ETV Bharat / entertainment

Akshay Kumar: ଧମାକା ହେବ ଡବଲ, ପୁଷ୍ପା-୨ରେ ଖିଲାଡି କରିବେ ଏଣ୍ଟ୍ରି !

author img

By

Published : Apr 6, 2023, 12:50 PM IST

Updated : Apr 6, 2023, 12:57 PM IST

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର । ଫିଲ୍ମରେ ଅକ୍ଷୟଙ୍କ କ୍ୟାମୋ କରୁଥିବା ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

Akshay Kumar In Pushpa 2
Akshay Kumar In Pushpa 2

ହାଇଦ୍ରାବାଦ: ଟଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନ (ଏପ୍ରିଲ୍ 5)ରେ ଫିଲ୍ମ 'ପୁଷ୍ପା: ଦି ରୁଲ'ରୁ ନିର୍ମାତା ରଶ୍ମିକାଙ୍କ ପ୍ରଥମ ଲୁକ୍ ସହ ଫିଲ୍ମର ଟିଜର ରିଲିଜ କରିଥିଲେ । ସୋସିଆଲ ମିଡିଆରେ ଫିଲ୍ମର ଟିଜର ଏବଂ ରଶ୍ମିକାଙ୍କ ପ୍ରଥମ ଲୁକ୍ ରିଲିଜ କରାଯାଇଥିଲା । ଏହି ରିଲିଜ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ବହୁ ଉତ୍ସାହ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି । ଏହି ଫିଲ୍ମରେ ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ । ଯିଏ ଅଲ୍ଲୁ ଅର୍ଜୁନଙ୍କ ସହ ଧମାକା କରିବେ ବୋଲି କୁହାଯାଉଛି ।

ଫିଲ୍ମ 'ପୁଷ୍ପା-ଦ ରୁଲ' (ପୁଷ୍ପା-୨)ର ଅଭିନେତ୍ରୀଙ୍କ ପ୍ରଥମ ଲୁକ୍ ଏବଂ ଏହାର ଟିଜର ରିଲିଜ୍ ହୋଇଥିଲା। ଯେଉଁଥିରେ ଅଲୁ ଅର୍ଜୁନଙ୍କର ଏକ ଛୋଟ ଲୁକ ଦେଖାଯାଇଥିଲା। ଏହାରି ମଧ୍ୟରେ ବର୍ତ୍ତମାନ 'ପୁଷ୍ପା-୨'ରେ ବଲିଉଡର' ଖିଲାଡି 'ଅକ୍ଷୟ କୁମାରଙ୍କ ନାମ ଯୋଡି ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାରଙ୍କର ଏକ ଫିଲ୍ମ କ୍ୟାମୋ ରହିବ ଏବଂ ତାଙ୍କୁ ଆକ୍ସନ୍ ସିନରେ ଏକ ଜବରଦସ୍ତ ଏଣ୍ଟ୍ରି ଦେଖିବାକୁ ମିଳିବ । ବର୍ତ୍ତମାନ ଏହି ଖବର ଜାଣିବା ପରେ ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କିନ୍ତୁ ନିର୍ମାତାମାନେ ଏପର୍ଯ୍ୟନ୍ତ ଏନେଇ କୌଣସି ସୂଚନା ଦେଇନାହାଁନ୍ତି ।

ସେପଟେ ଫିଲ୍ମକୁ ନେଇ ପ୍ରଶଂସକ ଏତେ ଉପହାର ପାଇବା ପରେ ବର୍ତ୍ତମାନ ଏପ୍ରିଲ୍ 7କୁ ଅପେକ୍ଷା କରିଛନ୍ତି । କାରଣ ଏପ୍ରିଲ୍ 7 ରେ ଫିଲ୍ମ 'ପୁଷ୍ପା-୨' ସହ ଜଡିତ ଆଉ ଏକ ବଡ ଅପଡେଟ୍ ଦର୍ଶକଙ୍କ ସହ ସେୟାର କରାଯିବ । ଗତକାଲି ଫିଲ୍ମର ଟିଜର ରିଲିଜ କରି ନିର୍ମାତା କ୍ୟାପସନରେ ଲେଖିଥିଲେ,' ପୁଷ୍ପା କେଉଁଠାରେ ? ସନ୍ଧାନ ଶୀଘ୍ର ଶେଷ ହେବ । ଏହାର ସମ୍ପୂର୍ଣ୍ଣ ଭିଡିଓ ଏପ୍ରିଲ 7ରେ ଅପରାହ୍ନ 4.05ରେ ପ୍ରଶଂସକଙ୍କ ସହ ସେୟାର କରାଯିବ । ଏପ୍ରିଲରେ 8 ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ପୁଷ୍ପା-୨ରୁ ତାଙ୍କର ପ୍ରଥମ ଲୁକ ରିଲିଜ କରାଯିବ ବୋଲି କୁହାଯାଉଛି । ତେବେ ଏନେଇ ବର୍ତ୍ତମାନ ପ୍ରଶଂସକମାନେ 7 ଏବଂ 8 ଏପ୍ରିଲକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ସୂଚନା ଥାଉ କି, ପୁଷ୍ପା-୨ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଫିଲ୍ମର ନିର୍ଦ୍ଦେଶକ ଡି ସୁକୁମାର ଫିଲ୍ମର ଦ୍ବିତୀୟ ଭାଗ ପାଇଁ କଠିନ ପରିଶ୍ରମ କରୁଛନ୍ତି ଏବଂ ପୁଷ୍ପରାଜଙ୍କ ଲୁକରେ ଅନେକ କାମ କରାଯାଉଛି । ତେବେ ଏହି ଫିଲ୍ମ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା 2024 ମସିହାରେ ରିଲିଜ କରିବାକୁ ଯାଉଛି ।

Last Updated : Apr 6, 2023, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.