ETV Bharat / entertainment

Hema Malini 75th B'Day: ୭୫ ବର୍ଷରେ ସୋଲେ ସୁନ୍ଦରୀ ହେମା ମାଳିନୀ, ଛୁଟିଲା ଶୁଭେଚ୍ଛା - ଡ୍ରିମଗାର୍ଲ ହେମା ମାଳିନୀ

୭୫ ବର୍ଷରେ ପାଦ ଦେଲେ ଡ୍ରିମଗାର୍ଲ ହେମା ମାଳିନୀ । ନିଖୁଣ ଅଭିନୟ ପାଇଁ କେବଳ ହିନ୍ଦୀ ସିନେମାରେ ନୁହେଁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । ଅଧିକ ପଢ଼ନ୍ତୁ

Hema Malini 75th B'Day
Hema Malini 75th B'Day
author img

By ETV Bharat Odisha Team

Published : Oct 16, 2023, 11:53 AM IST

ମୁମ୍ବାଇ: ବଲିଉଡ୍‌ର ଏଭର ଗ୍ରୀନ୍‌ ହିରୋଇନ ହେମା ମାଳିନୀଙ୍କର ଆଜି ଜନ୍ମଦିନ । ୭୫ ବର୍ଷରେ ପାଦ ଦେଲେ ଡ୍ରିମ୍‌ଗାର୍ଲ । ୧୯୪୮ ମସିହା ଅକ୍ଟୋବର ୧୬ରେ ହେମା ମାଳିନୀ ତାମିଲନାଡ଼ୁର ଆମ୍ମାନକୁଡ଼ିରେ ଜନ୍ମଗ୍ରହଣ କରିଥିଲେ । ହେମା ମାଳିନୀ ନିଜର ନିଖୁଣ ଅଭିନୟ ପାଇଁ ବଲିଉଡରେ ବେଶ ସୁପରିଚିତ । ସେ କେବଳ ହିନ୍ଦୀ ସିନେମାରେ ନୁହେଁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି ।

1968 ରାଜ୍‌ କପୁରଙ୍କ ଚଳଚ୍ଚିତ୍ର 'ସପ୍ନୋ କା ସୌଦାଗର' ଜରିଆରେ ହେମା ମାଳିନୀ ପ୍ରଥମେ ବଲିଉଡରେ ଡେବ୍ୟୁ କରିଥିଲେ । ଆଉ ଏହାପରେ ଗୋଟିଏ ପରେ ଗୋଟିଏ ସୁନ୍ଦର ସିନେମା ଫ୍ୟାନ୍ସଙ୍କୁ ଭେଟି ଦେଇଥିଲେ । ସୋଲେ, ତ୍ରିଶୂଲ, ମେରା, କ୍ରାନ୍ତି, ସତ୍ତେ ପେ ସତ୍ତା, ନସିବ, ରଜିଆ ସୁଲତାନ, ବାଗବାନ୍, ଭୀର ଜାରା ଏବଂ ଆରକ୍ଷଣ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଆଜି ବି ଫ୍ୟାନ୍ସଙ୍କ ଡ୍ରିମଗାର୍ଲ ସାଜିଛନ୍ତି ହେମା ।

ହେମା ମାଳିନୀ ନିଜର ସୁନ୍ଦରତା ଏବଂ ଅଭିନୟର ଯାଦୁରେ ଦର୍ଶକଙ୍କ ପ୍ରିୟ ହୋଇ ପାରିଥିଲେ । ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ପ୍ରଥମ ସିନେମା ଥିଲା ‘ ତୁମ୍ ହସିନ୍ ମେ ଜବାଁ ’। ଏହି ସିନେମା ସେ ସମୟରେ ବେଶ୍ ସୁପରହିଟ୍ ହୋଇଥିଲା । ସିନେମାରେ ଉଚ୍ଚକୋଟୀର ଅଭିନୟ ପାଇଁ ସେ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି ହେମା ମାଳିନୀ । ‘ସୀତା ଔର୍ ଗୀତା’(୧୯୭୨) ପାଇଁ ହେମା ଲାଭ କରିଥିଲେ ପ୍ରଥମ “ଫିଲ୍ମ ଫେୟାର ଆୱାର୍ଡ଼’ । ୨୦୦୦ ମସିହାରେ ହେମା ଅଭିନୟ ଜଗତରେ ତାଙ୍କର ଅବଦାନ ପାଇଁ ଲାଇଫ୍‌ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଏହା ବ୍ୟତୀତ ୨୦୦୦ରେ ତାଙ୍କୁ ଭାରତ ସରକାର ‘ପଦ୍ମଭୂଷଣ’ରେ ବି ସମ୍ମାନିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Digangana Suryavanshi B’day: ବିଗ୍ ବସର ସର୍ବକନିଷ୍ଠ ପ୍ରତିଯୋଗୀ ଥିଲେ, 7 ବର୍ଷ ବୟସରେ ଆରମ୍ଭ କରିଥିଲେ କ୍ୟାରିଅର୍

ବଲିଉଡ୍‌ ଡ୍ରିମଗାର୍ଲ ହେମା ମାଳିନୀଙ୍କ ଫ୍ୟାନ୍ସ ଫଲୋଇଁ ଏଯାଏଁ କମିନାହିଁ । ହେମା ମାଳିନୀ ଅଭିନୟ ପ୍ରତିଭା ସହ ତାଙ୍କର ଡ୍ରେସିଂ ସେନ୍ସ୍ ପାଇଁ ମଧ୍ୟ ବେଶ ପରିଚିତ । ତେବେ ଏହିପରି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ୭୫ ବର୍ଷରେ ପାଦ ଥାପିଛନ୍ତି ହେମା ମାଲିନୀ । ଜନ୍ମଦିନରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.