ETV Bharat / entertainment

Selfiee Box Office Collection: ବକ୍ସ ଅଫିସରେ ଚାଲୁନି ସେଲ୍ଫି ଯାଦୁ, ଦ୍ବିତୀୟ ଦିନରେ କମାଇଲା ଏତିକି

ଦ୍ବିତୀୟ ଦିନରେ ବକ୍ସ ଅଫିସରେ ଭଲ ରୋଜଗାର କରିଛି ସେଲ୍ଫି । ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ଭଲ ବ୍ୟବସାୟ କରିଛି । ଜାଣନ୍ତୁ ଫିଲ୍ମ କେତେ ରୋଜଗାର କରିଛି । ଅଧିକ ପଢନ୍ତୁ,

author img

By

Published : Feb 26, 2023, 4:12 PM IST

ବକ୍ସ ଅଫିସରେ ଦ୍ବିତୀୟ ଦିନରେ ସେଲ୍ଫି ର ବ୍ୟବସାୟ

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସେଲ୍ଫି । ଫିଲ୍ମକୁ ନେଇ ବହୁ କଳ୍ପନା ଲାଗି ରହିଥିବା ବେଳେ ଶନିବାର ଅର୍ଥାତ୍ ରିଲିଜର 2ୟ ଦିନରେ ଏହା ଭଲ ପ୍ରଦର୍ଶନ କରିଛି । ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ଭଲ ରୋଜଗାର କରିଥିବା ଜଣାପଡିଛି । ଫିଲ୍ମର ରୋଜଗାର ଦ୍ବିତୀୟ ଦିନରେ ପାଖାପାଖି 30ଗୁଣା ବୃଦ୍ଧି ହୋଇଛି ।

ରାଜ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଫିଲ୍ମ ସେଲ୍ଫି 2ୟ ଦିନରେ ନେଟ ବକ୍ସ ଅଫିସ କଲେକ୍ସନ 3.50କୋଟି କରିଛି । ଫିଲ୍ମର 2ୟ ଦିନରେ ମୋଟ 69ଲକ୍ଷ ଲୋକ ଆଗୁଆ ବୁକିଂ କରିଛନ୍ତି । ଯେଉଁଥିରେ 33, 858 ଟିକଟ ବିକ୍ରି ହୋଇଛି । ଦୁଇ ଦିନରେ ଫିଲ୍ମର ରୋଜଗାର 6.05 କୋଟି ଟଙ୍କା ହୋଇଛି । କିନ୍ତୁ ଏବେବି ଫିଲ୍ମ ତା ଲକ୍ଷ୍ୟରୁ ଦୂରରେ ରହିଛି । 2ୟ ଦିନରେ ଫିଲ୍ମ ସେଲ୍ଫିର ରୋଜଗାର ପାଖାପାଖି 30ଗୁଣା ବୃଦ୍ଧି ହୋଇଛି । ଟ୍ରେଣ୍ଡ ଆନାଲିଷ୍ଟଙ୍କ ଅନୁସାରେ, ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ 2.55କୋଟି ଟଙ୍କା ରୋଜଗାର କରିପାରିଥିଲା । ରିଲିଜର ପ୍ରଥମ ଦିନରେ ଫିଲ୍ମ ସନ୍ଧ୍ୟା 4.30 ଯାଏ 1.30କୋଟି ଟଙ୍କାର ବ୍ୟବସାୟ କରିଛି।

ସୂଚନା ଥାଉକି, ଅକ୍ଷୟ କୁମାରଙ୍କ ପ୍ରାୟ 16ଟି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା । 2022 ପର ଠାରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ତାଙ୍କର ସମସ୍ତ ଚଳଚ୍ଚିତ୍ର ବିପୁଳ ସଂଖ୍ୟା ରେକର୍ଡ କରିବାରେ ବିଫଳ ହୋଇଛି | ତେବେ ବର୍ତ୍ତମାନ ରିଲିଜ ହୋଇଥିବା ଫିଲ୍ମ ସେଲ୍ଫି ପ୍ରଥମ ଦିନରେ 3 କୋଟିରୁ କମ ରୋଜଗାର ସହ ଏକ ନିରାଶଜନକ ପ୍ରଦର୍ଶନ କରିଛି ।

ସୂଚନା ଥାଉକି, ପୂର୍ବ ସପ୍ତାହରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପିଲ୍ମ 'ଶେହଜାଦା' ସହ 'ସେଲ୍ଫି' ର ତୁଳନାରେ 'ଶେହଜାଦା' ଶନିବାର ଯାଏଁ ପାଖାପାଖି 1.20କୋଟି ଟଙ୍କାର ରୋଜଗାର କରିଛି । ଏପରିକି ଫିଲ୍ମର ମୋଟ 29କୋଟିର ବ୍ୟବସାୟ କରିସାରିଲାଣି । ସେପଟେ 'ଏଣ୍ଟ-ମ୍ୟାନ ଏଣ୍ଡ ଦା ୱାସ୍ପ: କ୍ବାଣ୍ଟମନୈନିଆ' ଯାହା 'ଶେହଜାଦା' ସହ ରିଲିଜ ହୋଇଥିଲା । ତାହା ବର୍ତ୍ତମାନ 40କୋଟି ରୋଜଗାର କରି ଆଗକୁ ବଢି ଚାଲିଛି।

ତେବେ ବର୍ତ୍ତମାନ ସମୟରେ ଷ୍ଟ୍ରିମିଂ ପ୍ଲାଟଫର୍ମ ବକ୍ସ ଅଫିସର ଗତିଶୀଳକୁ ବଦଳାଇ ଦେଇଛି । ଓଟିଟିରେ ପ୍ରସ୍ତୁତ ଫିଲ୍ମଗୁଡିକୁ ଯେପରି ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି ସେହିପରି ସିନେମା ହଲରେ ଫିଲ୍ମଗୁଡିକୁ ଭଲ ପ୍ରତିକ୍ରିୟା ମିଳିପାରୁନି। କାରଣ ଦର୍ଶକ ଘରେ ଆରାମରେ ଓଟିଟିରେ ପ୍ରସ୍ତୁତ ଫିଲ୍ମର ମଜା ନେଇପାରୁଛନ୍ତି । ଏଣୁ ଦର୍ଶକ କିଛି ମାସ ପରେ ଷ୍ଟ୍ରିମିଂରେ ଫିଲ୍ମ ଆସିବା ନେଇ ଅପେକ୍ଷା କରୁଛନ୍ତି । ଫଳରେ ସିନେମା ହଲରେ ପ୍ରଦର୍ଶିତ ଫିଲ୍ମକୁ ଏତେ ଭଲ ପ୍ରତିକ୍ରିୟା ମିଳିପାରିନଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.