ETV Bharat / entertainment

Cannes 2023: ରେଡ କାର୍ପେଟରେ ରକ୍ତରେ ଭିଜିଲେ ମହିଳା, ଭିଡିଓ ଭାଇରାଲ

author img

By

Published : May 24, 2023, 10:14 AM IST

76 ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର 2023ର ରେଡ କାର୍ପେଟରେ ଗତ ଦିନର ଶୋ’ରେ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ୟୁକ୍ରେନ ଫ୍ଲାଗ ରଙ୍ଗର ଡ୍ରେସ ପିନ୍ଧିଥିବା ଜଣେ ମହିଳା ନିଜକୁ 'ରକ୍ତ'ରେ ଭିଜାଇଥିବାର ନଜର ଆସିଛନ୍ତି । ସେ ୟୁକ୍ରେନକୁ ସମର୍ଥନ କରି ଏପରି କରିଥିବା କୁହାଯାଉଛି । ଅଧିକ ପଢନ୍ତୁ

ରେଡ କାର୍ପେଟରେ ରକ୍ତରେ ଭିଜିଲେ ମହିଳା, ଭିଡିଓ ଭାଇରାଲ

ମୁମ୍ବାଇ: ଫ୍ରାନ୍ସର କାନ୍ସ ସହରର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭିରାରେ 76 ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ରେଡ କାର୍ପେଟରେ ୟୁକ୍ରେନ ଫ୍ଲାଗ ରଙ୍ଗର ଡ୍ରେସ ପିନ୍ଧିଥିବା ଜଣେ ମହିଳା ନିଜ ଉପରେ ନକଲି ରକ୍ତ ଢାଳିଛନ୍ତି । ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ସେହି ସମୟରେ ଉପସ୍ଥିତ ସୁରକ୍ଷାକର୍ମୀ ଏହି ମହିଳାଙ୍କୁ କାବୁ କରିଥିଲେ । ସୋସିଆଲ ମିଡିଆରେ ମହିଳାଙ୍କ ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ କୁହାଯାଉଛି ଯେ ଏହି ମହିଳା ୟୁକ୍ରେନକୁ ସମର୍ଥନ କରି ରେଡ କାର୍ପେଟରେ ସାମିଲ ହୋଇଥିଲେ ।

  • A woman wearing a dress the color of the Ukrainian flag at the Cannes Film Festival spilled fake blood on her to draw attention to the Russian invasion of Ukraine pic.twitter.com/VOap2CSnas

    — Vega (@Vega12991453) May 22, 2023 " class="align-text-top noRightClick twitterSection" data=" ">

ରବିବାର (ମେ 21) ରେ ଇଭେଣ୍ଟ ଆରମ୍ଭ ହେବା ମାତ୍ରେ ଏହି ଅଜଣା ମହିଳା ଜଣକ ଗ୍ଲାମରସ୍ ଲୁକରେ ରେଡ୍ କାର୍ପେଟରେ ପୋଜ ଦେଇଥିଲେ । ଏହି ମହିଳା ରେଡ କାର୍ପେଟର ଦୁଇ ଚାରି ପାହାଚ ଚଢିଥିଲେ ଏବଂ ତାପରେ ଓହ୍ଲାଇବା ସମୟରେ ନିଜ ଉପରେ ନକଲି ରକ୍ତ ଢାଳିଥିଲେ । ଫିଲ୍ମ 'ଏସିଡ୍'ର ସ୍କ୍ରିନିଂ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି । ଏହି ସମୟରେ, ମହିଳାଙ୍କ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ ଇଭେଣ୍ଟରୁ ବାହାର କରିଥିଲେ । ବର୍ତ୍ତମାନ ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ପରେ ମହିଳାଙ୍କ ଏହି କାର୍ଯ୍ୟ ଉପରେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଲେଖିଛନ୍ତି, 'ତୁମେ ଭଲ କରିଛ'। ଅନ୍ୟ ଜଣେ ଲେଖିଛନ୍ତି, 'ଏହା କରିବା ପରେ ମଧ୍ୟ ଏହି ମହିଳା ଖୁବ ସୁନ୍ଦର ଦେଖାଯାଉଛନ୍ତି'।

ସୂଚନା ଥାଉ କି, ୟୁକ୍ରେନ ଉପରେ ଋଷର ଆକ୍ରମଣ ଗତ ବର୍ଷ ଠାରୁ ଜାରି ରହିଛି ଏବଂ ୟୁକ୍ରେନ ଏଥିରେ ପୂରା ଦୋହଲି ଯାଇଛି । 24 ଫେବୃଆରୀ 2022ରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି । ତେବେ ୟୁକ୍ରେନ ପାଇଁ ବିଶ୍ବକୁ ସ୍ୱର ଉତ୍ତୋଳନ କରନ୍ତୁ ବୋଲି ଉଦ୍ଦେଶ୍ୟରେ ଆନ୍ତଃର୍ଜାତୀୟ ପ୍ଲାଟଫର୍ମରେ ଏହି ମହିଳା ଜଣକ ଏଭଳି ବଡ ପଦକ୍ଷେପ ନେଇଥିବା କୁହାଯାଉଛି ।

ଚଳିତ ବର୍ଷ ମେ 16ରୁ ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ 27 ଯାଏଁ ଚାଲିବ । ଏଥିରେ ବଲିଉଡର ଅନେକ ସେଲିବ୍ରେଟ୍ ପ୍ରଥମ ଥର ପାଇଁ ଫ୍ରାନ୍ସର ଏହି ଜଣାଶୁଣା ଉତ୍ସବରେ ଡେବ୍ୟୁ କରିଛନ୍ତି । ସାରା ଅଲି ଖାନ, ମୃଣାଲ ଠାକୁର, ମୌନି ରୟ ଏବଂ ସନ୍ନି ଲିଓନଙ୍କ ସମେତ ବଲିଉଡର ଅନେକ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି । ଏଥିସହ ଅନେକ ଅଭିନେତ୍ରୀ କାନ୍ସରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ମଧ୍ୟ ଅଛନ୍ତି । ଅଭିନେତ୍ରୀମାନେ ଏହି ଇଭେଣ୍ଟରେ ନିଜ ସୌନ୍ଦର୍ଯ୍ୟ ବିସ୍ତାର କରିଥାନ୍ତି । ତେବେ ଏହାରି ମଧ୍ୟରେ ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.