ETV Bharat / entertainment

ଲାକ୍ଷାଦ୍ବୀପ-ମାଳଦ୍ବୀପ ବିବାଦ ପ୍ରସଙ୍ଗ; ତାତିଲେ ସେଲିବ୍ରିଟି, ଭାରତୀୟ ଟୁରିଜମକୁ ଦେଲେ ଗୁରୁତ୍ବ - ଲାକ୍ଷାଦ୍ବୀପ ପ୍ରସଙ୍ଗ

Celebs On Lakshadweep Vs Maldives: ଲାକ୍ଷାଦ୍ବୀପ-ମାଳଦ୍ବୀପ ବିବାଦ ପ୍ରସଙ୍ଗ । ଭାରତୀୟ ଟୁରିଜମକୁ ପ୍ରୋତ୍ସାହିତ କରିବାକୁ ଆଗେଇ ଆସିଲେ ବଲିଉଡ ସେଲିବ୍ରିଟି । ଅଧିକ ପଢନ୍ତୁ

ଲାକ୍ଷାଦ୍ବୀପ-ମାଳଦ୍ବୀପ ବିବାଦ ପ୍ରସଙ୍ଗ; ତାତିଲେ ସେଲିବ୍ରିଟି, ଭାରତୀୟ ଟୁରିଜମକୁ ଦେଲେ ଗୁରୁତ୍ବ

author img

By ETV Bharat Odisha Team

Published : Jan 7, 2024, 6:29 PM IST

ହାଇଦ୍ରାବାଦ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ବୀପ ଗସ୍ତ କରିଥିଲେ ଏବଂ ସେଠାକାର ସୁନ୍ଦରତାକୁ ନେଇ ବେଶ ପ୍ରଶଂସା କରିଥିଲେ । ଦେଶବାସୀଙ୍କୁ ଲାକ୍ଷାଦ୍ବୀପ ବୁଲିବାକୁ ଅପିଲ କରିଥିଲେ । ଏହାପରେ ମାଳଦ୍ବୀପର ଜଣେ ନେତା ମୋଦିଙ୍କ ଲାକ୍ଷାଦ୍ବୀପ ଯାତ୍ରାର ମଜାକ ଉଡାଇବା ସହ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଏବଂ ପର୍ଯ୍ୟଟକଙ୍କୁ ମାଳଦ୍ବୀପ ବୁଲିବାକୁ ପ୍ରୋତ୍ସାହିତ କରିଥିଲେ । ଏଥିସହ ମାଳଦ୍ବୀପର ଅନେକ କିଛି ଲୋକ ଭାରତକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ପରେ ବର୍ତ୍ତମାନ ଏହାକୁ ବିରୋଧ କରିଛନ୍ତି ଅନେକ ସେଲିବ୍ରିଟି । ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ସଲମାନ ଖାନ ଏବଂ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ସମେତ ଅନେକ ସେଲିବ୍ରିଟି ବିରୋଧ କରିବା ସହ ଭାରତୀୟ ଟୁରିଜମକୁ ଗୁରୁତ୍ବ ଦେବାକୁ ପ୍ରୋତ୍ସାହିତ କରିଛନ୍ତି ।

  • Came across comments from prominent public figures from Maldives passing hateful and racist comments on Indians. Surprised that they are doing this to a country that sends them the maximum number of tourists.
    We are good to our neighbors but
    why should we tolerate such… pic.twitter.com/DXRqkQFguN

    — Akshay Kumar (@akshaykumar) January 7, 2024 " class="align-text-top noRightClick twitterSection" data=" ">

ଅକ୍ଷୟ କୁମାର ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି, "ମାଲଦ୍ବୀପର ବହୁ ଲୋକପ୍ରିୟ ଜନପ୍ରତିନିଧିଙ୍କ ମନ୍ତବ୍ୟ ଆସିଛି, ଯେଉଁମାନେ ଭାରତୀୟଙ୍କ ଉପରେ ଅତ୍ୟନ୍ତ ଘୃଣ୍ୟ ତଥା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେମାନେ କିପରି ଏହା କରିପାରୁଛନ୍ତି, ମୁଁ ବହୁତ ଆଶ୍ଚର୍ଯ୍ୟ ହେଉଛି । ତାହା ବି ସେହି ଦେଶ ସହ ଯେଉଁଠାରୁ ସବୁଠାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ପଠାଇଥାଏ । ଆମେ ଆମ ପଡୋଶୀଙ୍କ ସହ ଭଲ, କିନ୍ତୁ ଆମେ କାହିଁକି ଏପରି ଅନାବଶ୍ୟକ ଜିନିଷକୁ ସହ୍ୟ କରିବୁ । ମୁଁ ଅନେକ ଥର ମାଳଦ୍ବୀପ ଯାତ୍ରା କରିଛି ଏବଂ ସବୁବେଳେ ସେଠାକାର ପ୍ରଶଂସା କରିଛି । କିନ୍ତୁ ଏବେ ଗାରିମା ପ୍ରଥମେ । ଆସନ୍ତୁ ଆମେ ବାରତୀୟ ଦ୍ବୀପର ଅନୁସନ୍ଧାନ କରିବା ଏବଂ ଆମର ନିଜ ପର୍ଯ୍ୟଟନକୁ ସମର୍ଥନ କରିବା ।"

  • It is so cool to see our Hon PM Narendrabhai Modi at the beautiful clean n stunning beaches of Lakshadweep, and the best part is that yeh hamare India mein hain.

    — Salman Khan (@BeingSalmanKhan) January 7, 2024 " class="align-text-top noRightClick twitterSection" data=" ">

ସେହିପରି ଅଭିନେତା ସଲମାନ ଖାନ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, "ଲାକ୍ଷାଦ୍ବୀପ ସୁନ୍ଦର, ସ୍ବଚ୍ଛ ଏବଂ ଆଶ୍ଚର୍ଯ୍ୟଜନକ ସମୁଦ୍ର ତଟରେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବା ବହୁତ ଭଲ ଲାଗିଲା । ସବୁଠାରୁ ଭଲ କଥା ହେଉଛି, ଏହି ଦ୍ବାପ ଆମ ଭାରତର । ସେହିପରି ଅଭିନେତା ଜନ ଆବ୍ରାହମ ଏକ୍ସରେ ମାଳଦ୍ବୀପର କିଛି ଫଟୋ ସେୟାର କରି ଲେଖିଛନ୍ତି, ଅଦ୍ଭୁତ ଭାରତୀୟ ଅତିଥି, 'ଅତିଥୀ ଦେବୋ ଭବ'ର ବିଚାର ଏବଂ ବିଶାଲ ସମୁଦ୍ରି ଜୀବନର ଅନୁସନ୍ଧାନ ସହ ଲାକ୍ଷାଦ୍ବୀପ ଯିବା ଦରକାର ।

  • 250+ days since we rang in my 50th birthday in Sindhudurg!

    The coastal town offered everything we wanted, and more. Gorgeous locations combined with wonderful hospitality left us with a treasure trove of memories.

    India is blessed with beautiful coastlines and pristine… pic.twitter.com/DUCM0NmNCz

    — Sachin Tendulkar (@sachin_rt) January 7, 2024 " class="align-text-top noRightClick twitterSection" data=" ">
  • All these images and memes making me super FOMO now 😍
    Lakshadweep has such pristine beaches and coastlines, thriving local culture, I’m on the verge of booking an impulse chhutti ❤️
    This year, why not #ExploreIndianIslands pic.twitter.com/fTWmZTycpO

    — Shraddha (@ShraddhaKapoor) January 7, 2024 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତରେ ବିବ୍ରତ ମାଳଦ୍ବୀପ ! ଭାରତକୁ ଟାର୍ଗେଟ କଲେ ଏକାଧିକ ମନ୍ତ୍ରୀ

ସେହିପରି ପୂର୍ବତନ କ୍ରିକେଟର ସଚିତ ତେନ୍ଦୁଲକର ଏକ୍ସରେ କିଛି ଫଟୋ ଏବଂ ଏକ ଭିଡିଓ ସେୟାର କରି ଲେଖିଛନ୍ତି, "ସିନ୍ଧୁଦର୍ଗାରେ ମୋର ୫୦ତମ ଜନ୍ମଦିନ ପାଳନ କରିବା ୨୫୦ ଦିନରୁ ଅଧିକ ହୋଇଛି । ତଟ ସହର ସବୁକିଛି ଦିଏ ଯାହା ଆମକୁ ଆବଶ୍ୟକ । ଅଦ୍ଭୁତ ଅତିଥିଙ୍କ ସହ ଭବ୍ୟ ସ୍ଥାନ ଆମ ପାଇଁ ସ୍ମୃତିର ଭଣ୍ଡାର ଛାଡି ଦେଇଛନ୍ତି । ଭାରତକୁ ସୁନ୍ଦର ସମୁଦ୍ର ତଟ ଏବଂ ପ୍ରୀଚୀନ ଦ୍ବୀପର ଆଶୀର୍ବାଦ ସ୍ବରୂପ ମିଳିଛି । ଆମର 'ଅତିଥୀ ଦେବୋ ଭବ' ସହ ଆମ ପାଖରେ ଅନୁସନ୍ଧାନ ପାଇଁ ବହୁତ କିଛି ଅଛି । ବହୁତ ସ୍ମୃତି କରିବା ପାଇଁ ଅପେକ୍ଷାରେ ରହିଛି ।" ସେପଟେ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଶ୍ରଦ୍ଧା କପୁର ସମେତ ଅନେକ ସେଲିବ୍ରିଟି ମଧ୍ୟ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ଭାରତୀୟ ଟୁରିଜିମ ଉପରେ ଗୁରୁତ୍ବ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.