ETV Bharat / entertainment

ସଲମାନଙ୍କ ବିରୋଧରେ ଦାଖଲ ମାମଲାକୁ ଖାରଜ କଲେ ବମ୍ବେ ହାଇକୋର୍ଟ - ସଲମାନ ଖାନ

2019ରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ଜଣେ ସାମ୍ବାଦିକଙ୍କ ସହ ଆକ୍ରମଣ ତଥା ଅସଦାଚରଣ ଅଭିଯୋଗରେ ରୁଜୁ ହୋଇଥିଲା ମାମଲା । ଅଧିକ ପଢନ୍ତୁ

2019ରେ ସଲମାନ ଖାନଙ୍କ ବିରୋଧରେ ଦାଖଲ ମାମଲାକୁ ବମ୍ବେ ହାଇକୋର୍ଟଙ୍କ ଖାରଜ ନିର୍ଦ୍ଦେଶ

author img

By

Published : Mar 30, 2023, 6:49 PM IST

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ଆଶ୍ବସ୍ତି । 2019ରେ ସଲମାନ ଖାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଖାରଜ । ଅଭିଯୋଗକୁ ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସ୍ ଭାରତୀ ଡାଙ୍ଗ୍ରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ସଲମାନ ଖାନ୍‌ଙ୍କୁ ଅନ୍ଧେରି କୋର୍ଟରେ ହାଜର ହେବାକୁ ପଡ଼ିବ ନାହିଁ।

  • Bombay High Court ordered to quash the FIR registered against actor Salman Khan, in the case of assault and misbehaviour with a journalist in 2019. Salman Khan will not have to appear in Andheri court.

    (File pic) pic.twitter.com/0yWKpVuYS3

    — ANI (@ANI) March 30, 2023 " class="align-text-top noRightClick twitterSection" data=" ">

ଜଣେ ସାମ୍ବାଦିକ ତାଙ୍କ ଉପରେ ଆକ୍ରମଣ ତଥା ଅସଦାଚରଣ ହୋଇଥିବା ନେଇ ସଲମାନ ଖାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସଲମାନଙ୍କ ବିରୋଧରେ ଏକ ମାମଲା ଦାଖଲ କରିଥିଲେ । ତେବେ ଆଜି ଏହି ମାମଲାର ଶୁଣାଣି କରି ଅଭିଯୋଗକୁ ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ । ଏହା ମଧ୍ୟ କହିଛନ୍ତି ଯେ ସଲମାନ ଖାନଙ୍କୁ ଆଉ ଅନ୍ଧେରି କୋର୍ଟରେ ମଧ୍ୟ ହାଜର ହେବାକୁ ପଡ଼ିବ ନାହିଁ ।

2019ରେ ସଲମାନ ଖାନ ଏବଂ ତାଙ୍କ ଅଙ୍ଗରକ୍ଷୀ ନୱାଜ ଶେଖ ସାମ୍ବାଦିକଙ୍କ ଫୋନ୍‌ ଛଡ଼ାଇ ନେଇଥିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ସାମ୍ବାଦିକ ସଲମାନଙ୍କ ବିରୋଧରେ ଆକ୍ରମଣ ତଥା ଅସଦାଚରଣ ଭଳି ଅଭିଯୋଗ କରିଥିଲେ । ମାମଲା ନେଇ ଅନ୍ଧେରୀର ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା । ଏହାରି ମଧ୍ୟରେ ଆଜି ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣୀ କରିଛନ୍ତି ।

ବରିଷ୍ଠ ସାମ୍ବାଦିକଙ୍କ ଓକିଲ ନୀରଜ ଗୁପ୍ତା କହିଛନ୍ତି ଯେ ତାଙ୍କ ମହକିଲଙ୍କୁ ସଲମାନ ଖାନ ଆକ୍ରମଣ କରିଥିଲେ ଏବଂ ପରେ ଅଭିନେତା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ଜଣେ ବରିଷ୍ଠ ସାମ୍ବାଦିକ ଥିବା ମୋର କ୍ଲାଇଣ୍ଟଙ୍କୁ ଏପ୍ରିଲ 24, 2019ରେ ସଲମାନ ଆକ୍ରମଣ କରିଥିଲେ । ଅଭିନେତା ମୋ ମହକିଲଙ୍କୁ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ସେଥିରେ ଥିବା ତଥ୍ୟକୁ ଉଡ଼ାଇ ଦେଇଥିଲେ । ଯେତେବେଳେ ମୋର କ୍ଲାଇଣ୍ଟ ନିଜକୁ ରକ୍ଷା କରିବାକୁ ଚେଷ୍ଟା କଲେ, ସଲମାନ ତାଙ୍କୁ ଖରାପ ବ୍ୟବହାର କରିବାକୁ ଲାଗିଲେ । ମୋର କ୍ଲାଇଣ୍ଟ ଅଭିଯୋଗ ଦାଖଲ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସ ଅଧିକାରୀମାନେ ଏହି ପ୍ରସଙ୍ଗରେ ଧ୍ୟାନ ଦେଇନଥିଲେ ।

ସୂଚନା ଥାଉ କି, ଆଇପିସି ଧାରା 323(ଆଘାତ ଦେଇଥିବା) 392(ଡକାୟତି), 426, 506(ଅପରାଧିକ ଧମକ) ଭାଗ 2 ଅନୁଯାୟୀ ଆଇପିସି ଧାରା 34 ସହ ମହାନଗର ନିଗମ କୋର୍ଟରେ ଅଭିଯୋଗ କରିଥିଲେ ସାମ୍ବାଦିକ । ଏହାରି ମଧ୍ୟରେ ଆଜି ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣୀ କରି ଅଭିଯୋଗକୁ ଖାରଜ କରିଦେଇଛନ୍ତି । ଫଳରେ ସଲମାନଙ୍କୁ ଆଶ୍ବସ୍ତି ମିଳିଛି ।

ଚଳିତବର୍ଷ ଇଦରେ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ' ରିଲିଜ କରିବାକୁ ଯାଉଛି । ଏହାସହ ସଲମାନ ଖାନ ଦିପାବଳୀରେ କ୍ୟାଟ୍ରିନା କୈଫ ଏବଂ ସଲମାନ ଖାନଙ୍କ ସୁପରହିଟ୍ ଯୋଡି ପୁଣି ଥରେ ଟାଇଗର-3ରେ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.