ETV Bharat / entertainment

Kangana Ranaut Back on Twitter: ଟ୍ୱିଟରକୁ ଫେରିଲେ କଣ୍ଟ୍ରୋଭର୍ସି କ୍ୱିନ୍ କଙ୍ଗନା

author img

By

Published : Jan 24, 2023, 7:54 PM IST

ଟ୍ବିଟରକୁ ଫେରିଲେ ବଲିଉଡ କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା ରଣାୱତ । ଦୀର୍ଘ ୮ମାସ ପରେ ତାଙ୍କ ଟ୍ବିଟର ଆକାଉଣ୍ଟକୁ ଆକ୍ଟିଭେଟ କରାଯାଇଛି । ଏ ନେଇ କଙ୍ଗନା ଟ୍ବିଟ କରି ସୂଚନା ଦେବା ସହ ଖୁସିବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

Kangana Ranaut Back on Twitter
Kangana Ranaut Back on Twitter

ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ଫେରିଲେ ବଲିଉଡର କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା ରଣାୱତ । ମଙ୍ଗଳବାର ଆକ୍ଟର ତଥା ଡିରେକ୍ଟର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଟ୍ବିଟରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦୀୟ ବୟାନ ଦେଉଥିବାରୁ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିଥିଲା ଟ୍ବିଟର । ଏଲନ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରେ କଙ୍ଗନା ଟ୍ବିଟରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହାପରେ ତାଙ୍କ ଆକାଉଣ୍ଟ ପୁଣି ଆକ୍ଟିଭେଟ ହୋଇଛି ।

  • Hello everyone, it’s nice to be back here 🙂

    — Kangana Ranaut (@KanganaTeam) January 24, 2023 " class="align-text-top noRightClick twitterSection" data=" ">

ଏନେଇ କଙ୍ଗନା ଟ୍ବିଟ କରି କହିଛନ୍ତି, "ହେଲୋ । ଟ୍ବିଟରକୁ ଫେରିବା ମୁଁ ଆନନ୍ଦିତ ।" ଏହାପରେ ସେ ନିଜ ଆଗାମୀ ଫିଲ୍ମ ଏମରଜେନ୍ସି (Emergency)ର BTS (ବିହାଇଣ୍ଡ ଦ ସିନ୍‌) ଭିଡିଓ ସେୟାର କରିଛନ୍ତି । ଫିଲ୍ମର ସୁଟିଂ ଶେଷ ହୋଇଥିବା ନେଇ ସେ ଟ୍ବିଟ କରି କହିଛନ୍ତି । ଏହି ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ୨୦ ତାରିଖରେ ରିଲିଜ ହେବାକୁ ଯାଉଛି । ଏହାର ଫିଲ୍ମିଂ ମଧ୍ୟ ଶେଷ ହୋଇଥିବା ନେଇ କଙ୍ଗନା ସୂଚନା ଦେଇଛନ୍ତି । କଙ୍ଗନା ଟ୍ବିଟରକୁ ଫେରିବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସିର ବାତାବରଣ ଖେଳିଯାଇଛି । କମେଣ୍ଟ ସେକ୍ସନରେ ଫ୍ୟାନ୍ସମାନେ ତାଙ୍କୁ ସ୍ବାଗତ ଜଣାଇଛନ୍ତି ।

ଏହା ବି ପଢନ୍ତୁ- କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ

ହେଲେ କଙ୍ଗନାଙ୍କ ଆକାଉଣ୍ଟରେ ଅଫିସିଆଲ ଟିକ୍‌ ମାର୍କ ନାହିଁ । ଏହା ଖୁବଶୀଘ୍ର ଟ୍ବିଟର ପକ୍ଷରୁ ଦିଆଯିବ ବୋଲି ଫ୍ୟାନ୍ସମାନେ ଆଶା କରିଛନ୍ତି । ଗତ ବର୍ଷ ମେ ମାସରେ ଟ୍ବିଟର କଙ୍ଗନାଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଥିଲା । ସେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଏକାଧିକ ବିବାଦୀୟ ଟ୍ବିଟ କରିଥିଲେ । ଏହାପରେ ତାଙ୍କ ଆକାଉଣ୍ଟକୁ ବ୍ୟାନ କରାଯାଇଥିଲା । କଙ୍ଗନାଙ୍କ ଆକାଉଣ୍ଟକୁ ବ୍ୟାନ କରାଯିବା ପରେ ଏନେଇ ଟ୍ବିଟରର ମୁଖପାତ୍ର କହିଥିଲେ ଯେ କଙ୍ଗନା ନିଜ ଟ୍ବିଟ ମାଧ୍ୟମରେ ସମାଜରେ ହିଂସା ଓ କ୍ରୋଧଭାବ ପ୍ରକାଶ କରୁଛନ୍ତି । ଫଳରେ ତାଙ୍କ ଆକାଉଣ୍ଟକୁ ବ୍ୟାନ କରାଯାଇଥିବା ସେ କହିଥିଲେ ।

ଗତ ବର୍ଷ ଅକ୍ଟୋବର ମାସରେ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ବିଶିଷ୍ଟ ଶିଳ୍ପପତି ଏଲନ ମସ୍କଙ୍କୁ ହାତକୁ ଗଲା ପରେ ଅଭିନେତ୍ରୀ ଟ୍ବିଟରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏ ନେଇ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଅନୁରୋଧ କରିଥିଲେ । ମଙ୍ଗଳବାର କଙ୍ଗନାଙ୍କ ଆକାଉଣ୍ଟକୁ ପୁଣି ଆକ୍ଟିଭେଟ କରାଯାଇଛି । ଏନେଇ କଙ୍ଗନାଙ୍କ ସମେତ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.