ETV Bharat / entertainment

Kantara Controversy: ଗୀତର ସ୍କ୍ରିନିଂ ବନ୍ଦ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Oct 30, 2022, 4:06 PM IST

କନ୍ନଡ ଫିଲ୍ମ 'କାନ୍ତାରା' ରିଲିଜ ହେବା ଦିନଠାରୁ ଅଡୁଆ ବଢ଼ିବାରେ ଲାଗିଛି । ଗୀତକୁ ନକଲ କରିଥିବା ଅଭିଯୋଗରେ ରାୟ ଶୁଣାଇଛନ୍ତି କୋର୍ଟ । ଅଭିଯୋଗକାରୀ ବ୍ୟାଣ୍ଡର ବିନା ଅନୁମତିରେ ଗୀତ ବରାହ ରୂପମର ସ୍କ୍ରିନିଂ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Court stays telecast of Varaharoopa song in Kannada hit movie Kantara
Kantara Controversy: ଗୀତର ସ୍କ୍ରିନିଂ ବନ୍ଦ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଥିରୁଅନନ୍ତପୁରମ: ଋଷଭ ସେଟ୍ଟୀଙ୍କ କନ୍ନଡ ଫିଲ୍ମ 'କାନ୍ତାରା' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ସାରା ଦେଶରେ ଏହାକୁ ନେଇ ତର୍କ ବିତର୍କ ଚାଲିଛି । ଫିଲ୍ମଟି ଉଭୟ କନ୍ନଡ ଏବଂ ହିନ୍ଦୀ ଭାଷାରେ ରିଲିଜ ହୋଇଛି । କିନ୍ତୁ ରିଲିଜ ହେବା ପରଠାରୁ ବିବାଦ ବଢିବାରେ ଲାଗିଛି । ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଅଭିନେତା ଚେତନ ଅହିଂସାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ଫିଲ୍ମର ଗୀତ ଚୋରି କରିଥିବା ଅଭିଯୋଗ ଲାଗିଛି । ଯାହାକୁ ନେଇ କର୍ଣ୍ଣାଟକ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । 'କାନ୍ତାରା'ର ବରାହ ରୂପମ ଗୀତ ନ ବଜାଇବାକୁ ଫିଲ୍ମ ଟିମକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କେରଳର ଏକ ବ୍ୟାଣ୍ଡର ଅଭିଯୋଗ କ୍ରମରେ କୋର୍ଟ ମାମଲାର ଶୁଣାଣି କରି ବରାହ ରୂପମ ଗୀତର ଟେଲିକାଷ୍ଟ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ତଥା ଆମାଜନ ପ୍ରାଇମ୍, ୟୁଟ୍ୟୁବ ଅବଂ ଲିଙ୍କ ମ୍ୟୁଜିକକୁ ବ୍ୟାଣ୍ଡର ବିନା ଅନୁମତିରେ ଗୀତର ସ୍କ୍ରିନିଂ ନକରିବାକୁ କୋର୍ଟ କହିଛନ୍ତି । ବ୍ୟାଣ୍ଡର ଅଭିଯୋଗ ଅନୁଯାୟୀ, ତାଙ୍କ ଗୀତ 'ନବରସ'କୁ ଚୋରି କରାଯାଇଛି । ଯାହା 2015ରେ ମୁକ୍ତିଲାଭ କରିଥିଲା । ବରାହ ରୂପମ ତାଙ୍କ ଗୀତର ନକଲ କରାଯାଇଛି । ଏହା କପି ରାଇଟର ସମ୍ପୂର୍ଣ୍ଣ ଉଲ୍ଲଂଘନ ହୋଇଥିବା ଦାବି କରିଛି ବ୍ୟାଣ୍ଡ । ଫିଲ୍ମ ନିର୍ମାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ବିନା ଅନୁମତିରେ ଗୀତକୁ ବ୍ୟବହାର କରି ନକଲ କରାଯାଇଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Kantara Controversy: ପୋଷ୍ଟକୁ ନେଇ ବଢିଲା ଅଭିନେତା ଚେତନଙ୍କ ଅଡୁଆ, ଥାନାରେ ମାମଲା

ସୂଚନାଯୋଗ୍ୟ ଯେ, 30 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ 'କାନ୍ତାରା' ମୁକ୍ତିଲାଭ କରିଥିଲା ​​। ଚଳଚ୍ଚିତ୍ରରେ ମିଳିଥିବା ବଡ ପ୍ରତିକ୍ରିୟା ପରେ ଏହା ଅନ୍ୟ ଭାଷାରେ ମଧ୍ୟ ମୁକ୍ତିଲାଭ କରିଥିଲା ​​। ଏହି ଚଳଚ୍ଚିତ୍ରଟି 1847 ପ୍ଲଟ୍ ଉପରେ ଆଧାରିତ, ଯେଉଁଥିରେ ମନୁଷ୍ୟ ଏବଂ ପ୍ରକୃତିର ମୁକାବିଲା ଚିତ୍ରିତ ହୋଇଛି । ଏହି ଚଳଚ୍ଚିତ୍ରର କାହାଣୀ କର୍ଣ୍ଣାଟକର ଏକ ଗାଁକୁ ଚିତ୍ରଣ କରିଛି ଯାହା ସମ୍ପୂର୍ଣ୍ଣ କାଳ୍ପନିକ ଅଟେ । ତେବେ ଏହି ଚଳଚ୍ଚିତ୍ରରେ ଆଞ୍ଚଳିକ ପରମ୍ପରା ମଧ୍ୟ ରହିଛି । ଫିଲ୍ମରେ 'ଭୂତ କୋଲା'ର ଦୃଶ୍ୟ ମଧ୍ୟ ଅଛି, ଯେଉଁଥିରୁ ଏହି ପୁରା ବିବାଦ ଆରମ୍ଭ ହୋଇଛି । ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଛି । ଦେଶରେ ରିଲିଜ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା 170 କୋଟି ଆୟ କରିଥିବାବେଳେ ବିଦେଶରେ 18 କୋଟି ଆୟ କରିଛି । ଯାହା ପ୍ରସିଦ୍ଧ ଫିଲ୍ମ କେଜିଏଫ-2କୁ ମାତ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.