ETV Bharat / entertainment

Brahmastra New Poster: ବିବାହ ପୂର୍ବରୁ ରିଲିଜ ହେଲା ରଣବୀର-ଆଲିଆଙ୍କ ଲଭ୍‌ ପୋଷ୍ଟର

author img

By

Published : Apr 11, 2022, 4:30 PM IST

ବିବାହ ଖବର ମଧ୍ୟରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ଏକ ନୂଆ ପୋଷ୍ଟର ସାମ୍ନାକୁ ଆସିଛି। ପୋଷ୍ଟରରେ ପ୍ରଥମ ଥର ପାଇଁ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏକାଠି ନଜର ଆସିଛନ୍ତି। ଅଧିକ ପଢନ୍ତୁ

ବିବାହ ପୂର୍ବରୁ ରିଲିଜ ହେଲା ରଣବୀର-ଆଲିଆଙ୍କ ଲଭ୍‌ ପୋଷ୍ଟର

ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ। ଖୁବ୍‌ ଶୀଘ୍ର ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହ ଖବର ମଧ୍ୟରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'ର ଏକ ନୂଆ ପୋଷ୍ଟର ସାମ୍ନାକୁ ଆସିଛି। ଫିଲ୍ମର ନୂଆ ପୋଷ୍ଟରରେ ପ୍ରଥମ ଥର ପାଇଁ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏକାଠି ନଜର ଆସିଛନ୍ତି।

ରବିବାର ଦିନ ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି। ଏଥିରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନଜର ଆସିଛନ୍ତି । ଏହି ସମୟରେ, ବ୍ୟାକଗ୍ରାଉଣ୍ଡରେ ଏକ ଗୀତ ବାଜୁଛି । ଆଲିଆ ଭଟ୍ଟ ପୋଷ୍ଟର ସେୟାର କରିବା ସହିତ ଲେଖିଛନ୍ତି, 'ପ୍ରେମ ଏବଂ ଆଲୋକ' । ପ୍ରଶଂସକମାନେ ଫିଲ୍ମର ଏହି ପୋଷ୍ଟରକୁ ବହୁତ ପସନ୍ଦ କରିଛନ୍ତି ଏବଂ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ରଣବୀର କପୁରଙ୍କ ଚରିତ୍ର ଶିବ ଏବଂ ଆଲିଆ ଭଟ୍ଟଙ୍କ ଚରିତ୍ରର ନାମ ଇଶା। ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ମୋନି ରୟ, ନାଗାର୍ଜୁନ ଅକ୍କିନେନି ଏବଂ ଡିମ୍ପଲ୍ କାପାଡିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କୁ ଏକ କ୍ୟାମୋ ଭୂମିକାରେ ଦେଖିବାକୁ ମିଳିବ । ଅୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର' 9 ସେପ୍ଟେମ୍ବର 2022 ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଏହା ପ୍ରଥମ ଥର ହେବ ଯେଉଁଥିରେ ଲଭବାର୍ଡ୍ସ ସ୍କ୍ରିନ ସ୍ପେସ୍ ସେୟାର କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.