ETV Bharat / entertainment

RARKPK: ସ୍ବାମୀଙ୍କ ଫିଲ୍ମ ଦେଖି ସିନେମା ହଲ୍‌ରେ କାନ୍ଦିଲେ ଦୀପିକା, ଖୁଲାସା କଲେ ରଣଭୀର

'' ରିଲିଜ୍ ହେବା ପରଠୁ ରଣଭୀର-ଆଲିଆଙ୍କ ଖୁସି କହିଲେ ନସରେ । ଉଭୟଙ୍କ ଚଳଚ୍ଚିତ୍ରରେ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି । ଏହି ସମୟରେ ରଣଭୀର ମଧ୍ୟ ଖୁଲାସା କରିଛନ୍ତି ଯେ, ଫିଲ୍ମ ଦେଖି ସାରିବା ପରେ ତାଙ୍କ ପତ୍ନୀ ତଥା ଦୀପିକା ପାଦୁକୋନଙ୍କ ପ୍ରତିକ୍ରିୟା କିପରି ରହିଛି । ଅଧିକ ପଢନ୍ତୁ

author img

By

Published : Aug 7, 2023, 12:38 PM IST

ରକି ଔର ରାନୀ କି ପ୍ରେମ କାହାଣୀ ଦେଖିଲେ ଦୀପିକା

ମୁମ୍ବାଇ: ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ 'ରକି ଔର ରାନୀ କି ପ୍ରେମ କାହାନୀ' ରିଲିଜ ହେବା ପରଠାରୁ ଧମାଲ ମଚାଇ ଚାଲିଛି । ଏହି ଚଳଚ୍ଚିତ୍ରଟି ଦ୍ୱିତୀୟ ସପ୍ତାହରେ ମଧ୍ୟ ଏକ ଭଲ କଲେକ୍ସନ କରିଥିଲା ​​ଏବଂ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । କରଣ ଜୋହର ନିର୍ଦ୍ଦେଶିତ ଏହି ଫିଲ୍ମ ଏବେ 100 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ବର୍ତ୍ତମାନ ସୁଦ୍ଧା 90 କୋଟିରୁ ଅଧିକ ଆୟ କରିଛି ଏବଂ ଏବେ ବି ଏହାର ଶାନ୍‌ଦାର କାହାଣୀ, ଗ୍ରାଣ୍ଡ ସେଟ୍ ଏବଂ ଚାର୍ଟବଷ୍ଟର ମ୍ୟୁଜିକ୍ ସହିତ ଦର୍ଶକଙ୍କୁ ଆକର୍ଷିତ କରୁଛି । ଏହି ସମୟରେ ରଣଭୀର ସିଂ କହିଥିଲେ ଯେ ଯେତେବେଳେ ସେ ତାଙ୍କ ରିୟଲ ଲାଇଫ୍‌ ରାଣୀ ଅର୍ଥାତ୍ ଦୀପିକା ପାଦୁକୋନଙ୍କୁ ଫିଲ୍ମ ଦେଖିବା ପାଇଁ ନେଇଥିଲେ ସେତେବେଳେ ତାଙ୍କ ପ୍ରତିକ୍ରିୟା କ’ଣ ରହିଥିଲା । ଏହା ସହିତ ରଣଭୀର ମଧ୍ୟ ଏହି ଫିଲ୍ମରେ ତାଙ୍କ ପିତାମାତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

  • " class="align-text-top noRightClick twitterSection" data="">

ନିକଟରେ ରଣଭୀର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ପ୍ରତି ଦୀପିକା ପାଦୁକୋନଙ୍କ ପ୍ରତିକ୍ରିୟା ବିଷୟରେ କହିଥିଲେ। ଅଭିନେତା କହିଛନ୍ତି, 'ସେ ଏହାକୁ ଖୁବ୍‌ ପସନ୍ଦ କରିଥିଲେ। ଏହା ମୋ ଜୀବନର ସବୁଠାରୁ ସ୍ମରଣୀୟ ତଥା ସନ୍ତୋଷଜନକ ଚଳଚ୍ଚିତ୍ର । ମୁଁ ତାଙ୍କୁ ଶନିବାର ରାତିରେ ଏହି ଚଳଚ୍ଚିତ୍ର ଦେଖାଇବା ପାଇଁ ନେଇଥିଲି । ଶେଷ ଧାଡ଼ିରେ ଆମେ କେବଳ ଦୁଇଜଣ ବସିଥିଲୁ । ମୁଁ ଫିଲ୍ମଟି ପୂର୍ବରୁ ଦେଖିସାରିଥିଲି, ତେବେ ସତ କହିବାକୁ ଗଲେ ମୁଁ ଦୀପିକାଙ୍କ ପ୍ରତିକ୍ରିୟା ଦେଖିବା ପାଇଁ କେବଳ ତାଙ୍କ ସହିତ ବସିଥିଲି ।

ଏହା ମଧ୍ୟ ପଢନ୍ତୁ: Bigg Boss OTT 2: ଏଲଭିଶ୍‌ ଜିତିବେ ବିଗ୍‌ ବସ୍‌ ! ଟ୍ରଫିରୁ ପରଦା ହଟାଇଲେ ସଲମାନ୍‌

ରଣଭୀର ଆହୁରି କହିଛନ୍ତି, "ସେ କ୍ରମାଗତ ଭାବରେ କରତାଳି ଦେଉଥିଲେ, ସିଟି ମାରୁଥିଲେ, ମଝିରେ ମଝିରେ କାନ୍ଦୁଥିଲେ ଏବଂ ଅନେକ ଥର ମୋ ଆଡକୁ ମୁହଁ କରି Awww କହୁଥିଲେ । ସେ ଏହି ଫିଲ୍ମକୁ ପସନ୍ଦ କରିଥିଲେ, ସେ ମୋ ପାଇଁ ଗର୍ବିତ ଏବଂ ମୁଁ ବି ଏଥିରେ ବହୁତ ଖୁସି । ଏହାପୂର୍ବରୁ ରଣଭୀର ଏକ ଭିଡିଓ ସେୟାର କରିବାବେଳେ ଦୁହେଁ ଏକାଠି ଫିଲ୍ମକୁ କିପରି ଉପଭୋଗ କରିଥିଲେ ତାହା ମଧ୍ୟ ପ୍ରକାଶ କରିଥିଲେ । ଭିଡିଓରେ ତାଙ୍କୁ 'ହ୍ବାଟ୍‌ ଝୁମକା' ଗୀତର ହୁକ୍‌ଷ୍ଟେପ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଭିଡିଓରେ ରଣଭୀର ସିଂ ଦୀପିକାଙ୍କୁ କହିଛନ୍ତି, ‘ବେବି ଖାସ୍‌ ତରଫ୍‌ ରକି ରନ୍ଧାୱା ହୈ ।’

ଅନ୍ୟପକ୍ଷରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ବକ୍ସ ଅଫିସରେ ଧୁମ୍‌ ମଚାଉଛି । ଜୁଲାଇ 29ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରରେ ଆଲିଆ ଭଟ୍ଟଙ୍କ ବ୍ୟତୀତ ରଣଭୀର ସିଂ, ଜୟା ବଚ୍ଚନ, ଧର୍ମେନ୍ଦ୍ର ଏବଂ ଶବାନା ଆଜମୀ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି । ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଦର୍ଶକଙ୍କଠାରୁ ବହୁ ପ୍ରଶଂସା ସାଉଁଟିବା ସହ ଭଲ କଲେକ୍ସନ କରିଛି । ରିପୋର୍ଟ ଅନୁଯାୟୀ, ରକି ଔର ରାନୀ କି ପ୍ରେମ କାହାନୀ ରିଲିଜ୍ ହେବାର ଦଶମ ଦିନରେ ଅର୍ଥାତ୍ ଏହି ରବିବାରରେ 13.50 କୋଟି ଟଙ୍କା ରୋଜଗାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.