ETV Bharat / entertainment

ଶାହାରୁଖ ଖାନଙ୍କ ଯବାନରେ ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପତିଙ୍କ ଏଣ୍ଟ୍ରି

author img

By

Published : Aug 4, 2022, 7:53 AM IST

ଫିଲ୍ମ ଯବାନରେ ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପତି ଶାହାରୁଖ ଖାନଙ୍କ ସହ ଅଭିନୟ କରିବେ । ବିଜୟ ଚଳିତ ମାସ ଶେଷ ସୁଦ୍ଧା ଚେନ୍ନାଇରେ ଫିଲ୍ମର ସୁଟିଂ ଆରମ୍ଭ କରିବେ । ଅଧିକ ପଢନ୍ତୁ

Etv Bharaଶାହାରୁଖ ଖାନଙ୍କ ଯବାନରେ ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପତିଙ୍କ ଏଣ୍ଟ୍ରିt
Etv Bharatଶାହାରୁଖ ଖାନଙ୍କ ଯବାନରେ ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପତିଙ୍କ ଏଣ୍ଟ୍ରି

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଯବାନ' ବିଷୟରେ ବଡ ଖବର ଆସୁଛି । ଗଣମାଧ୍ୟମ ଅନୁଯାୟୀ ଏହା ନିଶ୍ଚିତ ହୋଇଛି ଯେ ଫିଲ୍ମ 'ଯବାନ'ରେ ଦମଦାର ଅଭିନେତା ବିଜୟ ସେଥୁପତି ଶାହାରୁଖ ଖାନଙ୍କ ସହ ଅଭିନୟ କରିବେ । ସୂଚନାଯୋଗ୍ୟ, ବିଜୟ ଚଳିତ ମାସ ଶେଷ ସୁଦ୍ଧା ଚେନ୍ନାଇରେ ଫିଲ୍ମର ସୁଟିଂ ଆରମ୍ଭ କରିବେ । ଏହି ଚଳଚ୍ଚିତ୍ରଟି 2 ଜୁନ୍ 2023 ରେ ମୁକ୍ତିଲାଭ କରିବାକୁ ଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ଶାହାରୁଖ ଖାନଙ୍କ ଫିଲ୍ମ 'ଯବାନ' ପାଇଁ ଜଣେ ଦମଦାର ଭିଲେନ୍‌ଙ୍କର ଖୋଜା ଚାଲିଛି । ପରେ ଫିଲ୍ମର ନିର୍ଦ୍ଦେଶକ ଅରୁଣ କୁମାର ଓରଫ୍‌ ଏଟଲି ସାଉଥ୍‌ ସୁପରଷ୍ଟାର ବିଜୟଙ୍କୁ ବାଛିଥିଲେ । ତେବେ, ବିଜୟ ପ୍ରଥମ ଥର ପାଇଁ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ସହ କାମ କରିବାକୁ ଯାଉଛନ୍ତି । ଶାହାରୁଖ ଖାନ ବିଜୟଙ୍କ ସହ କାମ କରିବାକୁ ଆଗ୍ରହର ସହ ଅପେକ୍ଷା କରିଥିଲେ ଏବଂ ବିଜୟଙ୍କ ଅଭିନୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

ଉଲ୍ଲେଖନୀୟ ଯେ, ଜୁନ୍ 9 ରେ ହୋଇଥିବା ଚଳଚ୍ଚିତ୍ର ଯବାନଙ୍କ ମୁଖ୍ୟ ଅଭିନେତ୍ରୀ ନୟନତାରାଙ୍କ ବିବାହରେ ଶାହାରୁଖ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଏଟଲି ଏବଂ ବିଜୟ ସେଥୁପତି ନଜର ଆସିଥିଲେ । ବିଜୟ ଆଜିକାଲି ଫିଲ୍ମ ମେରୀ ଖ୍ରୀଷ୍ଟମାସକୁ ନେଇ କ୍ୟାଟ୍ରିନା କୈଫଙ୍କ ସହ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ସୁଟିଂ ଚାଲିଛି ଏବଂ କ୍ୟାଟ୍ରିନା କୈଫ ମଧ୍ୟ ସେଟରୁ ଅନେକ ଫଟୋ ସେୟାର କରିଛନ୍ତି । ବିଜୟଙ୍କୁ କମଲ ହାସନଙ୍କ ଫିଲ୍ମ ବିକ୍ରମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.