ ଅନ୍ୟଟିରେ ତାଙ୍କ ମା' ତାଙ୍କର ଏବଂ ପୁଅର ଯତ୍ନ ନେଉଥିବାର ନଜର ଆସିଛନ୍ତି । ମା’ଙ୍କ ବିୟୋଗରେ ଦିବ୍ୟା ଭାଙ୍ଗିପଡିଛନ୍ତି । ଏବଂ ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ଦୁଃଖ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମେଟାଲ ଡ୍ରେସ ପିନ୍ଧିବା ଅଭିନେତ୍ରୀ ଦିବ୍ୟା ଖୋସଲାଙ୍କୁ ପଡିଲା ମହଙ୍ଗା

ଦିବ୍ୟା ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ମୁଁ ମୋ ମା’ଙ୍କୁ ହରାଇଛି । ବର୍ତ୍ତମାନ ମୋ ହୃଦୟରେ ସବୁଦିନ ପାଇଁ ଏକ ଶୂନ୍ୟସ୍ଥାନ ହୋଇଗଲା। ମୁଁ ତୁମ ଆଶୀର୍ବାଦକୁ ମୋ ସାଙ୍ଗରେ ନେଇ ଚାଲିବି। ମୋର ସବୁଠାରୁ ସୁନ୍ଦର ମା । ମୁଁ ତୁମଠାରୁ ଜନ୍ମ ହୋଇଥିବାରୁ ନିଜକୁ ଗର୍ବିତ ମନେ କରେ । ମୁଁ ତୁମକୁ ବହୁତ ଭଲ ପାଏ । ଓମ୍ ଶାନ୍ତି।' ଦିବ୍ୟାଙ୍କ ପୋଷ୍ଟରେ ସମସ୍ତ ସେଲିବ୍ରେଟି ଶ୍ରଦ୍ଧାଞ୍ଜଳି ଦେବା ସହ ସମବେଦନା ଜଣାଇଛନ୍ତି । ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା, ପୁଲକିତ ସମ୍ରାଟ, ମାହି ବିଜୟ, ଗୌତମ ଗୁଲାଟି ସମେତ ସମସ୍ତ ସେଲିବ୍ରେଟି ଦିବ୍ୟାଙ୍କ ପୋଷ୍ଟରେ ପ୍ରତିକ୍ରିୟାରେ ତାଙ୍କ ମା’ଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

ଦିବ୍ୟା ଖୋସଲା କୁମାରଙ୍କ ବିଷୟରେ କହିବାକୁ ଗଲେ ଏହି ଇଣ୍ଡଷ୍ଟ୍ରି ଜଣେ ଜଣାଶୁଣା ନିର୍ମାତା ଏବଂ ନିର୍ଦ୍ଦେଶକ । ଦିବ୍ୟା ହେଉଛନ୍ତି ଟି-ସିରିଜର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ପତ୍ନୀ । ଦିବ୍ୟା 2004 ମସିହାରେ ତେଲୁଗୁ ଚଳଚ୍ଚିତ୍ର 'ଲଭ୍ ଟୁଡେ'ରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ଅବ ତୁମହାରେ ହୱାଲେ ୱତନ ସାଥିଓ, ବୁଲବୁଲ, ସତ୍ୟମେବ ଜୟତେ-୨ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଅଭିନେତ୍ରୀ ୟାରିୟାଁ ଏବଂ ସନମରେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହା ବ୍ୟତୀତ ଦିବ୍ୟା କିଛି ମ୍ୟୁଜିକ୍ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.