ETV Bharat / entertainment

ମୁମ୍ବାଇ ଫେରିଲେ ଦୀପିକା, ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଏକାଡେମୀ ମ୍ୟୁଜିୟମ ଗାଲାରେ ହୋଇଥିଲେ ସାମିଲ

ଦୀପିକା ପାଦୁକୋନ୍ ବୁଧବାର ସକାଳେ ଲସ୍ ଆଞ୍ଜେଲ୍ସର ଏକାଡେମୀ ମ୍ୟୁଜିୟମ୍ ଗାଲାରେ ଯୋଗଦେବା ପରେ ମୁମ୍ବାଇ ଫେରିଛନ୍ତି । ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଏଥିରେ ସାମିଲ ହୋଇଥିବା ବେଳେ ଆଜି ଭାରତ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ,

ମୁମ୍ବାଇ ଫେରିଲେ ଦୀପିକା, ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଏକାଡେମୀ ମ୍ୟୁଜିୟମ ଗାଲାରେ ହୋଇଥିଲେ ସାମିଲ
ମୁମ୍ବାଇ ଫେରିଲେ ଦୀପିକା, ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଏକାଡେମୀ ମ୍ୟୁଜିୟମ ଗାଲାରେ ହୋଇଥିଲେ ସାମିଲ
author img

By ETV Bharat Odisha Team

Published : Dec 6, 2023, 12:54 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ମୁମ୍ବାଇ ପହଞ୍ଚିଛନ୍ତି । ଏୟାରପୋର୍ଟରେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ନିକଟରେ ଅଭିନେତ୍ରୀ ଲସ୍ ଆଞ୍ଜେଲ୍ସର ୨୦୨୩ ଏକାଡେମୀ ମ୍ୟୁଜିୟମ ଗାଲାରେ ଯୋଗ ଦେଇଥିଲେ । ଏହି ଗାଲାରେ ସେ ସେଲିନା ଗୋମେଜ, ଦୁଆ ଲିପା ଏବଂ ଲିଓନାର୍ଡୋ ଡିକାପ୍ରିଓଙ୍କ ପରି ହଲିଉଡର ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାମିଲ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଦୀପିକା ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ସାମିଲ ହୋଇ ଦେଶ ପାଇଁ ଗୌରବ ଆଣିଛନ୍ତି ।

ଲସ୍ ଆଞ୍ଜେଲ୍ସରରୁ ବର୍ତ୍ତମାନ ଭାରତ ଫେରିଛନ୍ତି ଦୀପିକା ପାଦୁକୋନ । ଆଜି(ବୁଧବାର) ସକାଳେ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି । ଇନଷ୍ଟାଗ୍ରାମରେ ଏକ ପାପରାଜିଙ୍କ ଦ୍ବାରା ସେୟାର କରାଯାଇଥିବା ଏକ ଭିଡିଓରେ ଦୀପିକାଙ୍କୁ ବ୍ଲାକ୍‌ ଆଉଟଫିଟ୍‌ରେ ଦେଖିବାକୁ ମିଳିଛି । ବ୍ଲାକ୍‌ ପ୍ୟାଣ୍ଟ, ଟି-ସାର୍ଟ, ଏବଂ ଜ୍ୟାକେଟ୍‌ ସହ ବ୍ଲାକ୍‌ ଚଷମାରେ ଖୁବ ସୁନ୍ଦର ଲାଗୁଥିଲେ ଅଭିନେତ୍ରୀ । ତେବେ ଦୀପିକାଙ୍କ ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, ଭାରତର ସଫଳ ମହିଳା ଦୀପିକା ପାଦୁକୋନ । ଆଉ ଜଣେ ଲେଖିଛନ୍ତି, Just Looking Like a Wow । ବ୍ଲାକ ଲୁକରେ ବେଶ ସୁନ୍ଦର ଲାଗୁଛନ୍ତି ।

ସୂଚନା ଥାଉ କି, ଭାରତୀୟ ଗୀତ ନାଟୁ-ନାଟୁ ଓସ୍କାର 2023 ରେ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଥିଲା । ଏହି ସମୟରେ ହୋଷ୍ଟ ଭାବେ ଦୀପିକା ଏଥିରେ ସାମିଲ ହୋଇ ଦେଶ ପାଇଁ ଗୌରବ ଆଣିଥିଲେ । ଏବେ ପୁଣି ସେ ଦେଶକୁ ଗର୍ବିତ କରିଛନ୍ତି । ଦୀପିକା ପାଦୁକୋନ ନିକଟରେ ଏକାଡେମୀ ମ୍ୟୁଜିୟମ ଗାଲାରେ ଯୋଗ ଦେଇଥିଲେ । ଏହି ସମୟରେ ସେ ବାଇଗଣୀ ରଙ୍ଗର ୱେଲଭେଟ ଗାଉନରେ ନଜର ଆସି ସମସ୍ତଙ୍କୁ ଦିୱାନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଦୀପିକାଙ୍କ ପ୍ରଥମ ଲୁକ୍ ଆଉଟ୍, ପାଇଲଟ ଭୂମିକାରେ ଆସିଲେ ନଜର

ଦୀପିକା ପାଦୁକୋନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ହ୍ରିତିକ ରୋଶନଙ୍କ ସହ ପାଦୁକୋନଙ୍କ ଆଗାମୀ ଚଳଚ୍ଚିତ୍ର ଫାଇଟରରେ ନଜର ଆସିବେ । ଗତକାଲି(ମଙ୍ଗଳବାର) ନିର୍ମାତାମାନେ ତାଙ୍କ ଲୁକ୍‌ ସେୟାର କରିବା ସହ ତାଙ୍କ ଚରିତ୍ର ବିଷୟରେ ପ୍ରକାଶ କରିଥିଲେ । ଏହି ଫିଲ୍ମରେ ସେ ଜଣେ ପାଇଲଟ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମ 2024 ଜାନୁଆରୀ 25ରେ ରିଲିଜ୍ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.