ମୁମ୍ବାଇ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । 'ଦ କପିଲ ଶର୍ମା ଶୋ'ରେ ପୁଣି ନଜର ଆସିବାକୁ ଯାଉଛନ୍ତି ହାସ୍ୟ ଅଭିନେତା କ୍ରୀଷ୍ଣା ଅଭିଷେକ । ଏକ ସାକ୍ଷାତକାରରେ ଶୋ'କୁ ଫେରିବା ନେଇ କିଷ୍ଣା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଶୋ’କୁ ଫେରୁଛନ୍ତି । ଶୋ'ରେ ସପ୍ନା ଚରିତ୍ରରେ ଦର୍ଶକଙ୍କୁ ବେଶ୍ ହସାଇଛନ୍ତି କ୍ରୀଷ୍ଣା । ତେବେ ପୁଣି କପିଲ ଶର୍ମା ଶୋ'ରେ କପିଲଙ୍କ ସହ କ୍ରୀଷ୍ଣାଙ୍କୁ ପୁଣି ଏକାସାଙ୍ଗେ ଦର୍ଶକଙ୍କୁ ମନୋରଞ୍ଜନ କରିବେ। ଯାହାକୁ ଉପଭୋଗ କରିବାକୁ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ଏକ ସାକ୍ଷାତକାରରେ କପିଲ ଶର୍ମା ଶୋ'କୁ ଫେରିବା ନେଇ କ୍ରୀଷ୍ଣା ସ୍ପଷ୍ଟ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ 'ଚୁକ୍ତିନାମା ପରିବର୍ତ୍ତନ' ପରେ ସେ ଏହି ଶୋ'କୁ ଫେରିବା ନେଇ ନିଷ୍ପତ୍ତି ନେଇଛନ୍ତି । ସପ୍ନା ଭୂମିକାରେ ଅଭିନୟ କରୁଥିବା କିଷ୍ଣା ଗତ ବର୍ଷ ଚୁକ୍ତିନାମାରେ ସମସ୍ୟା ନେଇ 'ଦି କପିଲ ଶର୍ମା ଶୋ'ରେ ଛାଡିଥିଲେ। ତେବେ ବର୍ତ୍ତମାନ ସମସ୍ୟା ସମାଧାନ ପରେ ସେ ପୁଣି ଶୋ'କୁ ଫେରୁଛନ୍ତି।
ସାକ୍ଷାତକାର ସମୟରେ କ୍ରୀଷ୍ଣା ଆହୁରି ମଧ୍ୟ କହିଥିଲେ ଯେ, ରିହର୍ସଲ ପୂର୍ବରୁ ସେ ଶୋ’ର ହୋଷ୍ଟ କପିଲ ଶର୍ମାଙ୍କ ଘରକୁ ଯାଇଥିଲେ, ଯେଉଁଠାରେ ତାଙ୍କୁ ଶର୍ମା ପରିବାର ସ୍ୱାଗତ କରିଥିଲେ । ସେ କହିଥିଲେ, 'କିକୁ ଶାରଦା ମୋତେ ଦେଖିବା ମାତ୍ରେ ମୋତେ ଆଲିଙ୍ଗନ କରିଥିଲେ ।' କ୍ରୀଷ୍ଣା ଅର୍ଚ୍ଚନା ପୁରନ ସିଂଙ୍କ ସହ ମଧ୍ୟ ଫୋନରେ କଥା ହୋଇଥିଲେ । ତେବେ ବର୍ତ୍ତମାନ ଶୋ'ରେ ସପ୍ନାଙ୍କ ଏଣ୍ଟ୍ରି ଏକ ଭଲ ଉପାୟରେ ହେବ । ସେ ଆହୁରି କହିଛନ୍ତି, 'ଚ୍ୟାନେଲ ଏବଂ ଶୋ' ନିର୍ମାତା ସହ ମୋର ପୁରୁଣା ସମ୍ପର୍କ ଅଛି । ସେଥିପାଇଁ ମୁଁ ଫେରି ଆସିଲି ।
ଏଥିସହ କପିଲଙ୍କ ବିଷୟରେ କଥାବାର୍ତ୍ତା କରି କ୍ରୀଷ୍ଣା ଆହୁରି କହିଛନ୍ତି ଯେ, କପିଲ ମଧ୍ୟ ବହୁତ ଖୁସି ଅଛନ୍ତି । ସେ କହିଛନ୍ତି ଯେ କପିଲ ତାଙ୍କୁ ପଞ୍ଚ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ସେ ଚାହୁଁଥିଲେ କ୍ରୀଷ୍ଣା ସପ୍ନାଙ୍କ ଚରିତ୍ରରେ ଫେରି ପୁଣି ଦର୍ଶକଙ୍କ ମନୋରଞ୍ଜନ କରନ୍ତୁ । ଏହାରି ମଧ୍ୟରେ ଥଟ୍ଟା କରି କ୍ରୀଷ୍ଣା କହିଛନ୍ତି, 'ଏହା ହାର୍ଟର ପରିବର୍ତ୍ତନ ନୁହେଁ, ଏହା ଚୁକ୍ତିନାମା ପରିବର୍ତ୍ତନ। ଯଦିଓ ବର୍ତ୍ତମାନ ସମସ୍ତ ସମସ୍ୟାର ସମାଧାନ ହୋଇଛି । ଶୋ' ଏବଂ ଚ୍ୟାନେଲ ପରିବାର ପରି ଏବଂ ମୁଁ ଫେରିବା ନେଇ ଖୁସି ଅଛି । ତେବେ ଶୋ'ରେ କ୍ରୀଷ୍ଣା ପୁଣି ନିଜ ସପ୍ନା ଚରିତ୍ରରେ ଧମାକା କରିବେ ବୋଲି ଆଶା କରାଯାଉଛି ।
ସୂଚନା ଥାଉ କି, 'ଦ କପିଲ ଶର୍ମା ଶୋ’ର ଚତୁର୍ଥ ସିଜନ୍ ବର୍ତ୍ତମାନ ସୋନି ଟିଭିରେ ପ୍ରସାରିତ ହେଉଛି । ଏହି ଶୋ' ଚ୍ୟାନେଲରେ ପ୍ରତି ଶନିବାର ଏବଂ ରବିବାର ରାତି 9:30 ବେଳେ ପ୍ରସାରଣ ହେଉଛି । ଏହାରି ମଧ୍ୟରେ ଶୋ’ର ହୋଷ୍ଟ କପିଲ ଶର୍ମା ନିକଟରେ କହିଛନ୍ତି ଯେ, ପୁରା ଟିମ୍ ଜୁଲାଇରେ ଆମେରିକା ଗସ୍ତରେ ଯିବେ । ଏହାପରେ କପିଲ ଶର୍ମା ଶୋ'ର ଆଉ ଏକ ସିଜିନ ଆରମ୍ଭ ହେବ ।