ETV Bharat / entertainment

ପ୍ରଖ୍ୟାତ ସଙ୍ଗୀତଜ୍ଞ ଇସାଇଗାଲି ଇଲାୟାରାଜାଙ୍କ ବାୟୋପିକରେ ନଜର ଆସିବା ଧନୁଷ

author img

By ETV Bharat Odisha Team

Published : Oct 31, 2023, 7:14 PM IST

ପ୍ରଖ୍ୟାତ ସଙ୍ଗୀତଜ୍ଞ ଇସାଇଗାଲି ଇଲାୟାରାଜାଙ୍କ ବାୟୋପିକରେ ଅଭିନୟ କରିବେ ତାମିଲ ସୁପରଷ୍ଟାର ଧନୁଷ । ଆସନ୍ତାବର୍ଷ ହୋଇପାରେ ସୁଟିଂ ଆରମ୍ଭ । ଧନୁଷଙ୍କ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ । ଅଧିକ ପଢନ୍ତୁ

ପ୍ରଖ୍ୟାତ ସଙ୍ଗୀତଜ୍ଞ ଇସାଇଗାଲି ଇଲାୟାରାଜା
ପ୍ରଖ୍ୟାତ ସଙ୍ଗୀତଜ୍ଞ ଇସାଇଗାଲି ଇଲାୟାରାଜା

ହାଇଦ୍ରାବାଦ୍: ସାଉଥ ସୁପରଷ୍ଟାର ଧନୁଷ ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜ ଆକ୍ଟିଂର ଜଲୱା ଦେଖାଇ ସାରିଛନ୍ତି । ଧନୁଷ ଅନେକ ହିନ୍ଦୀ ଫିଲ୍ମରେ ଦମଦାମ ଭୂମିକାରେ ମଧ୍ୟ ନଜର ଆସି ସାରିଛନ୍ତି । ତାଙ୍କର ନିଆରା ଷ୍ଟାଇଲ ଓ ଦମଦାର ଆକ୍ଟିଂ ପାଇଁ ସେ କେବଳ ସାଉଥ ନୁହେଁ ବରଂ ନର୍ଥ ବେଲ୍ଟରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏହାସହ ଧନୁଷ ହଲିଉଡରେ ମଧ୍ୟ କମାଲର ଆକ୍ଟିଂ କରିଛନ୍ତି । ତାଙ୍କର ଦମଦାର ଆକ୍ଟିଂ ପାଇଁ ସେ ହଲିଉଡରେ ମଧ୍ୟ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ତେବେ ଏହାରି ମଧ୍ୟରେ ଧନୁଷଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡ ନ୍ୟୁଜ୍ ସାମ୍ନାକୁ ଆସିଛି । ଧନୁଷ ନ୍ୟାସନାଲ ଆୱାର୍ଡ ବିଜେତା ସଙ୍ଗୀତଜ୍ଞ, କମ୍ପୋଜର, ସିଙ୍ଗିର ଇସାଇଗାଲି ଇଲାୟାରାଜାଙ୍କ (Isaignani Illaiyaraaja) ବାୟୋପିକ (Biopic) ରେ ତାଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଇଲାୟାରାଜାଙ୍କ ବାୟୋପିକ୍ ଏକ ପ୍ୟାନ ଇଣ୍ତିଆ ପ୍ରୋଜେକ୍ଟ । ଏହି ଫିଲ୍ମର ସୁଟିଂ 2024 ରେ ଆରମ୍ଭ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ କୋନେକଟ୍ ମିଡିଆ ଏହାର ପ୍ରଯୋଜନା ଭାର ସମ୍ଭାଳିବ । ଏହି ପ୍ରଡକ୍ସନ ସାଉଥ ଷ୍ଟାରର ମୋହନଲାଲଙ୍କ ଫିଲ୍ମ ‘ବୃଷଭ’ ପ୍ରଡ୍ୟୁସ କରୁଛି । ନିକଟରେ ଏକ ଇଣ୍ଟରଭ୍ୟୁରେ ସାଉଥ ଷ୍ଟାର ଶଙ୍କର ରାଜା କହିଛନ୍ତି, ସେ ଧନୁଷଙ୍କ ଫିଲ୍ମରେ କାମ କରିବା ପାଇଁ ଚାହୁଁଛନ୍ତି । ଏହା ପ୍ରଥମ ଥର କି ଧନୁଷ କୌଣସି ବାୟୋପିକରେ ନଜର ଆସିବାକୁ ଯାଉଛନ୍ତି । ଦି କ୍ୟାପଟେନ ମିଲର ଷ୍ଟାରର ଧନୁଷ ନିଜେ ଇଲାୟାରାଜାଙ୍କ ବଡ ଫ୍ୟାନ । ଏହି ଫିଲ୍ମ ସେ କରିବାକୁ ନେଇ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି । ହେଲେ ଏହି ବାୟୋରେ ଅଭିନେତାଙ୍କୁ ନେଇ ଫିଲ୍ମ ମେକରମାନେ ଆନୁଷ୍ଠାନିକ ଭାବେ କିଛି ବି ସୂଚନା ପ୍ରକାଶ କରିନାହିଁନ୍ତି ।

ଏହା ମଧ୍ୟ ପଢନ୍ତୁ...ଶାହାରୁଖ ଖାନଙ୍କ ଜନ୍ମଦିନରେ ରିଲିଜ ହେବ ଡଙ୍କିର ଟିଜର, ଫ୍ୟାନ୍ସଙ୍କ ସହ ଦେଖିବେ କିଙ୍ଗଖାନ୍

80 ବର୍ଷିୟ ଇଲାୟାରାଜା ନିଜ ସଙ୍ଗୀତ କ୍ୟାରିୟରରେ ପ୍ରାୟ ଏକ ହଜାରରୁ ଅଧିକ ଫିଲ୍ମ ପାଇଁ ପ୍ରାୟ 7 ହଜାର ଗୀତ କମ୍ପୋଜ କରିଛନ୍ତି । ଏହାସହ 20 ହଜାରରୁ ଅଧିକ କନର୍ସଟରେ ମଧ୍ୟ ପରଫର୍ମ କରିଛନ୍ତି । 1976 ମସିହାରେ ନିଜ କ୍ୟାରିୟରର ଆରମ୍ଭ କରିଥିବା ଏହି ଦିଗଜ ସଙ୍ଗୀତଜ୍ଞ ତାମିଲ, ତେଲଗୁ, ମଲାୟଲମ, କନ୍ନଡ ଓ ହିନ୍ଦୀ ଫିଲ୍ମ ପାଇଁ ଗୀତ କମ୍ପୋଜ କରିଛନ୍ତି । ଏହାସହ ଗୋଟିଏ ଇଂରାଜୀ ଫିଲ୍ମ ପାଇଁ ମଧ୍ୟ ସେ ସଙ୍ଗୀତ କମ୍ପୋଜ କରିଛନ୍ତି । ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 2010 ମସିହାରେ ତାଙ୍କୁ ସମ୍ମାନଜକ ପଦ୍ମଭୂଷଣ ଏବଂ ଭାରତର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମବିଭୂଷଣ (2018) ପ୍ରଦାନ କରାଯାଇଥିଲା। ଇଲିଜା ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଜିତିଛନ୍ତି । ଇଲାୟାରାଜା ଫିଲହର୍ମୋନିକ୍ ଅର୍କେଷ୍ଟ୍ରା (ଲଣ୍ଡନ) ତାଙ୍କୁ 'ମାଷ୍ଟ୍ରୋ' ଆଖ୍ୟା ମଧ୍ୟ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.