ETV Bharat / entertainment

Cannes 2023: ଆଜିଠୁ କାନ୍ସ ଫିଲ୍ମ ଫେଷ୍ଟିଭାଲ, ବଲିଉଡ ତାରକା ଦେଖାଇବେ ଜଲୱା

author img

By

Published : May 16, 2023, 1:12 PM IST

ଆଜିଠାରୁ ଆରମ୍ଭ କାନ୍ସ ଫିଲ୍ମ ଫେଷ୍ଟିଭାଲ 2023 । ଏହି ଗ୍ରାଣ୍ଡ୍‌ ଇଭେଣ୍ଟରେ ଅନୁରାଗ କଶ୍ୟପଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ଷ୍ଟାର୍‌ ସମସ୍ତେ ନିଜର ଜଲୱା ଦେଖାଇବେ । ଅଧିକ ପଢନ୍ତୁ

ଆଜିଠୁ କାନ୍ସ ଫିଲ୍ମ ଫେଷ୍ଟିଭାଲ, ଭାରତୀୟ ଫିଲ୍ମ ସହ ବଲିଉଡ ତାରକା ଦେଖାଇବେ ଜଲୱା

ହାଇଦ୍ରାବାଦ: କାନ୍ସ ଫିଲ୍ମ ଫେଷ୍ଟିଭାଲ 2023, ଯେଉଁଥିରେ ପୃଥିବୀର ବିଭିନ୍ନ ସ୍ଥାନରୁ ଡକ୍ୟୁମେଣ୍ଟାରୀ ସମେତ ସମସ୍ତ ଧାରାବାହିକର ନୂତନ ଫିଲ୍ମ ପ୍ରଦର୍ଶନ କରାଯାଇଥାଏ । ଆଜିଠାରୁ ଆରମ୍ଭ ହେଉଥିବା ଏହି ଫିଲ୍ମ ଫେଷ୍ଟିଭାଲ ମେ' 27 ପର୍ଯ୍ୟନ୍ତ ଚାଲିବ । ଫ୍ରାନ୍ସର ଫ୍ରେଞ୍ଚ୍‌ ରିଭିରାରେ ଆୟୋଜିତ ହେବ ଏହି ଗ୍ରାଣ୍ଡ୍‌ ଇଭେଣ୍ଟ । ଚଳିତବର୍ଷ 76ତମ କାନ୍ସ ଆନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଚାରୋଟି ଭାରତୀୟ ଫିଲ୍ମ ପ୍ରଦର୍ଶିତ ହେବ । ରେଡ୍‌ କାର୍ପେଟରେ ନିଜର ଜଲୱା ଦେଖାଇବେ ଅନେକ ବଲିଉଡ ଅଭିନେତ୍ରୀ ।

ସୂଚନା ଅନୁସାରେ, କାନୁ ବେହଲଙ୍କ ଆଗ୍ରା, ଅନୁରାଗ କଶ୍ୟପଙ୍କ କେନେଡି ଏବଂ ନେହେମିଚ୍ ଫେଷ୍ଟିଭାଲ୍ ଡି କାନ୍ସର ଡିରେକ୍ଟର୍ସ ଫୋର୍ଟନାଇଟ୍, ମିଡନାଇଟ୍ ସ୍କ୍ରିନିଂ ଏବଂ ଲା ସିନେଫ୍ ବିଭାଗରେ ପ୍ରଦର୍ଶିତ ହେବ । ପୁନଃନିର୍ମିତ ହୋଇଥିବା ମଣିପୁରୀ ଫିଲ୍ମ ଇଶାନହୋ ମଧ୍ୟ କ୍ଲାସିକ୍ସ ବିଭାଗରେ ସ୍ଥାନ ପାଇବ । ସେହିପରି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତ୍ରୀ ସାରା ଅଲି ଖାନ କାନ୍ସରେ ଡେବ୍ୟୁ କରିବେ । ଅନ୍ୟପଟେ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲର, ଅଭିନେତ୍ରୀ ଇଶା ଗୁପ୍ତା ଏବଂ କଙ୍ଗବାମ୍ ଟୋମ୍ବାଙ୍କ ସହ କାନ୍ସ ରେଡ୍‌ କାର୍ପେଟରେ ଭାରତର ପ୍ରତିନିଧିତ୍ୱ କରିବେ । ଏବଂ ଓସ୍କାର ବିଜେତା ଗୁନିତ୍ ମୋଙ୍ଗା ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍ ମୁରୁଗାନ୍ ମଧ୍ୟ ଏଥର ରେଡ୍ କାର୍ପେଟରେ ସାମିଲ ହେବେ । ଏହି ଅବସରରେ କୁମାର ସାନୁଙ୍କ ଝିଅ ଶାନନ୍ କେ ମଧ୍ୟ ଉପସ୍ଥିତ ରହିବେ ।

କାନ୍ସ 2023ରେ ନାଗାଲାଣ୍ଡଙ୍କୁ ପ୍ରତିନିଧିତ୍ୱ କରିବେ ଆଣ୍ଡ୍ରେଆ କେଭିଚୁସା, ଯିଏ ଆୟୁଷ୍ମାନ ଖୁରାନାଙ୍କ ସହ 'ଅନେକ'ରେ ବଲିଉଡରେ ଡେବ୍ୟୁ କରିଥିଲେ । ଭେଟେରାନ୍ ଫିଲ୍ମ ନିର୍ମାତା କିଭିନି ଶୋହେ ମଧ୍ୟ ତାଙ୍କ ସହ ନଜର ଆସିବେ । ଅନେକ ଥର କାନ୍ସରେ ସାମିଲ ହୋଇଥିବା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ଉପସ୍ଥିତ ରହିବେ । ଚଳିତ ବର୍ଷ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା କଣ୍ଟେଣ୍ଟ କ୍ରିଏଟର ଡଲି ସିଂ ମଧ୍ୟ କାନ୍ସରେ ଡେବ୍ୟୁ କରିବେ । ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସେ ନିଜ ପ୍ରଶଂସକଙ୍କୁ ଏହି ଖବର ସେୟାର କରିଛନ୍ତି ।

ସୂଚନା ଥାଉ କି, ଏହି ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ପାଇଁ ମହିଳା ଏବଂ ପୁରୁଷଙ୍କ ପାଇଁ ଡ୍ରେସ୍ କୋଡ୍ ସେଟ୍ କରାଯାଇଛି । ଏଭଳି ପରିସ୍ଥିତିରେ ଅଭିନେତ୍ରୀମାନେ କକ୍‌ଟେଲ ଡ୍ରେସ ପିନ୍ଧି ପାରିବେ । ଏହା ବ୍ୟତୀତ ବ୍ଲାକ୍ ଟପ୍, ବ୍ଲାକ୍ ଟ୍ରାଉଜର ଏବଂ ଡାର୍କ ଟ୍ରାଉଜର କିମ୍ବା ଅନ୍ୟାନ୍ୟ ଫର୍ମାଲ ପୋଷାକ ମଧ୍ୟ ପିନ୍ଧିପାରିବେ । ପୁରୁଷମାନଙ୍କୁ ଜ୍ୟାକେଟ୍ କିମ୍ବା ସୁଟ୍ ଏବଂ ଜୋତା ପିନ୍ଧିବାକୁ ପଡିବ । ତେବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ଫିଲ୍ମଗୁଡ଼ିକ କ୍ରମାଗତ ଭାବରେ ଏକ ଦୃଢ ଉପସ୍ଥିତି ଜାହିର କରି ଆସିଛି । ଏଥିରେ ଅନେକ ବିଭାଗ ପାଇଁ ମନୋନୀତ ହୋଇଥିବା କ୍ରିଟିକ୍‌ମାନେ ଭାରତୀୟ ଫିଲ୍ମର ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.