ETV Bharat / entertainment

'ବିଗ ବସ୍ କନ୍ନଡ' ପ୍ରତିଯୋଗୀ ଭର୍ଥୁର ସନ୍ତୋଷ ଗିରଫ, ବାଘ ଲକେଟ୍ ପିନ୍ଧିବା ପଡିଲା ମହଙ୍ଗା - ବିଗ ବସ୍ କନ୍ନଡ

'ବିଗ ବସ୍ କନ୍ନଡ ୧୦' ପ୍ରତିଯୋଗୀ ଭର୍ଥୁର ସନ୍ତୋଷ ଗିରଫ । ବାଘ ନଖର ଲକେଟ୍ ପିନ୍ଧିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଘଟଣାରେ ବନବିଭାଗ ସନ୍ତୋଷଙ୍କୁ ବିଗ୍ ବସ୍ ଘରୁ ଗିରଫ କରିଛି । ଅଧିକ ପଢନ୍ତୁ

'ବିଗ ବସ୍ କନ୍ନଡ' ପ୍ରତିଯୋଗୀ ଭର୍ଥୁର ସନ୍ତୋଷ ଗିରଫ, ବାଘ ଲୋକଟ୍ ପିନ୍ଧିବା ପଡିଲା ମହଙ୍ଗା

author img

By ETV Bharat Odisha Team

Published : Oct 23, 2023, 3:07 PM IST

ବେଙ୍ଗାଲୁରୁ: କନ୍ନଡର ଲୋକପ୍ରିୟ ରିୟାଲିଟି ଶୋ' 'ବିଗ୍ ବସ୍ ସିଜନ୍ 10' ପ୍ରତିଯୋଗୀ ଭର୍ଥୁର ସନ୍ତୋଷଙ୍କୁ ବିଗ୍ ବସ୍ ଘରୁ ଗିରଫ କରାଯାଇଛି । ସେ ବାଘ ନଖର ଲକେଟ ପିନ୍ଧିଥିବା ଅଭିଯୋଗରେ ବିଳମ୍ବିତ ରାତିରେ ବନ ବିଭାଗର ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି । ବର୍ତ୍ତମାନ ସେ ବନ ବିଭାଗ ଅଧିକାରୀଙ୍କ ଅଧୀନରେ ଅଛନ୍ତି ।

ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଘଂନ କରି ଭର୍ଥୁର ବେକରେ ବାଘ ନଖର ଲକେଟ୍‌ ପିନ୍ଧିଥିବା ନେଇ ସନ୍ତୋଷଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ରିପୋର୍ଟ ଅନୁସାରେ, ଏହି ଅଭିଯୋଗ ଆଧାରରେ ବନ ବିଭାଗ ଟିମ୍ ରବିବାର ସନ୍ଧ୍ୟାରେ ବିଗ ବସଙ୍କ ଘରେ ପହଞ୍ଚିଥିଲେ । ବନ ବିଭାଗ ଅଧିକାରୀ ଯାଞ୍ଚ ପାଇଁ ସନ୍ତୋଷଙ୍କୁ ଲକେଟ୍ ମାଗିଥିଲେ । ଯାଞ୍ଚ ପରେ ତାହା ଅସଲି ବାଘ ନଖର ଲକେଟ ହୋଇଥିବା ନେଇ ଜଣାପଡିଥିଲା ।

ସୂଚନା ଥାଉ କି, ବାଘ ନଖ ରଖିବା ଆଇନ ବିରୁଦ୍ଧ ଅଟେ । ଆଇନ ଅନୁଯାୟୀ, ବାଘ ନଖକୁ କେହି କିଣି ପାରିବେ ନାହିଁ କି ବିକି ପାରିବେ ନାହିଁ । ବାଘ ନଖରେ ନିର୍ମିତ ଏକ ଲକେଟ ବା ପେଣ୍ଡାଲ ରଖିବା ପାଇଁ ଭର୍ଥୁର ସନ୍ତୋଷଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି । ଫଳରେ ଭର୍ଥୁର ସନ୍ତୋଷଙ୍କୁ ବନ ଅଧିକାରୀମାନେ ବିଗ୍ ବସ୍ ଘରୁ ଗିରଫ କରିଥିଲେ ।

ସେପଟେ ଅକ୍ଟୋବର 8 ରେ ବିଗ୍ ବସ୍ ରିଆଲିଟି ଶୋ' ଆରମ୍ଭ ହୋଇଛି ଏବଂ ଭର୍ଥୁର ସନ୍ତୋଷ ଏକ ପ୍ରତିଯୋଗୀ ଭାବେ ଏଥିରେ ଅଂଶଗ୍ରହଣ କରିଛନ୍ତି । ସନ୍ତୋଷ ବୃତ୍ତିରେ ଜଣେ କୃଷକ ଏବଂ ପଶୁପାଳକ ଅଟନ୍ତି । ସେ ଗାଇମାନଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେଇଥାନ୍ତି । ସେ ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତି ଏବଂ ସେଠାରେ ତାଙ୍କର ପଶୁପାଳନର ଭିଡିଓ ମଧ୍ୟ ସେୟାର୍ କରୁଥାନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରଶାସନ ଭାଙ୍ଗିଲା ସୁପରଷ୍ଟାର ଅଜିତଙ୍କ ଘର କାନ୍ଥ, ଜାଣନ୍ତୁ ଏହା ପଛର କାରଣ

ପ୍ରକାଶ ଥାଉ କି, ଏହା ପ୍ରଥମ ଘଟଣା ନୁହେଁ ଯେ ପୋଲିସ ବିଗ୍ ବସ୍ ଘରୁ କାହାକୁ ଗିରଫ କରିଛି। ଏହାପୂର୍ବରୁ ବିଗ୍ ବସ୍ ଘରୁ ଦୁଇ ପ୍ରତିଯୋଗୀଙ୍କୁ ଗିରଫ କରାଯାଇଛି । ଏହି ପ୍ରତିଯୋଗୀମାନଙ୍କ ନାମ ଅଭିଜିତ୍ ବିଚୁକଲେ ଏବଂ ସ୍ୱାମୀ ଓମଜୀ ମହାରାଜ । 'ବିଗ୍ ବସ୍ 15'ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ନେଇଥିବା ଅଭିଜିତ୍ ବିଚୁକଲେ 'ବିଗ୍ ବସ୍ ମରାଠୀ ସିଜନ୍ 2'ରେ ମଧ୍ୟ ପ୍ରତିଯୋଗୀ ଥିଲେ । ଏବଂ ତାଙ୍କୁ ଚେକ ବାଉନ୍ସ ମାମଲାରେ ସେଟରୁ ଗିରଫ କରାଯାଇଥିଲା । ସେହିପରି ବିଗ୍ ବସ୍ ସିଜନ୍ 10 ରେ ପ୍ରତିଯୋଗୀ ଭାବରେ ପ୍ରବେଶ କରିଥିବା ସ୍ୱାମୀ ଓମଜୀ ମହାରାଜଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସ ବିଗ୍ ବସ୍ ଘରେ ପହଞ୍ଚିଥିଲା। ଚୋରି ଏବଂ ଆର୍ମସ୍ ଆକ୍ଟ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.