ETV Bharat / entertainment

Bigg Boss OTT 2 Finale: କିଏ ଜିତିବ ବିଗବସ୍‌ ଟ୍ରଫି ? ଏଲଭିଶ ନା ଅଭିଷେକ

author img

By

Published : Aug 14, 2023, 7:56 AM IST

ଆଜି ବିଗ୍ ବସ୍ OTT 2ର ଗ୍ରାଣ୍ଡ ଫାଇନାଲ୍ । ଫ୍ୟାନ୍ସଙ୍କ ପରି ସୋ’ର ପୂର୍ବତନ ପ୍ରତିଯୋଗୀମାନେ ମଧ୍ୟ ସେହି ପ୍ରତିଯୋଗୀଙ୍କ ନାମ ଖୁଲାସା କରିଛନ୍ତି ଯାହାକୁ ସେମାନେ ବିଜେତା ଭାବରେ ଦେଖିବାକୁ ଚାହୁଁଛନ୍ତି । ଅଧିକ ପଢନ୍ତୁ

କିଏ ଜିତିବ ଟ୍ରଫି
କିଏ ଜିତିବ ଟ୍ରଫି

ମୁମ୍ବାଇ: ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍ OTT 2'ର ଗ୍ରାଣ୍ଡ ଫାଇନାଲ୍ ଆଜି (ଅଗଷ୍ଟ 14) ଅନୁଷ୍ଠିତ ହେବାକୁ ଯାଉଛି । କିଛି ଘଣ୍ଟା ମଧ୍ୟରେ ଏହି ସୋ’ର ବିଜେତାଙ୍କ ନାମ ସାମ୍ନାକୁ ଆସିଯିବ । ପ୍ରତିଯୋଗୀମାନଙ୍କ ମଧ୍ୟରୁ ପୂଜା ଭଟ୍ଟ, ବେବିକା ଧୁର୍ବେ, ଏଲଭିଶ ଯାଦବ, ମନୀଷା ରାନୀ କିମ୍ବା ଅଭିଷେକ ମାଲହାନ ଏହି ସୋ’ର ଟ୍ରଫି ଜିତିବେ । ଗୋଟିଏ ପଟେ, ଏହି ସମସ୍ତଙ୍କର ପ୍ରଶଂସକମାନେ ସେମାନଙ୍କର ପ୍ରିୟ ପ୍ରତିଯୋଗୀମାନଙ୍କ ପାଇଁ ଜୋରଦାର ଭୋଟ୍ ଦେଉଛନ୍ତି, ଅନ୍ୟପକ୍ଷରେ, ସୋ’ର ପୂର୍ବତନ ପ୍ରତିଯୋଗୀମାନେ ସେହି ପ୍ରତିଯୋଗୀଙ୍କ ନାମ ଖୁଲାସା କରିଛନ୍ତି ଯାହାକୁ ସେମାନେ ବିଜେତା ଭାବରେ ଦେଖିବାକୁ ଚାହୁଁଛନ୍ତି ।

ଉଲ୍ଲେଖନୀୟ ଯେ, ଅବିନାଶ ସଚ୍ଚଦେବ ଚାହୁଁଛନ୍ତି ପୂଜା ଭଟ୍ଟ ଏହି ସୋ’ର ବିଜେତା ହୁଅନ୍ତୁ । ବିଗ୍ ବସ୍ OTT 2 ଘରେ ଅବିନାଶ ସଚ୍ଚଦେବ ଏବଂ ପୂଜା ଭଟ୍ଟଙ୍କ ମଧ୍ୟରେ ଏକ ଭଲ ବଣ୍ଡିଂ ଦେଖିବାକୁ ମିଳିଥିଲା ​​। ଅନେକ କାର୍ଯ୍ୟରେ ଉଭୟ ପରସ୍ପରକୁ ସମର୍ଥନ କରିଥିଲେ । ଅବିନାଶ ଚାହୁଁଛନ୍ତି ଯେ, ବିଗ୍ ବସ୍ OTTର ସିଜିନ୍ 2ର ଟ୍ରଫି ପୂଜା ଭଟ୍ଟଙ୍କୁ ମିଳୁ ।

ଏହା ମଧ୍ୟ ପଢନ୍ତୁ: ୱେବ୍ ସିରିଜ୍ 'ରଣନୀତି: ବାଲାକୋଟ ଆଣ୍ଡ ବିୟଣ୍ଡ୍'ରେ ଲାରା ଦତ୍ତା, ସେୟାର କଲେ ଟିଜର

ଜିଆ ଶଙ୍କରଙ୍କ ପ୍ରିୟ ପ୍ରତିଯୋଗୀ

ଜିଆ ଶଙ୍କର ଚାହୁଁଛନ୍ତି ଯେ ଏଲଭିଶ ଯାଦବ ଏବଂ ଅଭିଷେକ ମାଲହାନଙ୍କ ମଧ୍ୟରୁ ଜଣେ ବିଜେତା ହୁଅନ୍ତୁ । ସୋ’ରେ ଏଲଭିଶ ଯାଦବ ଏବଂ ଜିଆଙ୍କ ମଧ୍ୟରେ ଅନେକ ଝଗଡା ହୋଇଥିଲେ ମଧ୍ୟ ସୋ’ର ଶେଷ ସପ୍ତାହରେ ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ଦେଖିବାକୁ ମିଳିଥିଲା । ଦୁହେଁ ପରସ୍ପର ସହିତ ବହୁତ ଭଲ ସମୟ ବିତାଇଥିଲେ । ଅଭିଷେକ ମାଲହାନଙ୍କ ବିଷୟରେ କଥାବାର୍ତ୍ତା ତ, ସୋ’ ଆରମ୍ଭରୁ ଉଭୟ ଜିଆ ଏବଂ ଅଭିଷେକ ବନ୍ଧୁ ଅଟନ୍ତି । ଉଭୟଙ୍କ କେମେଷ୍ଟ୍ରି ଦେଖି ପ୍ରଶଂସକମାନେ ସେମାନଙ୍କୁ ଏକ ଖାସ୍‌ ନାମ ମଧ୍ୟ ଦେଇଥିଲେ । ଅଭିଷେକ ଏବଂ ଜିଆଙ୍କ ଯୋଡିକୁ 'ଅଭିୟା' କୁହାଯାଏ ।

ଏହା ମଧ୍ୟ ପଢନ୍ତୁ: Bigg Boss OTT 2: ଏଲଭିଶ୍‌ ଜିତିବେ ବିଗ୍‌ ବସ୍‌ ! ଟ୍ରଫିରୁ ପରଦା ହଟାଇଲେ ସଲମାନ୍‌

ଅକାଂକ୍ଷା ପୁରୀଙ୍କ ନଜରରେ ଅଭିଷେକ ବିଜେତା

ବିଗ୍ ବସ୍ ଘରୁ ବହିଷ୍କୃତ ହୋଇଥିବା ଅକାଂକ୍ଷା ପୁରୀ ଅଭିଷେକ ମାଲହାନଙ୍କୁ ଏହି ସୋ’ର ବିଜେତା ଭାବରେ ଦେଖିବାକୁ ଚାହୁଁଛନ୍ତି । ସେ କହିଛନ୍ତି, ଅଭିଷେକ ମାଲହାନ ଏହି ସୋ’ରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ଆରମ୍ଭରୁ ଆମର ଭଲ ବଣ୍ଡିଂ ଥିଲା, କିନ୍ତୁ ଏହି ବଣ୍ଡିଂକୁ ଭାଙ୍ଗି ଦିଆଗଲା । ମୋ ବିଷୟରେ ଏପରି କିଛି କଥା କୁହାଗଲା, ଯାହା ପରେ ପ୍ରତିଯୋଗୀ ଏବଂ ମୋ ମଧ୍ୟରେ କିଛି ଦୂରତା ଆସିଗଲା । ମୁଁ ଚାହୁଁଛି, ଅଭିଷେକ ଏହି ସିଜନ ସୋ’ର ଟ୍ରଫି ଜିତିନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.