ETV Bharat / entertainment

'ଆନିମଲ'ରୁ ହଟାଯାଇଛି ରଣବୀର-ବବିଙ୍କ ଚୁମ୍ବନ ଦୃଶ୍ୟ, ଓଟିଟିରେ ବିନା କଟରେ ହେବ ରିଲିଜ

author img

By ETV Bharat Odisha Team

Published : Dec 13, 2023, 5:14 PM IST

Bobby Deol Ranbir Kapoor Kissing Seen: 'ଆନିମଲ' ଚଳଚ୍ଚିତ୍ର ବବି ଦେଓଲଙ୍କ ଚରିତ୍ରକୁ ପ୍ରଶଂସା କରାଯାଉଛି । ଏଥିସହ ଚଳଚ୍ଚିତ୍ରରେ ରଣବୀର ଏବଂ ତାଙ୍କ ମଧ୍ୟରେ ଆକ୍ସନ୍ ସିନକୁ ଲୋକେ ବେଶ ପସନ୍ଦ କରୁଛନ୍ତି । ତେବେ ଏହି ସିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଏକ କିସ୍ ସିନ ମଧ୍ୟ ରହିଥିଲା । ଯାହାକୁ ଫିଲ୍ମରୁ ହଟାଇ ଦିଆଯାଇଛି । ବର୍ତ୍ତମାନ ଓଟିଟିରେ ବିନା କୌଣସି ସିନ ହଟାଇ ଫିଲ୍ମ ରିଲିଜ କରାଯିବ । ଅଧିକ ପଢନ୍ତୁ,

'ଆନିମଲ' ରୁ ହଟାଯାଇଛି ରଣବୀର-ବବିଙ୍କ କିସିଂ ସିନ, ଓଟିଟିରେ ବିନା କଟ୍ ରେ ରିଲିଜ ହେବ ଫିଲ୍ମ

ହାଇଦ୍ରାବାଦ: ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ 'ଆନିମଲ' ବର୍ତ୍ତମାନ ଶିରୋନାମାରେ ରହିଛି । ଫିଲ୍ମର ସମସ୍ତ ଚରିତ୍ରଙ୍କ ଅଭିନୟ, ଗୀତ, ଆକ୍ସନ ଏବଂ ରୋମାନ୍ସକୁ ବେଶ ପସନ୍ଦ କରାଯାଉଛି । ଲୋକେ ଫିଲ୍ମକୁ ନେଇ ବେଶ ଦିୱାନା ହୋଇଛନ୍ତି । 'ଏ' ସାର୍ଟିଫିକେଟ ପ୍ରଦାନ କରି ଫିଲ୍ମରୁ କିଛି ସିନ ହଟାଇଥିଲେ ସେନ୍ସର ବୋର୍ଡ । ବର୍ତ୍ତମାନ ନିର୍ମାତା ଓଟିଟି ପ୍ଲାଟଫର୍ମରେ ବିନା କୌଣସି ସିନ ହଟାଇ ଫିଲ୍ମ ରିଲିଜ କରାଯିବ । ଏନେଇ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଅଭିନେତା ବବି ଦେଓଲ ।

  • " class="align-text-top noRightClick twitterSection" data="">

ଆନିମଲରେ ବବି ଦେଓଲଙ୍କ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ତାଙ୍କ ଲୁକ ଏବଂ ଚରିତ୍ର ଓ ଆକ୍ସନ ସିନ ଲୋକେ ବେଶ ପସନ୍ଦ କରୁଛନ୍ତି । ନିକଟରେ ଅଭିନେତା ଫିଲ୍ମରେ ନିଜ ଛୋଟ ଭୂମିକା ପ୍ଲେ ନେଇ ଖୁଲାସା କରିଛନ୍ତି । କେବଳ ଏତିକି ନୁହେଁ ଫିଲ୍ମରେ ବବି ଏବଂ ରଣବୀରଙ୍କ କିସ ସିନ ମଧ୍ୟ ରହିଥିବା ମଧ୍ୟ ସେ କହିଛନ୍ତି । ବବି କହିଛନ୍ତି ଯେ ଏହି ସିନର ସୁଟିଂ କରିବାର କାରଣ ହେଉଛି ସନ୍ଦୀପ ରେଡ୍ଡୀ କହିଥିଲେ ଯେ ଅବରାର ଏବଂ ରଣବୀର ଭାଇ ଭାଇ, ଯେଉଁମାନେ ପରସ୍ପରକୁ ମାରିବାକୁ ଚାହୁଁଛନ୍ତି । କିନ୍ତୁ ଘୃଣା ମଧ୍ୟରେ ବି ଉଭୟଙ୍କ ପରସ୍ପର ପ୍ରତି ଭଲପାଇବା ରହିଛି । ଦୁହିଁଙ୍କ ମଧ୍ୟରେ ଏକ ଛୋଟ କିସ୍ ସିନ୍ ସୁଟିଂ କରାଯାଇଥିଲା, କିନ୍ତୁ ଅନ୍ତିମ ରିଲିଜ୍ ପୂର୍ବରୁ ଏହାକୁ ହଟାଇ ଦିଆଯାଇଥିଲା ।

ବବି ଦେଓଲ କହିଛନ୍ତି ଯେ ଏହି ସିନକୁ ଥିଏଟରିକାଲ ସଂସ୍କରଣରୁ ହଟାଇ ଦିଆଯାଇଛି। କିନ୍ତୁ ଏହି ସିନକୁ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଦେଖାଯିବ । ଏହି ଚଳଚ୍ଚିତ୍ରଟି ଓଟିଟିରେ ବିନା କୌଣସି ସିନ ହଟାଇ ରିଲିଜ୍ ହେବାର ସମ୍ଭାବନା ରହିଛି । ଯାହା ଥିଏଟରିକାଲ ରିଲିଜର ସମୟ ଠାରୁ ଅଧିକ ସମୟର ହୋଇପାରେ । ସୂଚନା ଥାଉ କି, ଫିଲ୍ମର ଶେଷରେ ରଣବୀର ଏବଂ ବବିଙ୍କ ମଧ୍ୟ ଫାଇଟ୍ ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ଆକ୍ସନ ସିନ ସମୟରେ ବବି ରଣବୀରଙ୍କୁ ମାରି ତାଙ୍କ ଉପରେ ପଡ଼ିଯାଇଛନ୍ତି । ଦ୍ୱିତୀୟ ସିନରେ ରଣବୀର ବବିଙ୍କୁ ତାଙ୍କ ଗଳା କାଟି ହତ୍ୟା କରିଛନ୍ତି । ଏହି ଦୁଇଟି ସିନ ମଧ୍ୟରେ ଏକ ସିନ ରହିଥିଲା, ଯେଉଁଥିରେ ବବି ଏବଂ ରଣବୀରଙ୍କ ମଧ୍ୟରେ କିସ ସିନ ହେଉଛି । ଭାଇ ଭାଇ ପ୍ରତି ଭଲପାଇବାକୁ ଦର୍ଶାଇ ଏହି ସିନ ସୁଟ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପ୍ଲବିକ ଡିମାଣ୍ଡରେ ରିଲିଜ ହେଲା 'ଜମାଲ କୁଡୁ' ଗୀତର ଭିଡିଓ, ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ 'ଆନିମଲ'

ସେପଟେ ବବି ଦେଓଲ ଆନିମଲ ପାଇଁ ସେ ନିଜର ବଡି ଟାନ୍ସଫର୍ରମେସନ କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଆନିମଲ ପାଇଁ ତାଙ୍କ ଯାତ୍ରାର ଝଲକ ଦେଖାଇଛନ୍ତି । ଏହି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ପ୍ରତ୍ୟେକ ଫ୍ରେମ୍ ଏକ କାହାଣୀ କହିଥାଏ । ଆପଣଙ୍କ ପାଇଁ ଏକ ବିଶେଷ ଝଲକ । ଚଳଚ୍ଚିତ୍ର ଯାତ୍ରା BTS ।' ଭିଡିଓର ପ୍ରଥମରେ ବବି ଦେଓଲ ଏକ ଲମ୍ବା ଜ୍ୟାକେଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି । ପୃଷ୍ଠଭୂମିରେ ତାଙ୍କ ଗୀତ 'ଜମାଲ କୁଡୁ'ଙ୍କ ଗୀତ ମଧ୍ୟ ଶୁଣିବାକୁ ମିଳିଛି । ଏହା ପରେ, ବବି ଦେଓଲଙ୍କ ମେକଅପ ସମୟର ଝଲକ ଦେଖିବାକୁ ମିଳିଥିବା ବେଳେ ପରେ ରକ୍ତରେ ଭିଜିଥିବା ଆକ୍ସନ ସିନର ଏକ ଝଲକ ମଧ୍ୟ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.