ETV Bharat / entertainment

ହସ୍ପିଟାଲରୁ ଘରକୁ ଫେରିଲେ ଧର୍ମେନ୍ଦ୍ର, କହିଲେ ଗୁଜବ ଉପରେ ବିଶ୍ବାସ କରନ୍ତୁନି

ହସ୍ପିଟାଲରୁ ଘରକୁ ଫେରିଲେ ବଲିଉଡର ବର୍ଷିୟାନ୍ କଳାକାର ଧର୍ମେନ୍ଦ୍ର । ରବିବାର ଅର୍ଥାତ୍‌ ଗତକାଲି ହଠାତ୍‌ ଖବର ସାମ୍ନାକୁ ଆସିଥିଲା ଅଭିନେତା ଧର୍ମେନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢନ୍ତୁ

ହସ୍ପିଟାଲରୁ ଘରକୁ ଫେରିଲେ ଧର୍ମେନ୍ଦ୍ର
ହସ୍ପିଟାଲରୁ ଘରକୁ ଫେରିଲେ ଧର୍ମେନ୍ଦ୍ର
author img

By

Published : May 2, 2022, 10:18 AM IST

Updated : May 2, 2022, 10:30 AM IST

ହାଇଦ୍ରବାଦ: ହସ୍ପିଟାଲରୁ ଘରକୁ ଫେରିଲେ ବଲିଉଡର ବର୍ଷିୟାନ୍ କଳାକାର ଧର୍ମେନ୍ଦ୍ର । ରବିବାର ଅର୍ଥାତ୍‌ ଗତକାଲି ହଠାତ୍‌ ଖବର ସାମ୍ନାକୁ ଆସିଥିଲା ଅଭିନେତା ଧର୍ମେନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଜଣାପଡିଛି ଯେ କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ତେଣୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ଟୁଇଟ୍ କରି ଏହି ବର୍ଷିୟାନ୍ କଳାକାର ନିଜର ସ୍ୱାସ୍ଥ୍ୟ ବାବଦରେ ସୂଚନା ଦେଇଛନ୍ତି । ତାଙ୍କ ମାଂସ ପେଶୀରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି କହିଛନ୍ତି । ବର୍ତ୍ତମାନ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ଗୁଜବ ପ୍ରଚାର ହେଉଛି ତାଠାରୁ ଦୂରେଇ ରହିବାକୁ ସେ ତାଙ୍କ ଫ୍ୟାନ୍ସ ଓ ଶୁଭେଚ୍ଛୁଙ୍କୁ ଅପିଲ୍ କରିଛନ୍ତି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛିି । ୪ଦିନ ପୂର୍ବେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଯୋଗୁଁ ଧର୍ମେନ୍ଦ୍ରଙ୍କୁ ସାଉଥ୍‌ ମୁମ୍ୱାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧର୍ମେନ୍ଦ୍ର ଆଇସିୟୁରେ ଭର୍ତ୍ତି ଥିଲେ, ହେଲେ ରବିବାର ତାଙ୍କୁ ଆଇସିୟୁରୁ ବାହାରକୁ ଅଣାଯାଇଥିଲା । ସେପଟେ ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିଲେ । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଉଥିବାର ନଜର ଆସିଛନ୍ତି । ଧର୍ମେନ୍ଦ୍ର ସଂପୂର୍ଣ୍ଣ ସୁସ୍ଥ ଥିବା ନେଇ ମଧ୍ୟ ଦେଖିବାକୁ ମିଳିବ । ଯେଉଁଥିରେ ସେ ଅସୁସ୍ଥ ଥିବା ସମୟରେ ତାଙ୍କ ପାଇଁ ପ୍ରାର୍ଥନା କରିଥିବା ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛନ୍ତି ।

ଉଲ୍ଲେଖନୀୟ ଯେ, ୮୬ ବର୍ଷିୟ ଧର୍ମେନ୍ଦ୍ର ଖୁବ ଶୀଘ୍ର ଫିଲ୍ମ ରକି ଓ ରାନୀର ପ୍ରେମ କାହାଣୀରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 2, 2022, 10:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.