ETV Bharat / entertainment

Uorfi Javed: ବିଗ୍‌ବସ୍ ଘରେ ପହଞ୍ଚିଲେ ସୋସିଆଲ ମିଡିଆ ସେନ୍ସେନ ଉର୍ଫି ଜାଭେଦ - ଉର୍ଫି ଜାଭେଦ

ନିଜ ଫ୍ୟାଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ । ବିଗ୍ ବସ୍ ସେ ଶୋ' ଠାରୁ ତାଙ୍କୁ ପରିଚୟ ମିଲିଥିଲା । ବର୍ତ୍ତମାନ ସେ ବିଗ୍ ବସ୍ OTT 2 ଘରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

Uorfi Javed: ବିଗ୍ ବସ୍ ଘରେ ପହଞ୍ଚିଲେ ସୋସିଆଲ ମିଡିଆ ସେନ୍ସେନ ଉର୍ଫି ଜାଭେଦ

author img

By

Published : Aug 7, 2023, 7:58 PM IST

ହାଇଦ୍ରାବାଦ: ସୋସିଆଲ ମିଡିଆ ସେନ୍ସେନ ଉର୍ଫି ଜାଭେଦ୍ ବିଗ୍ ବସ୍ OTTରୁ ପରିଚୟ ହାସଲ କରିଥିଲେ । ବର୍ତ୍ତମାନ ଉର୍ଫି ବିଗ୍ ବସ୍ OTT 2 ଘରେ ଏକ ଏଣ୍ଟ୍ରି ମିଳିଛି । ବିଗ୍ ବସ୍ OTT 2 ଶେଷ ହେବାକୁ ଯାଉଛି । ଅନ୍ତିମ ସପ୍ତାହରେ, ଉର୍ଫି ଜାଭେଦ୍ ବିଗ୍ ବସ୍ OTT-2 ଘରେ ପହଞ୍ଚିଛନ୍ତି । ସେ ପହଞ୍ଚିବା ପରେ ଘରର ସମସ୍ତ ସଦସ୍ୟ ତାଙ୍କୁ ସ୍ବାଗତ କରିଥିଲେ ।

ଇନଷ୍ଟାଗ୍ରାମରେ ବିଗ୍‌ବସ୍ OTT-2 ନିର୍ମାତା ଜିଓ ସିନେମାର ଅଫିସିଆଲ୍ ହ୍ୟାଣ୍ଡେଲରେ ଆଗାମୀ ଏପିସୋଡ୍‌ର ଝଲକ ସେୟାର କରିଛନ୍ତି । ଭିଡିଓ ସେୟାର କରି ନିର୍ମାତାମାନେ ଲେଖିଛନ୍ତି, "ତାଙ୍କ ଶୈଳୀରେ ସତ୍ୟ, ତାଙ୍କର ଅନନ୍ୟ ପୋଷାକ ଏବଂ ଦୃଷ୍ଟିକୋଣକୁ ଦର୍ଶାଉଛି, ସେ ପୁଣି ଥରେ BBOTT-2 ଘରେ ଏଣ୍ଟ୍ରି କରୁଛନ୍ତି । ଉର୍ଫି ଏହି ସମୟରେ ସେ ସ୍କ୍ରୁରେ ତିଆରି ଟପ୍ ଏବଂ ସ୍କର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ସେ ଏହି ପୋଷାକର ନାମ ସ୍କ୍ରୁ ୟୁ ନାମରେ ନାମିତ କରିଛନ୍ତି । ତାଙ୍କର ଏହି ଲୁକ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେଉଛି ।

ନିର୍ମାତାମାନେ ଉର୍ଫିଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋଗୁଡ଼ିକରେ, ସେ ଘରର ପ୍ରତିଯୋଗୀମାନଙ୍କ ସହ ମିଶୁଥିବା ଦେଖିବାକୁ ମିଳିଛି । ଯେଉଁଠାରେ ପ୍ରଥମ ଫଟୋରେ ଉର୍ଫିଙ୍କ ଏଣ୍ଟ୍ରି ଏବଂ ଘରର ପ୍ରତିଯୋଗୀଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଦ୍ୱିତୀୟ ଫଟୋରେ ଅଭିଷେକ ମାଲହାନ ଉର୍ଫିଙ୍କୁ ହଗ୍ କରୁଥିବା ଦେଖିବାକୁ ମିଳିଛି । 3ୟ ଫଟୋରେ ଉର୍ଫି ଘର ଭିତରେ ପୂଜା ଭଟ୍ଟଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ପୂଜା ଭଟ୍ଟ ଉର୍ଫିଙ୍କୁ ଲିଜେଣ୍ଡ ବୋଲି କହିଥିଲେ । ପୂଜା ଭଟ୍ଟ ଉର୍ଫିଙ୍କୁ ଆଲିଙ୍ଗନ କରି କିସ୍ ଦେଇ କହିଥିଲେ ଯେ, ମୁଁ ତୁମକୁ ଭଲ ପାଏ । ଯେଉଁଥିରେ ଉର୍ଫି କହିଛନ୍ତି ଯେ ଆପଣ ବି ବହୁତ ଭଲ । ତେବେ ବିଗ୍ ବସ୍ OTT-2 ରେ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶ୍ରେଷ୍ଠ ପ୍ରତିଯୋଗୀ ହେଉଛନ୍ତି ଅଭିଷେକ ମାଲହାନ୍, ଏଲଭିଶ ଯାଦବ, ମନୀଷା ରାନୀ, ଜିଆ ଶଙ୍କର, ବେବିକା ଧୁରଭେ ଏବଂ ପୂଜା ଭଟ୍ଟ । ତେବେ କିଏ ହାତେଇବ ଟ୍ରଫି ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢନ୍ତୁ: ସୁନ୍ଦରତା ପାଇଁ କରିଥିଲେ ଲିପ ଫିଲର, ବିଗିଡିଗଲା ଓଠ

ସୂଚନା ଥାଉ କି, ଘର ଭିତରକୁ ଯିବା ପୂର୍ବରୁ ପାପାରାଜି ତାଙ୍କୁ ବିଗ୍‌ବସ୍ ସେଟ୍ ବାହାରେ ଦେଖିଥିଲେ । ତାଙ୍କର ନୂତନ ଅବତାର ସାମ୍ନାକୁ ଆସିବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉର୍ଫିଙ୍କୁ ବିଗ୍‌ବସ୍ OTTର ପ୍ରଥମ ସିଜନରେ ଦେଖିବାକୁ ମିଳିଥିଲା । ଏହି ଶୋ’ରେ ତାଙ୍କର ଯାତ୍ରା କେବଳ ଏକ ସପ୍ତାହ ପାଇଁ ଥିଲା । ତେବେ ଶୋ' ଛାଡିବା ପରେ ସେ ବହୁତ ଲୋକପ୍ରିୟ ହୋଇଥିଲେ । ତାଙ୍କ ଫ୍ୟାଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଉର୍ଫି ଜାଭେଦ୍ ସବୁବେଳେ ନିଜ ନୂଆ ଅତରଙ୍ଗୀ ଲୁକ୍‌ରେ ସମସ୍ତଙ୍କୁ ଚକିତ କରିଥାଆନ୍ତି । ଲୁକ୍‌ ପାଇଁ ବେଳେବେଳେ ଟ୍ରୋଲ୍‌ର ମଧ୍ୟ ଶିକାର ହୋଇଥାନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.