ETV Bharat / entertainment

ବିବାହ ବାର୍ଷିକୀରେ ଘରକୁ ଫେରିଲେ ଧର୍ମେନ୍ଦ୍ର, ସ୍ନେହଭରା ପୋଷ୍ଟ କଲେ ଡ୍ରିମ ଗାର୍ଲ

author img

By

Published : May 2, 2022, 3:15 PM IST

ଆଜି ହେଉଛି ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ 42 ତମ ବିବାହ ବାର୍ଷିକୀ । ଏହି ବିଶେଷ ଉତ୍ସବରେ ଡ୍ରିମ୍ ଗାର୍ଲ ହେମା ମାଳିନୀ ଏକ ସୁନ୍ଦର ନୋଟ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ବିବାହ ବାର୍ଷିକୀରେ ଘରକୁ ଫେରିଲେ ଧର୍ମେନ୍ଦ୍ର, ସ୍ନେହଭରା ପୋଷ୍ଟ ସେୟାର କଲେ ହେମା ମାଳିନୀ

ମୁମ୍ବାଇ: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ଚାରି ଦିନ ପୂର୍ବରୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ଅଛି ଏବଂ ସେ ଘରକୁ ଫେରି ଆସିଛନ୍ତି । ତେବେ ଆଜି ହେଉଛି ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ 42 ତମ ବିବାହ ବାର୍ଷିକୀ । ଏହି ବିଶେଷ ଉତ୍ସବରେ ଡ୍ରିମ୍ ଗାର୍ଲ ହେମା ମାଳିନୀ ଏକ ସୁନ୍ଦର ନୋଟ୍ ସେୟାର କରିଛନ୍ତି ।

  • I would like to thank thousands of well wishers who have been enquiring about Dharam ji’s health. Yes, he was in hospital for a few days but he is ok now and thankfully back home. Thank you all once again for your anxious calls and enquiries about his health🙏God has been kind🙏

    — Hema Malini (@dreamgirlhema) May 2, 2022 " class="align-text-top noRightClick twitterSection" data=" ">

ବିବାହ ବାର୍ଷିକୀରେ ହେମାଙ୍କ ପୋଷ୍ଟ

1980ରେ ହେମା ମାଳିନୀ ଏବଂ ଧର୍ମେନ୍ଦ୍ର ବିବାହ କରିଥିଲେ ଏବଂ ଆଜି ଏହି ଦମ୍ପତିଙ୍କ ବିବାହକୁ 42 ବର୍ଷ ପୂରଣ ହୋଇଛି । ଏହି ବିଶେଷ ଅବସରରେ ଅଭିନେତ୍ରୀ ହେମା ମାଳିନୀ ଉଭୟଙ୍କର ଏକ ଫଟୋ ସେୟାର କରି ଏକ ସୁନ୍ଦର ନୋଟ୍ ଲେଖିଛନ୍ତି, "ଆଜି ଆମର ବିବାହ ବାର୍ଷିକୀ, ଆଜି ମୁଁ ଭଗବାନଙ୍କୁ ଏହି ସମସ୍ତ ଖୁସି ପାଇଁ ଧନ୍ୟବାଦ ଦେଉଛି । ଏହା ସହିତ ଆମର ପ୍ରିୟ ସନ୍ତାନ ଏବଂ ନାତି ନାତୁଣୀ, ଆମର ଶୁଭେଚ୍ଛୁଙ୍କୁ ଏଥିପାଇଁ ଧନ୍ୟବାଦ ଦେଉଛି । ମୁଁ ଆଶୀର୍ବାଦ ଅନୁଭବ କରୁଛି। " ହେମାଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ତାଙ୍କୁ ମନ୍ତବ୍ୟ ଦେଇ ଅଭିନନ୍ଦନ ଜଣାଇଛନ୍ତି । ଧର୍ମେନ୍ଦ୍ରଙ୍କୁ ତାଙ୍କର ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ଶୁଭକାମନା ଜଣାଉଛନ୍ତି ।

  • Our wedding anniversary today❤️❤️ I thank God for all these years of happiness, our darling children and grandchildren, our well wishers everywhere! I feel truly blessed🙏🙏 pic.twitter.com/uAsb7Mc5AL

ଏହା ବି ପଢନ୍ତୁ: ହସ୍ପିଟାଲରୁ ଘରକୁ ଫେରିଲେ ଧର୍ମେନ୍ଦ୍ର, କହିଲେ ଗୁଜବ ଉପରେ ବିଶ୍ବାସ କରନ୍ତୁନି

ସୂଚନାଯୋଗ୍ୟ ଯେ, ହସ୍ପିଟାଲରୁ ଆଜି ଘରକୁ ଫେରିଛନ୍ତି ବଲିଉଡର ବର୍ଷିୟାନ୍ କଳାକାର ଧର୍ମେନ୍ଦ୍ର । ରବିବାର ଅର୍ଥାତ୍‌ ଗତକାଲି ହଠାତ୍‌ ଖବର ସାମ୍ନାକୁ ଆସିଥିଲା ଅଭିନେତା ଧର୍ମେନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଜଣାପଡିଛି ଯେ କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ତେଣୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ଟୁଇଟ୍ କରି ଏହି ବର୍ଷିୟାନ୍ କଳାକାର ନିଜର ସ୍ୱାସ୍ଥ୍ୟ ବାବଦରେ ସୂଚନା ଦେଇଛନ୍ତି । ତାଙ୍କ ମାଂସ ପେଶୀରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି କହିଛନ୍ତି । ବର୍ତ୍ତମାନ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ଗୁଜବ ପ୍ରଚାର ହେଉଛି ତାଠାରୁ ଦୂରେଇ ରହିବାକୁ ସେ ତାଙ୍କ ଫ୍ୟାନ୍ସ ଓ ଶୁଭେଚ୍ଛୁଙ୍କୁ ଅପିଲ୍ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.