ETV Bharat / entertainment

Boney Kapoor birthday: ଶ୍ରୀଦେବୀଙ୍କୁ ପ୍ରେମ କରୁଥିଲେ ବୋନି କିନ୍ତୁ ସେ ବାନ୍ଧୁଥିଲେ ରାକ୍ଷୀ

author img

By

Published : Nov 11, 2022, 1:38 PM IST

ବୋନି କପୁର ଆଜି ତାଙ୍କର 67 ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ଜାଣନ୍ତୁ, ଶ୍ରୀଦେବୀ ଏବଂ ବୋନି କପୁରଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା ଏବଂ ପତ୍ନୀ ମୋନାଙ୍କ ସହିତ ନିର୍ମାତାଙ୍କର ସମ୍ପର୍କ କିପରି ଥିଲା । ଅଧିକ ପଢନ୍ତୁ

ଶ୍ରୀଦେବୀଙ୍କୁ ଭଲ ପାଉଥିଲେ ବୋନି କିନ୍ତୁ ସେ ବାନ୍ଧୁଥିଲେ ରାକ୍ଷୀ

ହାଇଦ୍ରାବାଦ: ବୋନି କପୁର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା, ଯିଏ ଅନେକ ମହାନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ସେ 'ମିଷ୍ଟର ଇଣ୍ଡିଆ', 'ନୋ ଏଣ୍ଟ୍ରି', 'ଯୁଦାଇ' ଏବଂ 'ୱାଣ୍ଟେଡ୍' ଭଳି ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ବୋନି କେବଳ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଅନେକ ଚର୍ଚ୍ଚାରେ ରହିଛନ୍ତି, ତାହା ଶ୍ରୀଦେବୀଙ୍କ ସହ ବଢୁଥିବା ଘନିଷ୍ଠତା ପାଇଁ ହେଉ କିମ୍ବା ପତ୍ନୀ ମୋନା କପୁରଙ୍କଠାରୁ ଛାଡପତ୍ର ହେଉ । 1955 ନଭେମ୍ବର 11ରେ ଜନ୍ମ ହୋଇଥିବା ବୋନି ଆଜି ତାଙ୍କର 67 ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ, ଶ୍ରୀଦେବୀ ଏବଂ ବୋନି କପୁରଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା ଏବଂ ପତ୍ନୀ ମୋନାଙ୍କ ସହିତ ନିର୍ମାତାଙ୍କର ସମ୍ପର୍କ କିପରି ଥିଲା ।

ବୋନିଙ୍କୁ ରାକ୍ଷୀ ବାନ୍ଧୁଥିଲେ ଶ୍ରୀଦେବୀ

ବୋନି କପୁରଙ୍କ ପ୍ରଥମ ପତ୍ନୀଙ୍କ ନାମ ମୋନା କପୁର, ଯିଏ ଏବେ ଏହି ଦୁନିଆରେ ନାହାନ୍ତି । ଶ୍ରୀଦେବୀଙ୍କୁ ପରଦାରେ ଦେଖିବା ପରେ ପ୍ରଥମ ଦେଖାରେ ବୋନି କପୁର ହୃଦୟ ଦେଇ ବସିଥିଲେ। କିନ୍ତୁ ଏକ ସମୟ ଥିଲା ଯେତେବେଳେ ମୋନା କପୁର ଏବଂ ଶ୍ରୀଦେବୀଙ୍କ ମଧ୍ୟରେ ବନ୍ଧୁତା ଅତି ନିବିଡ ଥିଲା । ଦୁହିଁଙ୍କ ମଧ୍ୟରେ ଏତେ ଭଲପାଇବା ଥିଲା ଯେ ମୋନା ଶ୍ରୀଦେବୀଙ୍କୁ ନିଜ ଘରେ ରହିବାକୁ ସ୍ଥାନ ଦେଇଥିଲେ । ସେହି ସମୟରେ ଶ୍ରୀଦେବୀ, ମିଥୁନ ଚକ୍ରବର୍ତ୍ତୀଙ୍କୁ ଡେଟ କରୁଥିଲେ ଏବଂ କୁହାଯାଏ ଯେ ଉଭୟେ 1985 ରେ ଗୁପ୍ତ ଭାବରେ ବିବାହ କରିଥିଲେ । କିନ୍ତୁ ମିଥୁନଙ୍କୁ ସନ୍ଦେହ ଥିଲା କି, ଶ୍ରୀଦେବୀ ଏବଂ ବୋନି କପୁରଙ୍କ ମଧ୍ୟରେ କିଛି ଚାଲିଛି ଏବଂ ଏଥିପାଇଁ ଅଭିନେତ୍ରୀ ବୋନିଙ୍କୁ ରାକ୍ଷୀ ବାନ୍ଧିବା ଆରମ୍ଭ କରିଥିଲେ । ଏକ ସାକ୍ଷାତକାର ସମୟରେ ମୋନା କପୁର ଏହା ପ୍ରକାଶ କରିଥିଲେ ।

ଶ୍ରୀଦେବୀଙ୍କ ବିଷୟରେ ଜାଣିବା ପରେ ଭାଙ୍ଗି ଯାଇଥିଲେ ମୋନା କପୁର

ବୋନି କପୁର ଏକ ସାକ୍ଷାତକାରରେ କହିଥିଲେ ଯେ, ଶ୍ରୀଦେବୀଙ୍କୁ ପରଦାରେ ଦେଖିବା ପରେ ସେ ତାଙ୍କୁ ହୃଦୟ ଦେଇ ବସିଥିଲେ ଏବଂ ତାଙ୍କ ହୃଦୟ ଜିତିବାକୁ ତାଙ୍କୁ 12 ବର୍ଷ ସମୟ ଲାଗିଥିଲା । ପୂର୍ବରୁ ସେମାନଙ୍କର ପ୍ରେମ ଏକପାଖିଆ ଥିଲା । ଯେତେବେଳେ ଶ୍ରୀଦେବୀ ଚାନ୍ଦନୀ ଚଳଚ୍ଚିତ୍ରର ସୁଟିଂ କରୁଥିଲେ, ବୋନି ତାଙ୍କୁ ଭେଟିବା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚି ଯାଇଥିଲେ । ସେଠାରୁ ଫେରିବା ପରେ ବୋନି ତାଙ୍କ ପତ୍ନୀ ମୋନାଙ୍କୁ କହିଥିଲେ ଯେ, ସେ ଶ୍ରୀଦେବୀଙ୍କୁ ଭଲ ପାଆନ୍ତି । ଏହା ଶୁଣି ମୋନା ଭାଙ୍ଗି ପଡିଥିଲେ ।

ଏହା ବି ପଢନ୍ତୁ: ବୋନି-ଶ୍ରୀଦେବୀଙ୍କ ରୋମାଣ୍ଟିକ ଫଟୋ ସେୟାର କଲେ ଜାହ୍ନବୀ

ମୋନା ଏକ ସାକ୍ଷାତକାରରେ କହିଥିଲେ, "ମୁଁ 19 ବର୍ଷ ବୟସରେ 10 ବର୍ଷ ବଡ ବୋନିଙ୍କୁ ବିବାହ କରିଥିଲି । ମୁଁ ତାଙ୍କ ସହିତ ବଡ ହେଲି । ଆମେ 13 ବର୍ଷ ଏକାଠି ବିତାଇଥିଲୁ କିନ୍ତୁ ଦିନେ ସେ କହିଥିଲେ ଯେ ସେ ଶ୍ରୀଦେବୀଙ୍କୁ ଭଲ ପାଆନ୍ତି ।" ଏହା ପରେ ଆମ ସମ୍ପର୍କରେ ଆଉ କିଛି ରହିଲା ନାହିଁ କାରଣ ଶ୍ରୀଦେବୀ ଗର୍ଭବତୀ ଥିଲେ । ଏଭଳି ସ୍ଥିତିରେ ମୋନା କପୁର ଏବଂ ବୋନି କପୁର ଛାଡପତ୍ର ନେଇ ଅଲଗା ହୋଇଗଲେ ।

ଏମିତି ଆରମ୍ଭ ହୋଇଥିଲା ପ୍ରେମ

ବୋନି କପୁର ଶ୍ରୀଦେବୀଙ୍କୁ 'ମିଷ୍ଟର ଇଣ୍ଡିଆ'ରେ ନେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପାଇଁ ଅଭିନେତ୍ରୀଙ୍କ ପାଖରେ ପହଞ୍ଚିବା ପାଇଁ କୌଣସି ଉପାୟ ନଥିଲା । ଏଭଳି ପରିସ୍ଥିତିରେ ସେ ଶ୍ରୀଦେବୀଙ୍କ ମାଆଙ୍କ ସହ ଯୋଗାଯୋଗ କରିଥିଲେ । ଶ୍ରୀଦେବୀଙ୍କ ମାଆ ଅଧିକ ଟଙ୍କା ମାଗିଥିଲେ, ଆଉ ବୋନି ରାଜି ହୋଇଥିଲେ। ଫିଲ୍ମର ସୁଟିଂ ସମୟରେ ବୋନି ଶ୍ରୀଦେବୀଙ୍କୁ ତାଙ୍କ ହୃଦୟ କଥା କହିଥିଲେ ଏବଂ ଧୀରେ ଧୀରେ ଉଭୟଙ୍କ ନିକଟତରତା ବଢିବାକୁ ଲାଗିଲା । ମୋନା ଉଭୟଙ୍କ ବଢୁଥିବା ନିକଟତରତା ଉପରେ ସନ୍ଦେହ କରିନଥିଲେ କାରଣ ଶ୍ରୀଦେବୀ ବୋନିଙ୍କୁ ତାଙ୍କ ଭାଇ ବୋଲି କହୁଥିଲେ । କିନ୍ତୁ ଯେତେବେଳେ ବୋନି ମୋନାଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ କହିଥିଲେ, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ମୋନାଙ୍କ ଛାଡପତ୍ର ପରେ ବୋନି 1996ରେ ମନ୍ଦିରରେ ଶ୍ରୀଦେବୀଙ୍କୁ ବିବାହ କରିଥିଲେ । ସେହି ସମୟରେ ଲୋକମାନେ ଶ୍ରୀଦେବୀଙ୍କୁ 'ଘର ତୋଡନେ ବାଲି' ଟ୍ୟାଗ୍ ମଧ୍ୟ ଦେଇଥିଲେ । ବୋନି ଏବଂ ମୋନା କପୁରଙ୍କର ଦୁଇଟି ସନ୍ତାନ ଅର୍ଜୁନ କପୁର ଏବଂ ଅନସୁଲା କପୁର ଅଛନ୍ତି । ଏଥିସହିତ ଶ୍ରୀଦେବୀଙ୍କର ଦୁଇ ଝିଅ ଜାହ୍ନବୀ କପୁର ଏବଂ ଖୁସି କପୁର ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.