ETV Bharat / entertainment

Box Office Battle: 500କୋଟି କ୍ଲବରେ ଗଦର 2, 150 କୋଟି ନିକଟତର ଓଏମଜି 2

author img

By ETV Bharat Odisha Team

Published : Sep 3, 2023, 4:47 PM IST

500 କୋଟି କ୍ଲବରେ ସାମିଲ ହେଲା ସନ୍ନି ଦେଓଲଙ୍କ ଫିଲ୍ମ ଗଦର-2 । ଗତ 24 ଦିନରେ ଭାରତୀୟ ବକ୍ସ ଅଫିସ୍‌ରେ ଏହି ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି ଫିଲ୍ମ । ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2ବି ବକ୍ସ ଅଫିସରେ ନିଜର ସ୍ଥିରତା ବଜାୟ ରଖିଛି । ଅଧିକ ପଢନ୍ତୁ

500କୋଟି କ୍ଲବରେ ଗଦର 2, 150 କୋଟି ନିକଟତର ଓଏମଜି 2

ହାଇଦ୍ରାବାଦ: 2001 ର ଫିଲ୍ମ ଗଦର ଏକ ପ୍ରେମ କଥାର ସିକ୍ବେଲ ଅର୍ଥାତ୍ ଗଦର 2 ଦୀର୍ଘ 22ବର୍ଷ ପରେ ରିଲିଜ ହୋଇଛି। ପ୍ରଥମ ଭାଗ ପରି 2ୟ ଭାଗକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଫିଲ୍ମ ରିଲିଜ ହେବା ଦିନ ଠାରୁ ଭଲ ପ୍ରଦର୍ଶନ କରିଆସୁଛି। ଆଜି ଫିଲ୍ମ ରିଲିଜର 24 ଦିନ ବିତିଗଲାଣି । ତଥାପି ଫିଲ୍ମର ଆୟରେ ବ୍ରେକ ଲାଗୁନି। ବର୍ତ୍ତମାନ ଫିଲ୍ମ ଭାରତୀୟ ବକ୍ସ ଅଫିସରେ 500କୋଟି କ୍ଲବରେ ସାମିଲ ହୋଇ ଆଉ ଏକ ମାଇଲକୁଣ୍ଟ ହାସଲ କରିଛି । ସେପଟେ ଏକାସାଙ୍ଗେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ଗଦର 2 ଭଳି ଏତେଟା ସଂଗ୍ରହ କରିନଥିଲେ ସୁଦ୍ଧା ବକ୍ସ ଅଫିସରେ ତାର ସ୍ଥିତି ବଜାୟ ରଖିଛି ।

  • " class="align-text-top noRightClick twitterSection" data="">

ଗଦର 2 ଭାରତରେ 40.01 କୋଟି ସହ ଓପେନିଂ କରିଥିବା ବେଳେ ପ୍ରଥମ ସପ୍ତାହରେ ଫିଲ୍ମ ମୋଟ 284.63କୋଟି ଆୟ କରିଥିଲା । 2ୟ ସପ୍ତାହରେ 134.47କୋଟି ଆୟ କରିଥିଲା । 3ୟ ସପ୍ତାହରେ 63.35କୋଟି ଆୟ କରିଥିବା ବେଳେ 4ର୍ଥ ସପ୍ତାହ ଅର୍ଥାତ୍ 24 ଦିନରେ ଆଉ ଏକ ସଫଳତା ହାସଲ କରିଛି । ଫିଲ୍ମ ରବିବାର ଅର୍ଥାତ 24ଦିନରେ 7.50କୋଟି ଆୟ କରିଛି । ତେବେ ଏହାକୁ ମିଶାଇ ଫିଲ୍ମର ମୋଟ ଆୟ 500.87କୋଟିକୁ ବୃଦ୍ଧି ପାଇଛି । କିନ୍ତୁ ଫିଲ୍ମ ପଠାନର ରେକର୍ଡକୁ ଭାଙ୍ଗିବାରେ ଅସଫଳ ହୋଇଛି । କାରଣ ପଠାନ 24ଦିନରେ 508.1 କୋଟି ଆୟ କରିଥିଲା । ପଠାନ ଭାରତରେ ମୋଟ 543.09 କୋଟି ଆୟ କରି ଇତିହାସ ରଚିଥିଲା । ତେବେ ଗଦର 2 ପଠାନକୁ ମାତ୍ ଦେବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ।

ସେହିପରି ଗଦର 2 ସହ ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ଭଳ ପ୍ରଦର୍ଶନ କରିଛି । ଏହି ଫିଲ୍ମ ବି ଓପନିଂ ଦିନ ଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି । ଏହି ସମୟରେ ଅକ୍ଷୟ କୁମାରଙ୍କ ଓଏମଜି 2 ବକ୍ସ ଅଫିସରେ ସ୍ଥିର ରହିଛି। ଅକ୍ଷୟଙ୍କ ଫିଲ୍ମ 24 ଦିନରେ 1.83 କୋଟି ରୋଜଗାର କରିଛି । ଏହା 24 ଦିନ ମଧ୍ୟରେ ଭାରତରେ ମୋଟ 146.36 କୋଟି ଟଙ୍କା ସଂଗ୍ରହ କରିଛି । ରବିବାର ଦିନ, ଓଏମଜି 2 ହିନ୍ଦୀ ବଜାରରେ 24.075 ର ମୋଟ ଦଖଲ କରିଛି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ 1000 କୋଟି ବ୍ୟବସାୟ କଲା ପଠାନ, ଫ୍ୟାନ୍ସ କଲେ ସେଲିବ୍ରେସନ

ସୂଚନା ଥାଉ କି, ଗଦର 2 ଟିମ୍ ମୁମ୍ବାଇରେ ଫିଲ୍ମର ସଫଳତାକୁ ପାଳନ କରିଥିଲା। ଏହି ଗ୍ରାଣ୍ଡ ପାର୍ଟିରେ ଅନେକ ବଲିଉଡର ନାମିଦାମୀ ତାରକା ଯୋଗ ଦେଇଥିଲେ । ଶାହାରୁଖ ଖାନ, ଆମୀର ଖାନ୍‌ ଏବଂ ସଲମାନ ଖାନ୍‌, କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା, କାର୍ତ୍ତିକ ଆର୍ଯ୍ୟନ, ସଞ୍ଜୟ ଦତ୍ତ, ଅନୁପମ ଖେରଙ୍କ ଭଳି ଅନେକ ତାରକା ଏବଂ ଷ୍ଟାର କିଡ୍ସ ଯୋଗ ଦେଇଥିଲେ । ଇଭେଣ୍ଟର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.