ETV Bharat / entertainment

ଫିଲ୍ମ ‘ଛୋଟା ଭୀମ’ରେ ନଜର ଆସିବେ ଅନୁପମ ଖେର, ସାମ୍ନାକୁ ଆସିଲା ଟିଜର - chhota bheem

ଆନିମେଟେଡ୍ ଭର୍ସନ୍ ରିଲିଜ୍ ହେବାର ଦୀର୍ଘ ବର୍ଷ ପରେ ‘ଛୋଟା ଭୀମ ଆଣ୍ଡ ଦ କର୍ସ ଅଫ୍ ଦମ୍ୟାନ୍‌’ ନାମରେ ଲାଇଭ୍ ଆକ୍ସନ୍ ଭର୍ସନ ଫିଲ୍ମ ଆସୁଛି । ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ଅନୁପମ ଖେର ଏକ ପ୍ରମୁଖ ଭୂମିକାରେ ନଜର ଆସିବେ । ଅଧିକ ପଢନ୍ତୁ

ଛୋଟା ଭୀମ
ଛୋଟା ଭୀମ
author img

By ETV Bharat Odisha Team

Published : Sep 14, 2023, 7:47 AM IST

ହାଇଦ୍ରାବାଦ: ଛୋଟା ଭୀମ ଆନିମେଟେଡ୍ ଟେଲିଭିଜନ ଦୁନିଆର ସବୁଠୁ ପୁରୁଣା ଏବଂ ଛୋଟ ପିଲାମାନଙ୍କର ପ୍ରିୟ ସୋ’ । ଛୋଟା ଭୀମ ସୋ’ ପ୍ରାୟ 15 ବର୍ଷ ପୂରଣ କରିଛି । ଏହି ଖୁସିରେ, ଫ୍ରାଞ୍ଚାଇଜ୍ ନିର୍ମାତାମାନେ ଏହା ଉପରେ ଏକ ଲାଇଭ୍ ଆକ୍ସନ୍ ଫିଲ୍ମ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାର ଟାଇଟଲ୍ ହେଉଛି ‘ଛୋଟା ଭୀମ ଆଣ୍ଡ ଦ କର୍ସ ଅଫ୍‌ ଦମ୍ୟାନ୍‌’ । ଏହାର ଟିଜର ମଧ୍ୟ ରିଲିଜ୍ ହୋଇଛି ।

  • " class="align-text-top noRightClick twitterSection" data="">

‘ଛୋଟା ଭୀମ ଆଣ୍ଡ ଦ କର୍ସ ଅଫ୍‌ ଦମ୍ୟାନ୍‌’ର ଆନିମେଟେଡ୍ ଚଳଚ୍ଚିତ୍ର ବର୍ଷେ ପୂର୍ବରୁ ମୁକ୍ତିଲାଭ କରିଥିଲା ​​। ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ଲାଇଭ୍ ଆକ୍ସନ୍ ଭର୍ସନ ଆଣୁଛନ୍ତି, ଯେଉଁଥିରେ ଅନୁପମ ଖେର ଏବଂ ମକରନ୍ଦ ଦେଶପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ‘ଛୋଟା ଭୀମ ଆଣ୍ଡ ଦ କର୍ସ ଅଫ୍‌ ଦମ୍ୟାନ୍‌’ ଆସନ୍ତା ବର୍ଷ ମେ ମାସରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: 'ଦ କାଶ୍ମୀର ଫାଇଲ୍ସ'କୁ ନେଇ ନାସିରୁଦ୍ଦିନ ଶାହାଙ୍କ ଟିପ୍ପଣୀ: ଏମିତି ଜବାବ ଦେଲେ ବିବେକ ଅଗ୍ନିହୋତ୍ରୀ

ଫିଲ୍ମର ଟିଜର

ସମସ୍ତଙ୍କ ପ୍ରିୟ ଛୋଟା ଭୀମରୁ ଏହି ଟିଜର ଆରମ୍ଭ ହେଉଛି । ଭୀମ ହଜାର ହଜାର ବର୍ଷ ପୂର୍ବର ସମୟକୁ ପୁଣି ଫେରିଯାଏ । ଭୀମ ଅନୁପମ ଖେରଙ୍କ ସାହାଯ୍ୟରେ ତାଙ୍କର ସମସ୍ତ ଶତ୍ରୁଙ୍କୁ ମାରୁଛି । ଏହା ପରେ ଭୀମର ଅନେକ ଆକ୍ସନ୍ ଦୃଶ୍ୟ ଦେଖିବାକୁ ମିଳେ । ଏହି ଚଳଚ୍ଚିତ୍ରର ଅନ୍ୟ ଚରିତ୍ରମାନଙ୍କ ବିଷୟରେ କହିବାକୁ ଗଲେ କାଳିଆ ଚରିତ୍ରରେ କବୀର ସାଜିଦ୍, ରାଜୁ ଚରିତ୍ରରେ ଏଡୱିକ୍ ଜୟସ୍ୱାଲ୍, ଢୋଲୁ ଏବଂ ଭୋଲୁଙ୍କ ଚରିତ୍ରରେ ଦିବ୍ୟମ୍ ଏବଂ ଦୈବିକ୍, ସ୍ୱର୍ଣ୍ଣା ପାଣ୍ଡେ ଇନ୍ଦୁମତି ଭୂମିକାରେ ଏବଂ ସଞ୍ଜୟ ବିଷ୍ନୋଇ ରାଜା ଇନ୍ଦ୍ରବର୍ମା ଭୂମିକାରେ ନଜର ଆସିବେ।

ଏହା ମଧ୍ୟ ପଢନ୍ତୁ: ଜବାନ ଦେଖି ଥିଏଟରରେ ସିଟି ମାରିଲେ ଅନୁପମ ଖେର, କହିଲେ- ମୁମ୍ବାଇ ଆସି ଶାହରୁଖଙ୍କୁ ହଗ୍‌ କରିବି

‘ଛୋଟା ଭୀମ ଆଣ୍ଡ ଦ କର୍ସ ଅଫ୍‌ ଦମ୍ୟାନ୍‌’ରେ ଅନୁପମ ଖେର ଗୁରୁ ଶମ୍ଭୁ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଆଶ୍ରୟ ମିଶ୍ରା-ଚୁଟକି, ସୁରଭି ତିୱାରୀ- ଟୁନ୍‌ଟୁନ୍ ମାଉସୀ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ଚିଲ୍କା। 2012 ରେ ଆସିଥିବା ଏହାର ଆନିମେଟେଡ୍ ସଂସ୍କରଣକୁ ମଧ୍ୟ ସେ ନିର୍ଦ୍ଦେଶନା ଦେଇଥିଲେ । ନିର୍ଦ୍ଦେଶନା ସହିତ ସେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ରାଘବ ସଚ୍ଚର ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି । ଫିଲ୍ମର ଭିଜୁଆଲ୍ ଇଫେକ୍ଟ ଜୁନୈଦ ଉଲ୍ଲାହଙ୍କ ଦ୍ୱାରା ସୃଷ୍ଟି ହୋଇଛି । ଗ୍ରୀନ୍ ଗୋଲ୍ଡ ପ୍ରଡକ୍ସନ୍ ବ୍ୟାନରରେ ଏହି ଫିଲ୍ମ ପ୍ରସ୍ତୁତ କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.